ସମ୍ବଲପୁର: ମାଓବାଦୀ ଦମନ ପାଇଁ ଅଭିଯାନକୁ ଜୋରଦାର କରିବାକୁ ହେଲେ ଅଧିକ ଫୋର୍ସର ଆବଶ୍ୟକତା ରହିଛି। ଏଥିପାଇଁ କେଉଁ କେଉଁ ଜିଲ୍ଲାରୁ ଫୋର୍ସ କାଢ଼ି ମାଓ ପ୍ରବଣ ଜିଲ୍ଲାରେ ନିୟୋଜିତ କରାଯିବ । ସେ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବା ସହ ସମ୍ୱଲପୁରରେ ସିଆରପିଏଫ ଦ୍ୱିତୀୟ ଗ୍ରୁପ ସେଣ୍ଟର ପ୍ରତିଷ୍ଠା ହେବ ବୋଲି କହିଛନ୍ତି ସିଆରପିଏଫ ଡିଜି ପ୍ରକାଶ ମିଶ୍ର। ଭୁବନେଶ୍ୱର ଭଳି ସମ୍ୱଲପୁରରେ ଏହି ଗ୍ରୁପ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ପ୍ରକାଶ କହିଛନ୍ତି। ଖପ୍ରାଖୋଲ ଏବଂ ସମ୍ୱଲପୁର ଗସ୍ତ ଅବସରରେ ସେ ଏହି ସୂଚନା ଦେଇଛନ୍ତି। ସେହିପରି ମାଓ ଦମନ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ସିଆରପିଏଫ ଡିଜି। ଗତକାଲି ସେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲକୁ ଯାଇ ମାଓ ମୁକାବିଲା ନେଇ ସମୀକ୍ଷା କରିଥିଲେ । ହରିଶଙ୍କରରେ ଥିବା ସିଆରପିଏଫ୍ କ୍ୟାମ୍ପକୁ ଯାଇ ମାଓ ମୁକାବିଲାର ସ୍ଥିତି ନେଇ ସମୀକ୍ଷା କରିଥିଲେ । ପରେ ସମ୍ୱଲପୁର ଯାଇ ବୁର୍ଲା ବସନ୍ତପୁରରେ ପ୍ରସ୍ତାବିତ ସିଆରପିଏଫ ଗ୍ରୁପ ସେଣ୍ଟର ଅଞ୍ଚଳକୁ ବୁଲିଦେଖିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।
Events & Festivals
ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।