ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାରିତୋଷିକ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ପିଛିଲା ଭାବେ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ୱାର୍ଡମେମ୍ବରଙ୍କଠୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କର ଦୈନିକ ଭତ୍ତା ଓ ବୈଠକ ଫି’କୁ ଅପରିବର୍ତ୍ତିତ ରଖାଯାଇଛି। ୱାର୍ଡମ୍ବେମରମାନଙ୍କ ମାସିକ ପାରିତୋଷିକ ନଥିବାବେଳେ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି ହୋଇଛି। […]

odisga-govt

odisga-govt

Ranjit Kumar Jena
  • Published: Thursday, 11 June 2020
  • Updated: 11 June 2020, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ପିଛିଲା ଭାବେ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ୱାର୍ଡମେମ୍ବରଙ୍କଠୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କର ଦୈନିକ ଭତ୍ତା ଓ ବୈଠକ ଫି’କୁ ଅପରିବର୍ତ୍ତିତ ରଖାଯାଇଛି। ୱାର୍ଡମ୍ବେମରମାନଙ୍କ ମାସିକ ପାରିତୋଷିକ ନଥିବାବେଳେ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି ହୋଇଛି।

ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ମାସିକ ପାରିତୋଷିକ ବୃଦ୍ଧି ପାଇଛି। ଓଡ଼ିଶା ପଞ୍ଚାୟତ ସମିତି ଟିଏ ରୁଲସ-୧୯୭୫ର ଗାଇଡଲାଇନ୍ ଅନୁସାରେ ବର୍ତ୍ତମାନର ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏହି ଦର ବୃଦ୍ଧି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ନାଏବ ସରପଞ୍ଚଙ୍କ ମାସିକ ପାରିତୋଷିକ ୭୫୦ଟଙ୍କାରୁ ୯୪୦ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସରପଞ୍ଚଙ୍କର ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ନାଏବ ସରପଞ୍ଚଙ୍କୁ ମାସିକ ୧୯୦ଟଙ୍କା ଓ ସରପଞ୍ଚଙ୍କୁ ଅଧିକ ୪୭୦ଟଙ୍କା ମିଳିବ। ସେହିପରି ୱାର୍ଡମେମ୍ବର, ନାଏବ ସରପଞ୍ଚ ଓ ସରପଞ୍ଚଙ୍କ ଦୈନିକ ଭତ୍ତା ୪୦ଟଙ୍କା ଓ ବୈଠକ ଫି’ ୨୦୦ଟଙ୍କା ପୂର୍ବଭଳି ରହିଛି।

ସେହିପରି ସମିତି ସଭ୍ୟ ଓ ପଞ୍ଚାୟତସମିତି ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବଢ଼ିଥିବାବେଳେ ବ୍ଲକ ଅଧ୍ୟକ୍ଷଙ୍କର ୨୮୨୦ଟଙ୍କାରୁ ୩୫୩୦ଟଙ୍କାକୁ ବୃଦ୍ଧି ପାଇଛି। ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କର ଦୈନିକ ଭତ୍ତା ୪୦ଟଙ୍କା ଓ ସିଟିଙ୍ଗ୍ ଫି’ ୨୦୦ଟଙ୍କା ଅପରିବର୍ତ୍ତିତ ରହିଛି।

ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୭୧୦ଟଙ୍କା ବୃଦ୍ଧି ପାଇ ୩୫୩୦ଟଙ୍କା ହୋଇଥିବାବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କର ୧୪୧୦ଟଙ୍କା ବୃଦ୍ଧି ପାଇ ୭୦୪୦ଟଙ୍କା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ୧୮୮୦ଟଙ୍କା ବଢ଼ି ୯୩୮୦ଟଙ୍କା ହୋଇଛି। ତେବେ ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷଙ୍କ ଦୈନିକ ଭତ୍ତା ୮୦ଟଙ୍କା ଓ ସିଟିଙ୍ଗ୍ ଫି’ ୨୨୦ଟଙ୍କା ଅପରିବର୍ତ୍ତିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story