ସମ୍ବଲପୁରରେ ମୋହନ ଭଗବତ

ସମ୍ବଲପୁର: ତିନିଦିନିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ। ଆଜି ଓ ଆସନ୍ତାକାଲି ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଓ ପୂର୍ବକ୍ଷେତ୍ର ବୈଠକରେ ଭଗବତ ଯୋଗଦେବେ। ୨୩ ତାରିଖରେ ସମ୍ବଲପୁର ସହରର ମନ୍ଦଲିଆ ପଡ଼ିଆରେ ହେବାକୁ ଥିବା ସାଧାରଣ ସଭାରେ ସେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଭଗବତଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।