ସରକାରୀ ହସ୍ପିଟାଲରେ ମିଳିବ ୫୭୨ ପ୍ରକାର ଔଷଧ

ଭୁବନେଶ୍ୱର: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମାଗଣାରେ ମିଳିବ ୫୭୨ ପ୍ରକାରର ଔଷଧ। ସରକାରଙ୍କ ଇ-ଔଷଧୀ ବ୍ୟବସ୍ଥା ମାଧ୍ୟମରେ ଏହି ସୁବିଧା ଆସନ୍ତା ମେ ପହିଲାରୁ ଉପଲବ୍ଧ ହେବ। ଗତକାଲି ଏହି ଇ-ଔଷଧୀ ବ୍ୟବସ୍ଥା ‘ନିରାମୟ’ର ଲୋଗୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ପୂର୍ବରୁ ମାଗଣାରେ ଔଷଧ ଯୋଗାଣ ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ସଚିବ […]

niramaya logo

niramaya logo

Rakesh Mallick
  • Published: Wednesday, 29 April 2015
  • Updated: 29 April 2015, 05:28 AM IST

Sports

Latest News

ଭୁବନେଶ୍ୱର: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମାଗଣାରେ ମିଳିବ ୫୭୨ ପ୍ରକାରର ଔଷଧ। ସରକାରଙ୍କ ଇ-ଔଷଧୀ ବ୍ୟବସ୍ଥା ମାଧ୍ୟମରେ ଏହି ସୁବିଧା ଆସନ୍ତା ମେ ପହିଲାରୁ ଉପଲବ୍ଧ ହେବ। ଗତକାଲି ଏହି ଇ-ଔଷଧୀ ବ୍ୟବସ୍ଥା ‘ନିରାମୟ’ର ଲୋଗୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ପୂର୍ବରୁ ମାଗଣାରେ ଔଷଧ ଯୋଗାଣ ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା,ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଓ ଓଏସଏମସି ଏମଡି ରୂପା ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପୂର୍ବରୁ ରୋଗୀମାନଙ୍କୁ ୨୭୨ ପ୍ରକାରର ଔଷଧ ବିନାମୂଲ୍ୟରେ ଦିଆଯାଉଥିଲା। ତେବେ ମେ ପହିଲାରୁ ଲାଗୁ ହେବାକୁ ଥିବା ଇ-ଔଷଧୀ ବ୍ୟବସ୍ଥା ନିରାମୟ ଜରିଆରେ କର୍କଟ, ସିଜିଲିସେଲ, ଥାଲାସେମିଆ, ହିମୋଫିଲିଆ ଭଳି ଦୂରାରୋଗ୍ୟ ପାଇଁ ମଧ୍ୟ ଔଷଧ ଯୋଗାଇ ଦିଆଯିବ। ରାଜ୍ୟର ତିନିଟି ମେଡିକାଲ କଲେଜ,ସମସ୍ତ ଜିଲ୍ଲା ଚିକିତ୍ସାଳୟ, ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଏହି ଔଷଧ ବିିତରଣ ବ୍ୟବସ୍ଥା ପର୍ଯ୍ୟାୟ ଭିତ୍ତିରେ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos