କଟକ: କଟକକୁ ସ୍ମାର୍ଟସିଟି ମାନ୍ୟତା ଦାବିରେ ଆରମ୍ଭ ହୋଇଛି ୧୨ ଘଣ୍ଟିଆ ବନ୍ଦ ପାଳନ। ବନ୍ଦ ଡାକରା ଦେଇଥିବା ସଂଗଠନଗୁଡ଼ିକ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି। ସହରର ବାଦାମବାଡ଼ି, ମଧୁପାଟଣା, ଲିଙ୍କ୍ ରୋଡ୍ ଭଳି ପ୍ରମୁଖ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। କଟକକୁ ସ୍ମାର୍ଟ ସିଟି ମାନ୍ୟତା ପ୍ରଦାନ ଦାବିରେ କଟକ ବଞ୍ଚାଅ କମିଟି, କଟକ ବଞ୍ଚାଅ ଆନ୍ଦୋଳନ କମଟି ଏବଂ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି।
ତେବେ ଆମ୍ ଆଦମୀ ପାର୍ଟି ଅର୍ଥନୈତିକ ଅବରୋଧରେ ସାମିଲ ହୋଇନି। ଦଳ କେବଳ ଦଳୀୟ କାର୍ଯ୍ୟାଳୟ ନିକଟରେ ହରତାଳ କରିବାକୁ ନିଷ୍ପତ୍ତି ନେଇଛି। ହଜାରେ ବର୍ଷର ସହର କଟକକୁ ସ୍ମାଟସିଟି ତାଲିକାରୁ ବାଦ୍ ଦେବା ନିଶ୍ଚିନ୍ତ ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ସଂଗଠନର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ତେଣୁ ରାଜ୍ୟ ସରକାର କେନ୍ଦ୍ରକୁ ସ୍ମାର୍ଟସିଟି ପାଇଁ ଦେଇଥିବା ପ୍ରସ୍ତାବରେ ସଂଶୋଧନ କରି କଟକକୁ ସାମିଲ କରନ୍ତୁ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।