ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ନୟାପଲ୍ଲୀ ପାସପୋର୍ଟ ଅଫିସ ଆଗରେ ଇଂଜିନିୟରଙ୍କ କାରରୁ ଲୁଟ୍। ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କାର ଅଳଙ୍କାର, ମୋବାଇଲ୍ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି। ଆଜି ମଧ୍ୟାହ୍ନରେ ରାଜେସ ସ୍ୱାଇଁ ନାମକ ଜଣେ ଇଂଜିନିୟର ନିଜ ସ୍ତ୍ରୀଙ୍କ ସହ କାରରେ ଟଙ୍କା ବ୍ୟାଗ, ମୋବାଇଲ୍ ଓ ଅଳଙ୍କାର ରଖି ପାସପୋର୍ଟ ଅଫିସକୁ ଯାଇଥିଲେ।
ତେବେ କାର ଭିତରେ ନିଜ ସାନ ଭାଇ ରାକେଶ ଏବଂ ନିଜ ପୁଅକୁ ଛାଡ଼ି ଯାଇଥିଲେ। କିଛି ସମୟ ପରେ ପୁତୁରାକୁ ନେଇ ରାକେଶ ସେହି ପାଖରେ ବୁଲାବୁଲି କରୁଥିଲେ। ପରେ ଯେତେବେଳେ ସମସ୍ତେ କାର ନେଇ ବାହାରିବାକୁ ବସିଲେ କାର ଭିତରେ ଥିବା ଭ୍ୟାନିଟ୍ ଚେକ୍ କରିଥିଲେ। ହେଲେ କାର ଭିତରେ ଭ୍ୟାନିଟ ବ୍ୟାଗ ନଥିଲା।
ଉକ୍ତ ବ୍ୟାଗରେ ୩ ଲକ୍ଷ ଟଙ୍କାର ଅଳଙ୍କାର, ମୋବାଇଲ୍ ଓ ଏଟିଏମ୍ କାର୍ଡ ଆଦି ଥିଲା। ତେବେ ଗଲା ବେଳେ କାରଟିକୁ ରାକେଶ ଲକ୍ କରି ଯାଇଥିବା କହିଛନ୍ତି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି କାରଟ ଲକ୍କୁ କୌଶଳ କ୍ରମେ ଖୋଲି ଦୁବୃର୍ତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।