୧୨୪ କୋଟି ଟଙ୍କାର GST ଫାଙ୍କି ଅଭିଯୋଗରେ ବ୍ୟାଙ୍କ କର୍ମଚାରୀ ଗିରଫ

ସମ୍ୱଲପୁର(ସଞ୍ଜୟ ଜେନା): ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ରାଉରକେଲାରୁ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର। ଠକାମୀରେ ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ୨୦୧୭ – ୧୮ ଆର୍ଥିକ ବର୍ଷରେ […]

Sambalpur

Sambalpur

Manoranjan Sial
  • Published: Sunday, 17 April 2022
  • Updated: 17 April 2022, 09:36 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ରାଉରକେଲାରୁ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର।

ଠକାମୀରେ ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ୨୦୧୭ - ୧୮ ଆର୍ଥିକ ବର୍ଷରେ ତାଙ୍କ ପାନ କାର୍ଡର ଦୁରୁପଯୋଗ କରି ୧୩ କୋଟି ୭୬ ଲକ୍ଷ ଟଙ୍କା ଟ୍ରାଞ୍ଜେକ୍‌ସନ୍‌ କରାଯାଇଥିଲା। ଆୟକର ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଠକାମୀର ଶିକାର ହୋଇଥିବା ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos