ମଦର ଟେରେସାଙ୍କ ନାଁରେ ନାମିତ ହେବ ଭୁବନେଶ୍ୱରର ଏକ ରାସ୍ତା

mother teresaଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ। ଆଜି କଟକ-ଭୁବନେଶ୍ୱର ଆର୍କବିଶୋପଙ୍କ ଅଫିସ୍‌ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି।

ଓଡ଼ିଶା କ୍ୟାଥୋଲିକ୍ ବିଶୋପ ପରିଷଦ (ଓସିବିସି) ପକ୍ଷରୁ କରାଯାଇଥିବା ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ମଦର ଟେରେସା ୧୯୭୪ରେ ଭୁବନେଶ୍ୱର ଆସିଥିଲେ ଓ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନ୍‌ଙ୍କୁ ଭେଟିଥିଲେ। ତା’ପରେ ସେ ଏକାଧିକ ଥର ଓଡ଼ିଶା ଆସିଥିଲେ।

ଆହୁରି ପଢ଼ନ୍ତୁ

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି

ସିଲ୍‌ଭର ସିଟିରେ ପୁଣି ଥରେ ସକ୍ରିୟ ହେଉଛି କି ଡି-ବ୍ରଦର୍ସ ଗ୍ୟାଙ୍ଗ?

୪ ଜିଲ୍ଲା ଓ ରାଉରକେଲା ସହରରେ ଶଟ୍‌ଡାଉନ୍‌ କିଛି ଘଣ୍ଟା କୋହଳ

କିଏ ହେବ ଜଗନ୍ନାଥଙ୍କୁ ସାହା ?