ସମୀର ଦାଶ ଓ ମେଲାନିଆ ଟ୍ରମ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ। ଭାବିଥିବେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ନେଇ କାହିଁକି ଆଲୋଚନାର ପ୍ରସଙ୍ଗ ହେଲା ? ତେବେ କଥାଟି ହେଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଦାୟିତ୍ୱ ନେବା ପରେ ସେଠିକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅନେକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ଶିକ୍ଷାର ମାନ ପର୍ଯ୍ୟନ୍ତ ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକର ଏକ ନବକଳେବର […]

b-909

b-909

Tapas Behera
  • Published: Thursday, 27 February 2020
  • Updated: 28 February 2020, 10:04 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ। ଭାବିଥିବେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ନେଇ କାହିଁକି ଆଲୋଚନାର ପ୍ରସଙ୍ଗ ହେଲା ? ତେବେ କଥାଟି ହେଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଦାୟିତ୍ୱ ନେବା ପରେ ସେଠିକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅନେକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ଶିକ୍ଷାର ମାନ ପର୍ଯ୍ୟନ୍ତ ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକର ଏକ ନବକଳେବର ହୋଇପାରିଛି। ଏମିତିକି ଦିଲ୍ଲୀର ସ୍କୁଲଗୁଡ଼ିକୁ ଏକ ରୋଲ ମଡେଲ ଭାବେ ବିବେଚନା କରାଯାଉଛି।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ସପତ୍ନିକ ଭାରତ ଗସ୍ତ ଆସିଥିବା ବେଳେ ଦିଲ୍ଲୀ ସ୍କୁଲ ଯାଇ ପରିଦର୍ଶନ କରିଥିଲେ ମେଲାନିଆ। ଦକ୍ଷିଣ ଦିଲ୍ଲୀର ମୋତି ବାଗଠାରେ ଥିବା ସର୍ବୋଦୟ କୋ ଏଡୁକେସନ ସିନିୟର ସେକେଣ୍ଡାରୀ ସ୍କୁଲ ଯାଇ ବୁଲାବୁଲି କରିଥିଲେ। ସ୍କୁଲର ଭିତ୍ତିଭୂମି ଏବଂ ଶିକ୍ଷାର ମଡେଲକୁ ନେଇ ଅଭିଭୂତ ହୋଇ ଯାଇଥିଲେ ମେଲାନିଆ। ଖୁବ୍‌ ପ୍ରଶଂସା ବି କରିଥିଲେ।  କହିଥିଲେ ଏହା ତାଙ୍କ ପାଇଁ ଅତ୍ୟନ୍ତ ପ୍ରେରଣା ଦାୟକ। ଏବେ ଆସିବା ଆମ ମନ୍ତ୍ରୀଙ୍କ ପ୍ରସଙ୍ଗକୁ।

୨୦୧୯ ଜୁଲାଇ ମାସରେ ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆୟୋଜିତ ହାପିନେସ୍‌ ଉତ୍ସବରେ ଯୋଗଦେଇଥିଲେ।  ଏହି ଅବସରରେ ଦିଲ୍ଲୀର ବିଭିନ୍ନ ସରକାରୀ ସ୍କୁଲ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଆଶା କରାଯାଉଥିଲା ଶିକ୍ଷା କ୍ଷେତ୍ରରେ ସଂସ୍କାରକୁ ନେଇ ଆକ୍ସନ୍‌ମୁଡ୍‌ରେ ଆସିଥିବା ସମୀର ଦାଶ କିଛି କରିପାରନ୍ତି। ଯେହେତୁ ଦିଲ୍ଲୀରେ ସରକାରୀ ଶିକ୍ଷା ବ୍ୟବସ୍ଥା ଗଲା ୫ ବର୍ଷ ଭିତରେ ଯଥେଷ୍ଟ ବିକଶିତ ହୋଇଛି, ସେହି କ୍ରମରେ ଏହି ଶିକ୍ଷାକୁ ମଡେଲ୍‍ ଭାବେ ରାଜ୍ୟ ସରକାର ଗ୍ରହଣ କରିପାରନ୍ତି। ଫଳସୂରୁପ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ସବୁବେଳେ ଚର୍ଚ୍ଚା ହେଉଥିବା ଗୋଟିଏ ଘସାପିଟା ଡାଇଲଗ୍‌ ଆଉ ଶୁଣିବାକୁ ମିଳିବିନି।

କିନ୍ତୁ ଗତକାଲି ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ରଖିଥିବା ଉତ୍ତର ହିଁ ଆମ ଶିକ୍ଷା ବ୍ୟବସ୍ଥାରେ କେତେ କ’ଣ ପରିବର୍ତ୍ତନ ହୋଇଛି ତାର ଗୁମର ଖୋଲି ଦେଇଛି। ମନ୍ତ୍ରୀ କହିଛନ୍ତି ଯେ, ଏବେ ବି ରାଜ୍ୟରେ ଥିବା ସ୍କୁଲ ମଧ୍ୟରୁ ୯୦ଟିରେ କଳାପଟା ବ୍ୟବସ୍ଥା ନାହିଁ। ସେମିତି ୫୩, ୬୭୦ଟି ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ହୋଇ ନାହିଁ। ୩୭, ୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ। ୩୪, ୩୯୪ଟି ବିଦ୍ୟାଳୟରେ ପାଣି ସହିତ ଶୌଚାଳୟର ବ୍ୟବସ୍ଥା ନାହିଁ। ଏମିତି ଅନେକ ଅବ୍ୟବସ୍ଥାର ହିସାବ ରଖିଛନ୍ତି ମନ୍ତ୍ରୀ।

ତେବେ ଏଠି କହିବାର କଥା ହେଲା। ଯେଉଁ ଦିଲ୍ଲୀ ମଡେଲ ସ୍କୁଲକୁ ପରିଦର୍ଶନ ପାଇଁ ମନ୍ତ୍ରୀ ସମୀର ଦାଶ ଯାଇଥିଲେ ସେଇ ମଡେଲକୁ ବୁଲି ଦେଖିଲେ ମାଲେନିଆ। ଆଉ ଏଠାରୁ କିଛି ଶିଖିଥିବା ମାଲେନିଆ ତାଙ୍କ ଦେଶରେ କେମିତି କାର୍ଯ୍ୟକାରୀ କରିବେ ତାହା ଆପଣ ଅନୁମାନ କରିପାରୁଥିବେ। ହେଲେ ଆମ ଓଡ଼ିଶା ସରକାର କ’ଣ ସବୁ ପରିବର୍ତ୍ତନ କରିପାରିଛନ୍ତି ସେ ଚିତ୍ର ଏବେ ଆପଣଙ୍କ ସାମ୍ନାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos