ରାଜ୍ୟ ସରକାର ସମାବେଶ ନ କରି ଚାଷୀଙ୍କ ନିକଟକୁ ଯାଆନ୍ତୁ: ଜୁଏଲ ଓରାମ

ଭୁବନେଶ୍ୱର: ରାଜ୍ୟ ସରକାର ସମାବେଶ ନ କରି ଚାଷୀଙ୍କ ନିକଟକୁ ଯାଆନ୍ତୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ ବାଟ ଖୋଜିବାକୁ ଚେଷ୍ଟା କରିନ୍ତୁ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ଅନୁଦାନ ମୁଖ୍ୟ କଥା ନୁହେଁ। ମୁଖ୍ୟ କଥା ହେଉଛି ରାଜ୍ୟ ସରକାର ଚାଷୀମାନଙ୍କୁ ଭରସା ଦେବାରେ ବିଫଳ ହୋଇଛନ୍ତି। ଚାଷୀ କାହାଠାରୁ ଆଶ୍ୱାସନା ପାଇ ନାହାନ୍ତି। ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ଚାଷୀମାନଙ୍କ ପାଖରେ ପହଞ୍ଚି […]

juel-oram

juel-oram

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 10:13 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାର ସମାବେଶ ନ କରି ଚାଷୀଙ୍କ ନିକଟକୁ ଯାଆନ୍ତୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ ବାଟ ଖୋଜିବାକୁ ଚେଷ୍ଟା କରିନ୍ତୁ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, କେନ୍ଦ୍ରୀୟ ଅନୁଦାନ ମୁଖ୍ୟ କଥା ନୁହେଁ। ମୁଖ୍ୟ କଥା ହେଉଛି ରାଜ୍ୟ ସରକାର ଚାଷୀମାନଙ୍କୁ ଭରସା ଦେବାରେ ବିଫଳ ହୋଇଛନ୍ତି। ଚାଷୀ କାହାଠାରୁ ଆଶ୍ୱାସନା ପାଇ ନାହାନ୍ତି। ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ଚାଷୀମାନଙ୍କ ପାଖରେ ପହଞ୍ଚି ନାହାନ୍ତି କି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝି ନାହାନ୍ତି। ତେଣୁ ଚାଷୀ ହତାଶ ହୋଇପଡ଼ିଛି। ରାଜ୍ୟ ସରକାର ଚାଷୀ ସମାବେଶ ନ କରି ଚାଷୀଙ୍କ ନିକଟରେ ପହଞ୍ଚନ୍ତୁ। ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରନ୍ତୁ ଓ ସମାଧାନର ବାଟ କାଢ଼ନ୍ତୁ।

କୌଣସି ଚାଷୀ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ଦାବିକୁ ଗ୍ରହଣ କରି ନାହାନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି, ସରକାର ନିଜେ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା କିଛି ଚାଷୀ ସମବାୟ ବ୍ୟାଙ୍କ, ଜାତୀୟ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କରୁ ଋଣ କରିଥିଲେ। ତେଣୁ ଏପରି କହି ସରକାର ପରୋକ୍ଷରେ ସ୍ୱୀକାର କରୁଛନ୍ତି ଯେ ଋଣବୋଝ ଯୋଗୁଁ ଚାଷୀ ଆତ୍ମହତ୍ୟା କରିଛି।

ଜୁଏଲ ଆହୁରି ମଧ୍ୟ କହିଛନ୍ତି ଯେ ସେ ରାଜ୍ୟର ମରୁଡ଼ି ସ୍ଥିତି ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ।

ଅନ୍ୟପକ୍ଷରେ ବିଜେଡି ମୁଖ୍ୟପାତ୍ର ଅମର ଶତପଥୀ କହିଛନ୍ତି ଯେ ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସହିତ ରହି ଆସିଛି। ଚାଷୀଙ୍କ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ସାମୟିକ ସାହାଯ୍ୟ ବଦଳରେ ଲମ୍ବା ସମୟ ପାଇଁ ସହଯୋଗ କରିବାକୁ ବ୍ୟବସ୍ଥା କରିଛନ୍ତି। ରବି ଫସଲ ପାଇଁ ଚାଷୀମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବ। ରବି ଋତୁରେ ଧାନ ଅପେକ୍ଷା ଅଣଧାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story