ରାଉରକେଲା: ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବାସନ୍ତୀ କଲୋନି ଡିଏଲ୍ ଛକ ଅଞ୍ଚଳର ପ୍ରଭାକର ନାୟକ। ସୋମବାର ରାତିରେ ପ୍ରଭାକର ଜଣେ ମହିଳାଙ୍କ ବିରୋଧରେ ମାମଲା ଦେବାକୁ ଉଦିତ୍‌ନଗର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ଏତଲା ନ ରଖିବାରୁ ସେ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଜ ଦେହରେ କିରୋସିନି […]

roulkela-5

roulkela-5

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 03:55 AM IST

Sports

Latest News

ରାଉରକେଲା: ରାଉରକେଲା ଉଦିତନଗର ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବାସନ୍ତୀ କଲୋନି ଡିଏଲ୍ ଛକ ଅଞ୍ଚଳର ପ୍ରଭାକର ନାୟକ। ସୋମବାର ରାତିରେ ପ୍ରଭାକର ଜଣେ ମହିଳାଙ୍କ ବିରୋଧରେ ମାମଲା ଦେବାକୁ ଉଦିତ୍‌ନଗର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ଏତଲା ନ ରଖିବାରୁ ସେ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇବା ପରେ ସେ ଥାନା ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ। ଥାନା ଭିତରେ ପୋଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରିବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ୍ ଓ ପରେ ଇସ୍ପାତ୍ ଜେନେରାଲ୍ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଶରୀରର ୮୦ ଭାଗ ଜଳି ଯାଇଥିବାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏକ ଅସଦାଚରଣ ମାମଲାରେ କିଛି ଦିନ ତଳେ ପ୍ରଭାକର ଜାମିନରେ ଆସିଥିଲେ। ଏହାପରେ ପୁଣି ଥରେ ସେହି ମହିଳାଙ୍କୁ ଅସଦାରଣ କରିବାରୁ ପୁନର୍ବାର ଜେଲ୍ ଯାଇ ଗତ ଶୁକ୍ରବାର ଜାମିନରେ ଆସିଥିଲେ। ଗତକାଲି ସେ ଏହି ମହିଳାଙ୍କ ବିରୋଧରେ ଏତଲା ଦେବାକୁ ଉଦିତ୍‌ନଗର ଥାନାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story