ବିଜେଡିରେ ବଢ଼ୁଛି ଅସ୍ଥିରତା ଓ ଅବିଶ୍ୱାସ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ ଅସ୍ଥିରତା ଓ ଅବିଶ୍ୱାସର ବାତାବରଣ ବଢ଼ିବାରେ ଲାଗିଥିବା ଚର୍ଚ୍ଚା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପଞ୍ଚମଥର ପାଇଁ ରାଜ୍ୟରେ ସରକାର ଗଠନ କରିବା ପରେ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଶେଷକରି ହାତଗଣତି ନେତା ଏବେ ଦଳର ଭାଗ୍ୟ ନିୟନ୍ତା ସାଜିଥିବାବେଳେ ସେମାନଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦଳୀୟ ସଂଗଠନରେ ଥିବା ଫାଟ ବଢ଼ିବାରେ ଲାଗିଛି। […]

naveen

naveen

Manoranjan Sial
  • Published: Friday, 30 August 2019
  • Updated: 30 August 2019, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ ଅସ୍ଥିରତା ଓ ଅବିଶ୍ୱାସର ବାତାବରଣ ବଢ଼ିବାରେ ଲାଗିଥିବା ଚର୍ଚ୍ଚା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପଞ୍ଚମଥର ପାଇଁ ରାଜ୍ୟରେ ସରକାର ଗଠନ କରିବା ପରେ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଶେଷକରି ହାତଗଣତି ନେତା ଏବେ ଦଳର ଭାଗ୍ୟ ନିୟନ୍ତା ସାଜିଥିବାବେଳେ ସେମାନଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦଳୀୟ ସଂଗଠନରେ ଥିବା ଫାଟ ବଢ଼ିବାରେ ଲାଗିଛି। ଆସନ୍ତା ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହେବାକୁ ଥିବା ଦଳର ସଭ୍ୟ ସଂଗ୍ରହ ଅଭିଯାନବେଳେ ଏହି ଗୋଷ୍ଠୀକନ୍ଦଳ ବିସ୍ଫୋରକ ରୂପ ନେବାର ଆଶଙ୍କା ରହିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଚମ ପାଳି ସରକାର ଗଠନ ଆରମ୍ଭରୁ ଏପର୍ଯ୍ୟନ୍ତ ଦଳର କିଛି ହାତଗଣତି ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ ହେଉଛି। ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କୁ ପ୍ରଭାବିତ କରି ଦଳର କିଛି ନେତା ନିଜ ମନମାଫିକ କାର୍ଯ୍ୟ କରାଇ ନେବାରେ ସକ୍ଷମ ହେଉଛନ୍ତି। ଯାହାକି ଦଳୀୟ ମହଲରେ ଏବେ ଆକ୍ରୋଶର ମୁଖ୍ୟ କାରଣ ପାଲଟିଛି। ନବୀନଙ୍କ ପଞ୍ଚମପାଳିର ମନ୍ତ୍ରିମଣ୍ଡଳର ଗଠନଠୁ ଆରମ୍ଭ କରି ବିଭିନ୍ନ ସରକାରୀ ପଦପଦବୀରେ ଦଳୀୟ ନେତାଙ୍କୁ ଥଇଥାନ ପର୍ଯ୍ୟନ୍ତ ସବୁକିଛି କାର୍ଯ୍ୟ କେବଳ ୨-୩ଜଣ ନେତାଙ୍କ ମଧ୍ୟରେ ସୀମିତ ରହିଛି। ଦଳର ପୁରୁଖା ଓ ଯୁବନେତାମାନଙ୍କୁ ଅଣଦେଖା କରି ନିର୍ବାଚନ ପୂର୍ବରୁ ଦଳଡ଼ିଆଁ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଏପରିକି ବିଭାଗୀୟ ଅଭିଜ୍ଞତା ନଥିବା ଅନେକ ନୂଆମୁହଁକୁ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ବିଭାଗ ଦାୟିତ୍ୱ ଅଜାଡ଼ି ଦିଆଯାଇଛି। ଯାହାକୁ ନେଇ ଦଳର ବହୁ ପୁରୁଖା ବିଧାୟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ସେହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ୧୨ଜଣ ଦଳୀୟ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଥଇଥାନ କରାଗଲା। ଆଉ କିଛି ବିଧାୟକଙ୍କୁ ଏହି ଅଫର ଥିଲେ ମଧ୍ୟ ସେମାନେ ସିଧାସଳଖ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ପଛାଇ ନଥିଲେ।

ସେହିପରି ଦଳର ଅନ୍ୟ ୩୭ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଇଛି। ଏହି ନେତାମାନଙ୍କ ମଧ୍ୟରୁ ସିଂହଭାଗ ଯୁବବର୍ଗର ହୋଇଥିବାବେଳେ ଅନ୍ୟମାନେ ପୁରୁଖା। କିନ୍ତୁ ଯେଉଁ ଢଙ୍ଗରେ ସେମାନଙ୍କୁ ସରକାରୀ ପଦପଦବୀ ମିଳିଛି ସେଥିରୁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଓ ଉକ୍ତ ୨-୩ଜଣ ନେତାଙ୍କ ମନମୁଖୀ କାର୍ଯ୍ୟ ଜଳଜଳ ହୋଇ ଧରାପଡ଼ିଛି। ଭୁବନେଶ୍ୱରରେ ମୁହଁ ଦେଖାଉଥିବା ଏଭଳି ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରାଯାଇଛି, ଯେଉଁମାନଙ୍କର କି ତୃଣମୂଳସ୍ତରରେ ସାମାନ୍ୟ ସଂଗଠନ ନାହିଁ କିମ୍ବା ଦଳୀୟ ଭୋଟହାର ବଢ଼ାଇବାର ଦକ୍ଷତା ବି ନାହିଁ। ଦଳ ଆରମ୍ଭରୁ ପଡ଼ି ରହିଥିବା ବିଭିନ୍ନ ଜିଲ୍ଲାର ନେତାମାନଙ୍କୁ ଏହି ଥଇଥାନ ବ୍ୟାପାରରେ ଅଣଦେଖା କରାଯାଇଛି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ଦଳରେ ପୂର୍ବରୁ ଗୋଷ୍ଠୀକନ୍ଦଳ ଥିବାବେଳେ ଏବେ ସଭ୍ୟ ସଂଗ୍ରହ ଅଭିଯାନବେଳେ ଏହା ଅଧିକ ତୀବ୍ର ହେବାର ଆଶଙ୍କା ରହିଛି। ସଭ୍ୟ ସଂଗ୍ରହ ଅଭିଯାନ କମିଟିରେ ଥିବା ୭ଜଣ ନେତା ନିଜ ଭିତରେ ଜିଲ୍ଲାୱାରି ଦାୟିତ୍ୱ ବାଣ୍ଟି ନେଇ ସଭ୍ୟ ସଂଗ୍ରହ ପ୍ରକ୍ରିୟାର ତଦାରଖ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳୀୟ ପର୍ଯ୍ୟବେକ୍ଷକମାନେ ମୁଖ୍ୟତଃ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରିବେ। କିନ୍ତୁ ପର୍ଯ୍ୟବେକ୍ଷକଙ୍କୁ ଏବେ ବିରୋଧ ଆରମ୍ଭ ହୋଇଛି। ସମ୍ବଲପୁର ଜିଲ୍ଲାରେ ନଳିନୀକାନ୍ତ ପ୍ରଧାନ, କୋରାପୁଟରେ ଚନ୍ଦ୍ରସାରଥୀ ବେହେରା ଓ ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକ ପ୍ରଣବପ୍ରକାଶ ଦାସଙ୍କ ନିଯୁକ୍ତିକୁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଖୋଲାଖୋଲି ବିରୋଧ ଆରମ୍ଭ କରିଛନ୍ତି। ଦଳରେ ଆଗଧାଡ଼ିର କର୍ମୀ ଓ ନେତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ବି କେହି ନଥିବାରୁ ଏହି ଅସନ୍ତୋଷ ଅଧିକ ତୀବ୍ର ହେଉଥିବା ଜଣାପଡ଼ିଛି। ଯାହାକି ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରି ଅସ୍ଥିରତାକୁ ବଢ଼ାଉଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story