ରୋଡ୍‌ ରୋମିଓଙ୍କୁ ମିଳିଲା ଏମିତି ଦଣ୍ଡ

<p>କଟକ(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରୋଡ୍&zwnj; ରୋମିଓଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଉତ୍ପାତରେ ଅତିଷ୍ଠ ହୋଇ କମେଣ୍ଟରେ ଶିକାର ହୋଇଥିବା କଲେଜ ଛାତ୍ରୀଙ୍କ ପରିବାର ଲୋକେ ଗତକାଲି ପାନେ ଦେଇଛନ୍ତି ଏମିତି ଜଣେ ରୋଡ୍&zwnj; ରୋମିଓଙ୍କୁ। ଘଟଣାଟି ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ଆଜି ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।</p> <p>ବାଙ୍କୀ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ନ୍ତି। ପ୍ରତିଦିନ ଛାତ୍ରୀ ଜଣକ କଲେଜ ଗଲା ବେଳେ ଦୁଇ ଭାଇ ବାଇକ୍&zwnj;ରେ ଆସି କମେଣ୍ଟ ମାରୁଥିଲେ। ଏପରିକି ଅଶ୍ଲୀଳ ଇଙ୍ଗିତ ମଧ୍ୟ କରୁଥିଲେ। ତେବେ ଗତକାଲି ସବୁ ସୀମା ପାର କରିଥିଲେ ଏହି ଦୁଇ ଭାଇ। ଛାତ୍ରୀ ଜଣକ କଲେଜରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଦୁଇ ଭାଇ ବାଇକ୍&zwnj;ରେ ଆସି ଅଶ୍ଲୀଳ ଇଙ୍ଗିତ କରିବା ସହିତ ସାଇଡ୍&zwnj; ମାରି ଚାଲିଯାଇଥିଲେ। ଫଳରେ ଛାତ୍ରୀ ଜଣକ ସାଇକେଲରୁ ପଡ଼ି ଯାଇଥିଲେ। ପରେ ଭୟଭୀତ ଅବସ୍ଥାରେ ଦୌଡ଼ି ରାସ୍ତା ପାଖ ଜଣଙ୍କ ଘରେ ପଶି ଯାଇଥିଲେ। ସମ୍ପୃକ୍ତ ଘର ମାଲିକ ଛାତ୍ରୀଙ୍କଠାରୁ ସବୁ ଶୁଣି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କ ମଧ୍ୟରୁ ଜଣକୁ କାବୁ କରି ସାର୍ଟ ଖୋଲି ପାଖାପାଖି ଦୁଇ କିମି ରାସ୍ତା ଆଣ୍ଠେଇ ଚଲାଇ ଥିଲେ। ଏହି ଭିଡ଼ିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।</p>

Ordigital Desk
  • Published: Wednesday, 20 December 2017
  • Updated: 20 December 2017, 06:12 PM IST
<p>କଟକ(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରୋଡ୍&zwnj; ରୋମିଓଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଉତ୍ପାତରେ ଅତିଷ୍ଠ ହୋଇ କମେଣ୍ଟରେ ଶିକାର ହୋଇଥିବା କଲେଜ ଛାତ୍ରୀଙ୍କ ପରିବାର ଲୋକେ ଗତକାଲି ପାନେ ଦେଇଛନ୍ତି ଏମିତି ଜଣେ ରୋଡ୍&zwnj; ରୋମିଓଙ୍କୁ। ଘଟଣାଟି ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ଆଜି ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।</p><p>ବାଙ୍କୀ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ନ୍ତି। ପ୍ରତିଦିନ ଛାତ୍ରୀ ଜଣକ କଲେଜ ଗଲା ବେଳେ ଦୁଇ ଭାଇ ବାଇକ୍&zwnj;ରେ ଆସି କମେଣ୍ଟ ମାରୁଥିଲେ। ଏପରିକି ଅଶ୍ଲୀଳ ଇଙ୍ଗିତ ମଧ୍ୟ କରୁଥିଲେ। ତେବେ ଗତକାଲି ସବୁ ସୀମା ପାର କରିଥିଲେ ଏହି ଦୁଇ ଭାଇ। ଛାତ୍ରୀ ଜଣକ କଲେଜରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଦୁଇ ଭାଇ ବାଇକ୍&zwnj;ରେ ଆସି ଅଶ୍ଲୀଳ ଇଙ୍ଗିତ କରିବା ସହିତ ସାଇଡ୍&zwnj; ମାରି ଚାଲିଯାଇଥିଲେ। ଫଳରେ ଛାତ୍ରୀ ଜଣକ ସାଇକେଲରୁ ପଡ଼ି ଯାଇଥିଲେ। ପରେ ଭୟଭୀତ ଅବସ୍ଥାରେ ଦୌଡ଼ି ରାସ୍ତା ପାଖ ଜଣଙ୍କ ଘରେ ପଶି ଯାଇଥିଲେ। ସମ୍ପୃକ୍ତ ଘର ମାଲିକ ଛାତ୍ରୀଙ୍କଠାରୁ ସବୁ ଶୁଣି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କ ମଧ୍ୟରୁ ଜଣକୁ କାବୁ କରି ସାର୍ଟ ଖୋଲି ପାଖାପାଖି ଦୁଇ କିମି ରାସ୍ତା ଆଣ୍ଠେଇ ଚଲାଇ ଥିଲେ। ଏହି ଭିଡ଼ିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos