ସମ୍ବଲପୁର: ବିଭିନ୍ନ ଦାବି ନେଇ ଡାକ୍ତର ପିନ୍ଧିଲେ କଳାବ୍ୟାଚ୍  

ସମ୍ବଲପୁର: ଜୁଲାଇ ୧ ହେଉଛି ଡାକ୍ତର ଦିବସ। ଆଉ ଏହି ଦିବସରେ ସମ୍ୱଲପୁରରେ ଡାକ୍ତରମାନେ କଳାବ୍ୟାଚ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିଛନ୍ତି। ଓମସା କ୍ୟାଡର ଡାକ୍ତରମାନେ ଏହି ପ୍ରତୀକାତ୍ମକ ବିରୋଧରେ ସାମିଲ ହୋଇଥିଲେ। ବିଭିନ୍ନ ଦାବି ନେଇ ସେମାନେ ଆଜି କଳାବ୍ୟାଚ ପିନ୍ଧିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।  ଦାବିଗୁଡ଼ିକ ମଧ୍ୟରେ ଡିଏସିପି ଓ କ୍ୟାଡର ରିଷ୍ଟ୍ରକଚରିଙ୍ଗ ଅନ୍ତର୍ଭୁକ୍ତ ରହିଛି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ […]

oiltankers

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 12:16 PM IST

ସମ୍ବଲପୁର: ଜୁଲାଇ ୧ ହେଉଛି ଡାକ୍ତର ଦିବସ। ଆଉ ଏହି ଦିବସରେ ସମ୍ୱଲପୁରରେ ଡାକ୍ତରମାନେ କଳାବ୍ୟାଚ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିଛନ୍ତି। ଓମସା କ୍ୟାଡର ଡାକ୍ତରମାନେ ଏହି ପ୍ରତୀକାତ୍ମକ ବିରୋଧରେ ସାମିଲ ହୋଇଥିଲେ। ବିଭିନ୍ନ ଦାବି ନେଇ ସେମାନେ ଆଜି କଳାବ୍ୟାଚ ପିନ୍ଧିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।  ଦାବିଗୁଡ଼ିକ ମଧ୍ୟରେ ଡିଏସିପି ଓ କ୍ୟାଡର ରିଷ୍ଟ୍ରକଚରିଙ୍ଗ ଅନ୍ତର୍ଭୁକ୍ତ ରହିଛି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ସଂଘ କହିଛି।

Related story