ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ସରପଞ୍ଚଙ୍କ ସ୍ୱାମୀ!

ମୋହନା(ମିହିର ଜତି): ସାରିଦେଲେ ସରପଞ୍ଚ ସ୍ୱାମୀଙ୍କ ସ୍ୱାମୀ! ମୋବାଇଲ୍‌ ଦେଖାଇବା ବାହାନାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଛାତ୍ରୀ ଜଣକ ୪ ମାସର ଗର୍ଭବତି ହୋଇଛନ୍ତି। ଯେଉଁଥିପାଇଁ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଲଜ୍ଜ୍ୟା ଜନକ ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ସେମ୍ନାକୁ ଆସିଛି। ଅଡବା ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ) ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ପ୍ରତିଦିନ ସ୍କୁଲ ଯିବା ଆସିବା […]

Mohana

Mohana

Manoranjan Sial
  • Published: Saturday, 12 November 2022
  • Updated: 12 November 2022, 06:58 PM IST

Sports

Latest News

ମୋହନା(ମିହିର ଜତି): ସାରିଦେଲେ ସରପଞ୍ଚ ସ୍ୱାମୀଙ୍କ ସ୍ୱାମୀ! ମୋବାଇଲ୍‌ ଦେଖାଇବା ବାହାନାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଛାତ୍ରୀ ଜଣକ ୪ ମାସର ଗର୍ଭବତି ହୋଇଛନ୍ତି। ଯେଉଁଥିପାଇଁ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଲଜ୍ଜ୍ୟା ଜନକ ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ସେମ୍ନାକୁ ଆସିଛି।

ଅଡବା ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ) ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ପ୍ରତିଦିନ ସ୍କୁଲ ଯିବା ଆସିବା ଭିତରେ ତାଙ୍କ ଉପରେ ପାପ ନଜର ପକାଇଥିଲେ ସରପଞ୍ଚଙ୍କ ସ୍ୱାମୀ। ବାପା ଓ ମାଆ କାମକୁ ଗଲା ପରେ ପଦ୍ମାଙ୍କ ଘରକୁ ଆସୁଥିଲା ସରପଞ୍ଚଙ୍କ ସ୍ୱାମୀ। ମୋବାଇଲ୍‌ ଦେଖାଇବା ବାହାନାରେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏପରିକି ସେ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ସରପଞ୍ଚଙ୍କ ସ୍ୱାମୀ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପଦ୍ମା ସବୁ ଜାଣି ଚୁପ୍‌ ରହିଥିଲା।

ଗତ ୧ ତାରିଖରେ ପଦ୍ମା ନିଜକୁ ଅସୁସ୍ଥ ଅନୁଭବ କରିଥିଲେ। କ’ଣ ହୋଇଛି ବୋଲି ପଦ୍ମାଙ୍କୁ ତାଙ୍କ ବାପା ପଚାରିଥିଲେ। ଏହା ପରେ ପଦ୍ମା କାନ୍ଦି ପକାଇ ଥିଲେ। ଆଉ ତା’ପରେ ବାପାଙ୍କୁ ସବୁ କଥା କହିଥିଲେ। ସରପଞ୍ଚଙ୍କ ସ୍ୱାମୀ ବାରମ୍ୱାର ଦୁଷ୍କର୍ମ କରିଥିବା କହିଥିଲେ। ଏବେ ସେ ୪ ମାସର ଗର୍ଭବତୀ। ଏକଥା ଶୁଣିବା ପରେ ହତବାକ ହୋଇପଡ଼ିଥିଲେ ପଦ୍ମାଙ୍କ ବାପା।

ଖବର ଯାଇ ପହଞ୍ଚିଥିଲା ସରପଞ୍ଚଙ୍କ ସ୍ୱାମୀଙ୍କ ପାଖରେ। ଏକଥା ଜାଣିବା ପରେ ଗର୍ଭ ନଷ୍ଟ କରିବା ପାଇଁ ସରପଞ୍ଚଙ୍କ ସ୍ୱାମୀ କହିଥିଲା। ମାତ୍ର ଏଥିରେ ରାଜି ନହେବାରୁ ସରପଞ୍ଚଙ୍କ ସ୍ୱାମୀ ଅର୍ଥ ଓ ଇନ୍ଦିରା ଆବାସ ଯୋଜନାରେ ଘର ଦେବାକୁ ଲୋଭ ଦେଖାଇଥିଲା। ମାତ୍ର ପଦ୍ମାଙ୍କ ପରିବାର ଲୋକେ ରାଜି ନହେବାରୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପଦ୍ମାଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ।

ଆଜି ପରିବାର ଲୋକେ ଏନେଇ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ସ୍ୱାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ୱର ଚାଇଲ୍‌ଡଲାଇନ୍‌କୁ ଫୋନ୍‌ କରି ଅବଗତ କରାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos