ସମ୍ରାଟ ସିନେମା ହଲ ମାଲିକଙ୍କ ଘରୁ ଲୁଟ ଘଟଣା: ୧୪ ଗିରଫ, ୩୬୦ ଗ୍ରାମ ସୁନା ଓ ୧ଲକ୍ଷ ୭୮ ହଜାର ଟଙ୍କା ଜବତ

କଟକ: ବହୁଚର୍ଚ୍ଚିତ କଟକ ସମ୍ରାଟ ସିନେମା ହଲ ମାଲିକଙ୍କ ଘରୁ ଲୁଟ ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ମାଷ୍ଟରମାଇଣ୍ଡ୍ ସହିତ ଏହି ଘଟଣାରେ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ଧରାପଡିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଗ୍ୟାଙ୍ଗ ଲିଡର ଜ୍ୟାକି ବେୱା ସହ ଅନ୍ୟ ୫ ଜଣଙ୍କ ଘର ମଧ୍ୟପ୍ରଦେଶ ହୋଇଥିବା ବେଳେ ଜଣେ ଉତ୍ତର ପ୍ରଦେଶର। ଜ୍ୟାକି ନାଁରେ କେବଳ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ୧୯ଟି କେସ୍ ଅଛି। ଏହି ଗ୍ୟାଙ୍ଗ ଓଡିଶାର ପ୍ରାୟ […]

cuttack

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 01:54 PM IST

କଟକ: ବହୁଚର୍ଚ୍ଚିତ କଟକ ସମ୍ରାଟ ସିନେମା ହଲ ମାଲିକଙ୍କ ଘରୁ ଲୁଟ ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ମାଷ୍ଟରମାଇଣ୍ଡ୍ ସହିତ ଏହି ଘଟଣାରେ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ଧରାପଡିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଗ୍ୟାଙ୍ଗ ଲିଡର ଜ୍ୟାକି ବେୱା ସହ ଅନ୍ୟ ୫ ଜଣଙ୍କ ଘର ମଧ୍ୟପ୍ରଦେଶ ହୋଇଥିବା ବେଳେ ଜଣେ ଉତ୍ତର ପ୍ରଦେଶର। ଜ୍ୟାକି ନାଁରେ କେବଳ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ୧୯ଟି କେସ୍ ଅଛି। ଏହି ଗ୍ୟାଙ୍ଗ ଓଡିଶାର ପ୍ରାୟ ୧୦ଟି ଜିଲ୍ଲା ସକ୍ରିୟ ଥିବା ନେଇ ପୋଲିସ ସୂଚନା ଦେଇଛି। ଗିରଫ ସମୟରେ ସେମାନଙ୍କ ଠାରୁ ଏକ ଲକ୍ଷ ୭୮ ହଜାର ଟଙ୍କ।, ୩୬୦ଗ୍ରାମ ସୁନା ଗହଣା, ୪ କିଲୋ ରୁପା ସାମଗ୍ରୀ ସହ ୨ଟି ଗାଡ଼ି ଜବତ କରାଯାଇଛି। ଗତ ୧୯ ତାରିଖ ଦିନ କଟକ ମଧୁପାଟଣା ଅଞ୍ଚଳରେ ରହୁଥିବା ସିନେ ପ୍ରଯୋଜକ ଯଶୋବନ୍ତ ଦେବତାଙ୍କ ଘରୁ ପ୍ରାୟ ୨୫ଭରି ଓଜନର ସୁନା ଅଳଙ୍କ।ର ସହ ୪ରୁ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ସିନେମା ଷ୍ଟାଇଲରେ ଯଶୋବନ୍ତ ଦେବତାଙ୍କ ଘର ଲୋକଙ୍କ ହାତ ଗୋଡ ବାନ୍ଧି ଏହି ଲୁଟ କରିଥିଲେ ଡକାୟତ।

Related story