କୃଷି ଋଣ ସୁଧ ଛାଡ଼ ନାଁରେ ଖାଇଗଲେ ୬୦୦ କୋଟି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଦିଆଯାଉଥିବା କୃଷିଋଣର ସୁଧ ଛାଡ଼ରେ ବଡ଼ ଧରଣର ଘୋଟାଲା ହୋଇଛି। ନାବାର୍ଡର ତଦନ୍ତ ରିପୋର୍ଟ ଏହି ଅନିୟମିତତା ଉପରୁ ପରଦା ହଟାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ବ୍ୟାଙ୍କକୁ ସୁଧ ଛାଡ଼ ବାବଦକୁ ଦେଉଥିବା ଟଙ୍କାରେ ଏହି କେଳେଙ୍କାରୀ ହୋଇଛି। ଏହି ମହା ଘୋଟାଲାର ପରିମାଣ ୬୦୦ କୋଟିରୁ ଅଧିକ ହେବ ବୋଲି ଅଭିଯୋଗ ହେଉଛି। ୨୦୧୬- ୧୭ ବର୍ଷରେ କୃଷି ଋଣ ସୁଧ ଛାଡ଼ ବାବଦକୁ କେନ୍ଦ୍ର ପାଖରୁ […]

nabard

nabard

Manoranjan Sial
  • Published: Tuesday, 09 July 2019
  • Updated: 09 July 2019, 07:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଦିଆଯାଉଥିବା କୃଷିଋଣର ସୁଧ ଛାଡ଼ରେ ବଡ଼ ଧରଣର ଘୋଟାଲା ହୋଇଛି। ନାବାର୍ଡର ତଦନ୍ତ ରିପୋର୍ଟ ଏହି ଅନିୟମିତତା ଉପରୁ ପରଦା ହଟାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ବ୍ୟାଙ୍କକୁ ସୁଧ ଛାଡ଼ ବାବଦକୁ ଦେଉଥିବା ଟଙ୍କାରେ ଏହି କେଳେଙ୍କାରୀ ହୋଇଛି। ଏହି ମହା ଘୋଟାଲାର ପରିମାଣ ୬୦୦ କୋଟିରୁ ଅଧିକ ହେବ ବୋଲି ଅଭିଯୋଗ ହେଉଛି।

୨୦୧୬- ୧୭ ବର୍ଷରେ କୃଷି ଋଣ ସୁଧ ଛାଡ଼ ବାବଦକୁ କେନ୍ଦ୍ର ପାଖରୁ ନାବାର୍ଡ ମାଧ୍ୟମରେ ୫୬ କୋଟିରୁ ଅଧିକ ଟଙ୍କା ଆସିଛି। ଏଥିରୁ ରାଜ୍ୟ ସମବାୟ ବ୍ୟାଙ୍କ ଖାତାକୁ ୨୧ କୋଟି ଯାଇଥିବା ବେଳେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ଯାଇଛି ୩୫ କୋଟି ଟଙ୍କା। ସେହିବର୍ଷ ଓଡ଼ିଶା ସରକାରଙ୍କ ପାଖରୁ ମଧ୍ୟ କୃଷି ଋଣ ସୁଧ ଛାଡ଼ ବାବଦକୁ ସମୁଦାୟ ୧୧୨ କୋଟି ଟଙ୍କା ଅଧିକ ଆଣିଛନ୍ତି ସମବାୟ ବ୍ୟାଙ୍କ।

୨୦୧୨-୧୩ ରୁ ୧୬-୧୭ ପର୍ଯ୍ୟନ୍ତ ୫ ବର୍ଷରେ ସୁଧ ଛାଡ଼ ବାବଦକୁ ୬୦୦ କୋଟିରୁ ଅଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ତତ୍କାଳୀନ ସମବାୟ ବ୍ୟାଙ୍କ MD ଏହି କେଳେଙ୍କାରୀର କାର୍ପଟଦାର ବୋଲି ନାବାର୍ଡ ରିପୋର୍ଟ ଆଧାରରେ ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହୋଇଛନ୍ତି କିଛି ସୂଚନା ଅଧିକାର କର୍ମୀ। କୃଷିଋଣ ସୁଧ ଛାଡ଼ ବ୍ୟତୀତ ସମବାୟ ସମିତି ଗୁଡିକର କମ୍ପ୍ୟୁଟରିକରଣ, କିଷାନ କ୍ରେଡିଟ କାର୍ଡକୁ 'ରୁପେ' କାର୍ଡରେ ପରିବର୍ତ୍ତନ ପ୍ରକିୟାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଏପଟେ ସେତେବେଳର ସମବାୟ ବ୍ୟାଙ୍କ MD ତୁଷାରକାନ୍ତି ପଣ୍ଡା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ କହିଛନ୍ତି। ଏମିତିକି ନାବାର୍ଡର ପ୍ରଥମ ତଦନ୍ତ ରିପୋର୍ଟ ଭୁଲ ବୋଲି ସେ କହିଛନ୍ତି। ଦ୍ୱିତୀୟ ରିପୋର୍ଟ ଦେଖାଇ ଶ୍ରୀ ପଣ୍ଡା କହିଛନ୍ତି, ମୋ ନାଁରେ ଥିବା ଅଭିଯୋଗ ମିଛ।

ତେବେ ସେତେବେଳର ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ଘୋଟାଲା ପରିମାଣ ୮୦୦ କୋଟି ହେବ। ଏ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ସେ ଲେଖିଥିଲେ ମଧ୍ୟ ତାହା କରାଯାଇନଥିଲା ବୋଲି ଡା. ରାଉତ ଅଭିଯୋଗ କରିଛନ୍ତି।

ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଚାଷୀଙ୍କୁ ସମବାୟ ବ୍ୟାଙ୍କ ମାଧ୍ୟମରେ ବର୍ଷକୁ ୮ ହଜାର କୋଟିର ଋଣ ଦିଆଯାଇଥାଏ। ୫୦ ହଜାର ଟଙ୍କାରୁ କମ୍‌ ଋଣ ନେଇଥିବା ଚାଷୀ ୧ ପ୍ରତିଶତ ହାରରେ ସୁଧ ପଇଠ କରନ୍ତି। ୫୦ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇଥିବା ଚାଷୀଙ୍କୁ ୨ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼େ। ତେବେ ସମବାୟ ବ୍ୟାଙ୍କ ନାବାର୍ଡଠାରୁ ୪.୫ ପ୍ରତିଶତ ସୁଧରେ ଟଙ୍କା ଆଣି ଚାଷୀଙ୍କୁ ଦେଇଥାଆନ୍ତି। ଏହି ସୁଧ ଛାଡ଼ ବାବଦ କ୍ଷତି ଭରଣା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ସମବାୟ ବ୍ୟାଙ୍କକୁ ଟଙ୍କା ଦେଇଥାଆନ୍ତି। ତେବେ କୃଷି ଋଣ ସୁଧ ରିହାତି ପ୍ରକ୍ରିୟାରେ ଦୁର୍ନୀତିର ଆଭାସ ପାଇ ଅର୍ଥ ବିଭାଗ ୨୦୧୭ ଅକ୍ଟୋବରରେ ୨୭ କୋଟି ଦେବାକୁ ମନା କରିଦେଇଥିଲା।

ଏଣେ ଋଣ ସୁଧ ଘୋଟାଲା ନେଇ ବର୍ତ୍ତମାନର ସମବାୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଏଯାଏ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story