ମେଡିକାଲରେ ରୋଗୀଙ୍କୁ ବିଧାୟକଙ୍କ ଡ୍ରେସିଂ ପଛରେ ଭିନ୍ନ ଉଦ୍ଦେଶ୍ୟ!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସରକାରୀ ମେଡିକାଲ୍‌ରେ ଡ୍ରେସିଂ କଲେ ବିଜେଡି ବିଧାୟକ। ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଜେଡି ବିଧାୟକ ସାରଦା ନାୟକ ଆଜି ରାଉରକେଲା ସରକାରୀ ମେଡ଼ିକାଲ୍‌ରେ ରୋଗୀଙ୍କ ଡ୍ରେସିଂ କରିଛନ୍ତି। ତେବେ ବିଧାୟକଙ୍କ ଏଭଳି ମହାନତା ପଛରେ କିନ୍ତୁ କିଛି ଭିନ୍ନ ଉଦ୍ଦେଶ୍ୟ ଥିବା ନେଇ ଚର୍ଚ୍ଚା ହେଉଛି। ପ୍ରକୃତ କଥାଟି ହେଲା, ଆନ୍ଦୋଳନ କରୁଥିବା ଗ୍ରୁପ୍‌- ଡି କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ବିଧାୟକ ମହାଶୟ ଯାଇଥିଲେ। ମାତ୍ର ଆଲୋଚନାରୁ କିଛି ନିଷ୍କର୍ଷ […]

rkl

rkl

Manoranjan Sial
  • Published: Monday, 26 August 2019
  • Updated: 26 August 2019, 10:45 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସରକାରୀ ମେଡିକାଲ୍‌ରେ ଡ୍ରେସିଂ କଲେ ବିଜେଡି ବିଧାୟକ। ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଜେଡି ବିଧାୟକ ସାରଦା ନାୟକ ଆଜି ରାଉରକେଲା ସରକାରୀ ମେଡ଼ିକାଲ୍‌ରେ ରୋଗୀଙ୍କ ଡ୍ରେସିଂ କରିଛନ୍ତି। ତେବେ ବିଧାୟକଙ୍କ ଏଭଳି ମହାନତା ପଛରେ କିନ୍ତୁ କିଛି ଭିନ୍ନ ଉଦ୍ଦେଶ୍ୟ ଥିବା ନେଇ ଚର୍ଚ୍ଚା ହେଉଛି। ପ୍ରକୃତ କଥାଟି ହେଲା, ଆନ୍ଦୋଳନ କରୁଥିବା ଗ୍ରୁପ୍‌- ଡି କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ବିଧାୟକ ମହାଶୟ ଯାଇଥିଲେ। ମାତ୍ର ଆଲୋଚନାରୁ କିଛି ନିଷ୍କର୍ଷ ନବାହାରିବାରୁ ବିଧାୟକ ନିଜେ ରୋଗୀଙ୍କ ବେଣ୍ଡେଜ୍‌ ଖୋଲିଥିଲେ। ଯାହା ଏବେ ରାଉରକେଲା ଅଞ୍ଚଳରେ ବେଶ୍‌ ଆଲୋଚ୍ୟ ବିଷୟ ପାଲଟିଛି।

ରାଉରକେଲା ସରକାରୀ ଡାକ୍ତରଖାନାରେ ଗ୍ରୁପ୍‌-ଡି କର୍ମଚାରୀମାନେ ଦୀର୍ଘ ୨୦ ବର୍ଷ ଧରି ଡ୍ରେସିଂ, ଏକ୍ସ୍ରେ, ଅଲ୍‌ଟ୍ରାସାଉଣ୍ଡ ଓ ରସିଦ୍‌ କାଟିବା ପରି କାମ କରୁଥିଲେ। ତେବେ ଏବେ ମେଡ଼ିକାଲ୍‌ରେ ନିୟୋଜିତ ଘରୋଇ ଠିକା ସଂସ୍ଥା ପୂର୍ବରୁ କାର୍ଯ୍ୟରତ ଗ୍ରୁପ- ଡି କର୍ମଚାରୀଙ୍କୁ ସଫେଇ କାମରେ ନିୟୋଜିତ କରିବାକୁ ବାଧ୍ୟ କରୁଥିଲା। ଯାହାକୁ ସେମାନେ ବିରୋଧ କରି ଆସୁଥିଲେ। ପରେ ଗ୍ରୁପ- ଡି କର୍ମଚାରୀମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ସେମାନଙ୍କୁ ସବୁଆଡ଼ୁ ନିରାଶ ହେବାକୁ ପଡ଼ିଲା। ନିଜର ହକ୍‌ ପାଇଁ କର୍ମଚାରୀମାନେ ଗତ ୬ ତାରିଖରୁ କଳା ବ୍ୟାଚ୍‌ ପିନ୍ଧି କାମ କରୁଥିଲେ। ଆଜିଠାରୁ କିଛି କାମ ନକରି କଳା ବ୍ୟାଚ୍‌ ପିନ୍ଧି ଧାରଣାରେ ବସିଥିଲେ। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଅସୁବିଧାରେ ପଡ଼ିଥିଲେ।

ଆଜି ଅପରାହ୍ଣରେ ବିଧାୟକ ମହାଶୟ ହଠାତ ମେଡ଼ିକାଲ୍‌ରେ ପହଞ୍ଚି ଆନ୍ଦୋଳନରତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ସେଥିରୁ କିଛି ଲାଭ ମିଳିନଥିଲା। ପରେ ବିଧାୟକ ମହାଶୟ କମ୍ପାଉଡ଼ରଙ୍କ ପରି ବେଡ୍‌ରେ ଶୋଇଥିବା ରୋଗୀଙ୍କ ବେଣ୍ଡେଜ୍‌ ଖୋଲୁଥିବା ଦେଖିଥିଲେ। ତାଙ୍କୁ ଅନ୍ୟ ଜଣେ ସହଯୋଗ କରିଥିଲେ। ସେ ମେଡ଼ିକାଲ୍‌ର କର୍ମଚାରୀ କିଏ ଜଣାପଡ଼ି ନାହିଁ। ପରେ ବିଧାୟକ ମହାଶୟ କାଉଣ୍ଟରରେ ବସି ଟିକଟ ମଧ୍ୟ କାଟିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos