ସମ୍ୱଲପୁର: ସମ୍ୱଲପୁରରେ ପ୍ରସ୍ତାବିତ ଆଇଆଇଏମର ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ। ସେମାନେ ଶନିବାର ବୁର୍ଲାରେ ପହଞ୍ଚିବା ପରେ ପ୍ରଥମେ ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ ଯାଇ ସମ୍ୱଲପୁର୍ ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ପରିସର ବୁଲି ଦେଖିଥିଲେ। ଏଠାରେ ଥିବା ଶ୍ରେଣୀ ଗୃହ, ହେଷ୍ଟଲ ଓ ଅନ୍ୟାନ୍ୟ ଭିତ୍ତିଭୂମିର ତଦାରଖ କରିଥିଲେ। ପରେ କେନ୍ଦ୍ରୀୟ ଦଳ ଗୋଶାଳା ନିକଟ ବସନ୍ତପୁରର ପ୍ରସ୍ତାବିତ ସ୍ଥାୟୀ କ୍ୟାମ୍ପସ ଅଂଚଳକୁ ଯାଇ ବୁଲି ଦେଖିଥିଲେ। ଏହାପରେ ଟିମ୍ ରେଙ୍ଗାଲି ସ୍ଥିତ ସରକାରୀ ପଲିଟେକନିକ ବିଲ୍ଡିଂ ବୁଲି ଦେଖିଥିଲେ। ଏଥିସହିତ ସେମାନେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ। ପ୍ରତିନିଧି ଦଳରେ କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରାଳୟର ଡିରେକଟର ଅଫ୍ ମ୍ୟାନେଜମେଣ୍ଟ ଶୈଳେନ୍ଦ୍ର କୁମାର ଏବଂ ଆଇଆଇଏମ୍ ଇନ୍ଦୋରର ପ୍ରଫେସର ପବନ କୁମାର ସିଂଙ୍କ ସହ ଓଡ଼ିଶାର ସିପିଡବ୍ଲୁଡି ମୁଖ୍ୟଯନ୍ତ୍ରୀ ଉମେଶ ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ୍ ସଚିବ ଅସିତ୍ ତ୍ରିପାଠୀ ରହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।
Events & Festivals
ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।