ସାଗରମାଳା ଆପେକ୍ସ କମିଟି ବୈଠକରେ ରାଜ୍ୟର ବନ୍ଦରଗୁଡିକର ଆଧୁନିକୀକରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନ୍ୟାସନାଲ ସାଗରମାଳା ଆପେକ୍ସ କମିଟିର ଦ୍ୱିତୀୟ ବୈଠକରେ ଯୋଗ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଥିବା ବନ୍ଦରଗୁଡିକର ଆଧୁନିକୀକରଣ ଦିଗରେ ଏହି ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ ସଡ଼କ ତଥା ବନ୍ଦରର ଅନେକ ବିକାଶ ହୋଇଛି। ରାଜ୍ୟର ଧାମରା ଓ ଗୋପାଳପୁର ବନ୍ଦର ବିକାଶ ହୋଇଛି। ବନ୍ଦର ଉନ୍ନତୀକରଣ ଫଳରେ ଓଡ଼ିଶା ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ଶିଳ୍ପର ବିକାଶ ଘଟିଛି। […]

national-sagaramala-apex-commiti

national-sagaramala-apex-commiti

Rakesh Mallick
  • Published: Saturday, 09 April 2016
  • Updated: 10 April 2016, 04:22 AM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନ୍ୟାସନାଲ ସାଗରମାଳା ଆପେକ୍ସ କମିଟିର ଦ୍ୱିତୀୟ ବୈଠକରେ ଯୋଗ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଥିବା ବନ୍ଦରଗୁଡିକର ଆଧୁନିକୀକରଣ ଦିଗରେ ଏହି ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ ସଡ଼କ ତଥା ବନ୍ଦରର ଅନେକ ବିକାଶ ହୋଇଛି। ରାଜ୍ୟର ଧାମରା ଓ ଗୋପାଳପୁର ବନ୍ଦର ବିକାଶ ହୋଇଛି। ବନ୍ଦର ଉନ୍ନତୀକରଣ ଫଳରେ ଓଡ଼ିଶା ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ଶିଳ୍ପର ବିକାଶ ଘଟିଛି। ବୈଦେଶିକ ପୁଞ୍ଜିନିବେଶ ପାଇଁ ରାଜ୍ୟରେ ଅନେକ ସୁଯୋଗ ସୃଷ୍ଟି ହୋଇଛି। ଏହି ଦୁଇ ପ୍ରକଳ୍ପକୁ ବାଦ୍‌ ଦେଇ ମହାନଦୀରେ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଏହାସହ ପାରାଦ୍ୱୀପରେ ପେଟ୍ରୋଲିୟମ ଦ୍ରବ୍ୟ ସହ କଳିଙ୍ଗନଗରରେ ଇସ୍ପାତ ପ୍ରକଳ୍ପର ବିକାଶ ନେଇ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ୪୮୦ କିଲୋମିଟର ବ୍ୟାପୀ ଉପକୂଳ ଅଞ୍ଚଳ ରହିଛି। ଏହାସହ ରାଜ୍ୟରେ ପ୍ରଚୁର ପରିମାଣରେ ପ୍ରାକୃତିକ ସମ୍ପଦ ଓ ଖଣିଜ ଦ୍ରବ୍ୟ ଭରି ରହିଛି। ରାଜ୍ୟରେ ଥିବା ବିଭିନ୍ନ ବନ୍ଦର ଓ ପୋତାଶ୍ରୟକୁ ସରକାର ଚିହ୍ନଟ କରିଛନ୍ତି। ଏଗୁଡିକର ବିକାଶ କରିବା ପାଇଁ ୨୦୦୪ରେ ବନ୍ଦର ନୀତି ପ୍ରଣୟନ କରାଯାଇଛି। ଘରୋଇ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟ ପ୍ରତି ଆକୃଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି। ଉପକୂଳ ବିକାଶ ଯୋଜନାରେ ମତ୍ସ୍ୟଜୀବୀଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ବୈଠକରେ ସଡ଼କ ପରିବହନ ଓ ଜାତୀୟ ରାଜପଥ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ, ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜର ଗଭର୍ଣ୍ଣର ଲେଫ୍ଟନାଣ୍ଟ ଜେନେରାଲ ଏ.କେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story