ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ପିଟିଲା ମେଣ୍ଟେନାନ୍ସ ଇଞ୍ଜିନ, ୩ ଜଣଙ୍କ ମୃତ୍ୟୁ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସକୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେଇଥିଲା। ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା। ଏଥିରେ ଜଣେ ମେଣ୍ଟେନାନ୍ସ ଇଞ୍ଜିନ ଡ୍ରାଇଭର ସୁରେଶ, ସିନିୟର ଇଲେକ୍ଟ୍ରିକାଲ୍‌ ସେକ୍ସନ ଇଂଜିନିୟର ସାଗର ଓ ଇଲେକ୍ଟ୍ରିକାଲ୍‌ ଟେକ୍ନିସିଆନ ଗୌରୀ ନାଇଡୁଙ୍କ ମୃତ୍ୟୁ ଘଟିଛି। ତେବେ ଆହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏବେ ଅଗ୍ନିଶମ ବାହିନୀ ଓ ଆର୍‌ପିଏଫ୍‌ […]

train

train

Manoranjan Sial
  • Published: Tuesday, 25 June 2019
  • Updated: 25 June 2019, 07:40 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସକୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେଇଥିଲା। ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା। ଏଥିରେ ଜଣେ ମେଣ୍ଟେନାନ୍ସ ଇଞ୍ଜିନ ଡ୍ରାଇଭର ସୁରେଶ, ସିନିୟର ଇଲେକ୍ଟ୍ରିକାଲ୍‌ ସେକ୍ସନ ଇଂଜିନିୟର ସାଗର ଓ ଇଲେକ୍ଟ୍ରିକାଲ୍‌ ଟେକ୍ନିସିଆନ ଗୌରୀ ନାଇଡୁଙ୍କ ମୃତ୍ୟୁ ଘଟିଛି। ତେବେ ଆହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏବେ ଅଗ୍ନିଶମ ବାହିନୀ ଓ ଆର୍‌ପିଏଫ୍‌ ନିଆଁ ଲିଭାଇବା ସହ ଆହତ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି। ତେବେ ନିଆଁର ପ୍ରକୋପ ଭୟଙ୍କର ଥିବାରୁ ବଗି ଭିତରକୁ ପ୍ରବେଶ କରିବା ସମ୍ଭବପର ହେଉ ନାହିଁ। ତଥାପି ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଦୁର୍ଘଟଣା ସ୍ଥଳକୁ କୋରାପୁଟରୁ ଏକ ସ୍ପେଶାଲ ଟ୍ରେନ ଟେକନିକାଲ ଟିମ୍‌କୁ ନେଇ ବାହାରିଛି।

ସୂଚନା ଅନୁସାରେ, ଆଜି ଅପରାହ୍ଣ ସାଢ଼େ ୪ ବେଳେ ସମଲେଶ୍ୱରୀ ଏକ୍ସପ୍ରେସକୁ ସାମ୍ନାରୁ ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଂଜିନ ଆସି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ସମଲେଶ୍ୱରୀ ଏକ୍ସପ୍ରେସର ଇଞ୍ଜିନ, ଲଗେଜ୍ ଭ୍ୟାନ୍ ଓ ଗୋଟିଏ ଜେନେରାଲ୍ ସେକେଣ୍ଡ କ୍ଲାସ କୋଚ ଲାଇନଚ୍ୟୁତ ହୋଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ନିଆଁ ଲାଗିଥିବା ଇଞ୍ଜିନକୁ ଅନ୍ୟ ବଗିରୁ ଅଲଗା କରାଯାଇଛି। ବିଶାଖାପାଟଣାରୁ ଏକ ରେଳ ବିଭାଗ ଅଧିକାରୀ ଦଳ ସେଠାକୁ ଆସୁଥିବା ସୂଚନା ମିଳିଛି।

ସେପଟେ ଏହି ଘଟଣାରେ ୨ ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରିଛି ରେଳ ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ରେଲୱେ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story