ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖସୁଆ ନିକଟରେ ନିର୍ମାଣାଧିନ ପୋଲ ବର୍ଷା ପାଣିରେ ଭୁଷୁଡି ପଡିଛି। ଏହି ପୋଲଟି ବିଜୁ ସେତୁ ଯୋଜନା ଅଧୀନରେ ନିର୍ମାଣ ହେଉଥିଲା। ମାଓ ପ୍ରଭାବିତ ଏହି ଘଞ୍ଚ ଜଙ୍ଗଲରେ ନିର୍ମାଣ କାମର ତଦାରଖ ଠିକ ଭାବେ ହେଉ ନାହିଁ। ଫଳରେ କାମ ନିମ୍ନମାନର ହୋଇଥିବା କାରଣରୁ ସାମାନ୍ୟ ବର୍ଷାରେ ପୋଲର ଛାତ ଭୁଷୁଡି ପଡିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।୨ କୋଟି ୬ ଲକ୍ଷ ଟଙ୍କ। ବ୍ୟୟ ଅଟକଳରେ ଦେବଗଡର ଏକ କଷ୍ଟ୍ରକ୍ସନ କମ୍ପାନୀ ପୋଲ ନିର୍ମାଣ କରୁଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବା ଆର.ଡି. ବିଭାଗ ପକ୍ଷର ତତ୍ତ୍ୱାବଧାନରେ ଏହି ନିର୍ମାଣ କାମ ଚାଲିଥିଲା। ୩ ତାରିଖ ସକାଳେ ଏହି ଘଟଣା ଜଣାପଡିବା ପରେ ସଂପୃକ୍ତ ଠିକା ସଂସ୍ଥା ତରଫରୁ ସେଠାରେ ତାଳିପକା ମରାମତି ଆରମ୍ଭ କରାଯାଇଛି।
ତେବେ ପୋଲ ଭଷୁଡି ପଡିବା ନେଇ ବିଭାଗୀୟ ଅଧୀକାରୀଙ୍କ ପାଖରେ ଖବର ଥିଲେ ମଧ୍ୟ କେହି ଘଟଣାସ୍ଥଳକୁ ଆସି ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହି ଘଟଣାର ଅନୁଧ୍ୟାନ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।