ସର୍ତ୍ତ ମାନିଲେ ସ୍ୱାମୀଙ୍କ ସହ ରହିବି : ବର୍ଷାସୋନି

ବାଲେଶ୍ୱର: ସ୍ୱାମୀ ରାଜଶ୍ରୀଙ୍କ ସହିତ ରହିବାକୁ ରାଜି ଅଛନ୍ତି ବର୍ଷାସୋନି। ତେବେ ଏଥିପାଇଁ ସେ ରଖିଥିବା ସମସ୍ତ ସର୍ତ୍ତକୁ ରାଜାଶ୍ରୀଙ୍କ ପରିବାର ଲୋକଙ୍କୁ ମାନି ନେବାକୁ ହେବ। ମଙ୍ଗଳବାର ସ୍ଥାନୀୟ ଫାମିଲି କୋର୍ଟ ବାହାରେ ସେ ଏହି କଥା କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ରାଜାଶ୍ରୀ କହିଛନ୍ତି ଯେ ମାମଲା ଯେଉଁ ସ୍ତରରେ ପହଞ୍ଚିଛି ଆଉ ବର୍ଷାସୋନିଙ୍କ ସହିତ ରହିବା ସମ୍ଭବ ନୁହେଁ। ବର୍ଷାସୋନିଙ୍କ ଠାରୁ ଛାଡ଼ପତ୍ର ପାଇଁ ରାଜାଶ୍ରୀ ଫାମିଲି କୋର୍ଟରେ ଆବେଦନ କରିଥିଲେ। ସେହିକ୍ରମରେ […]

bhrsasoni

bhrsasoni

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 09:05 AM IST

Sports

Latest News

ବାଲେଶ୍ୱର: ସ୍ୱାମୀ ରାଜଶ୍ରୀଙ୍କ ସହିତ ରହିବାକୁ ରାଜି ଅଛନ୍ତି ବର୍ଷାସୋନି। ତେବେ ଏଥିପାଇଁ ସେ ରଖିଥିବା ସମସ୍ତ ସର୍ତ୍ତକୁ ରାଜାଶ୍ରୀଙ୍କ ପରିବାର ଲୋକଙ୍କୁ ମାନି ନେବାକୁ ହେବ। ମଙ୍ଗଳବାର ସ୍ଥାନୀୟ ଫାମିଲି କୋର୍ଟ ବାହାରେ ସେ ଏହି କଥା କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ରାଜାଶ୍ରୀ କହିଛନ୍ତି ଯେ ମାମଲା ଯେଉଁ ସ୍ତରରେ ପହଞ୍ଚିଛି ଆଉ ବର୍ଷାସୋନିଙ୍କ ସହିତ ରହିବା ସମ୍ଭବ ନୁହେଁ।

ବର୍ଷାସୋନିଙ୍କ ଠାରୁ ଛାଡ଼ପତ୍ର ପାଇଁ ରାଜାଶ୍ରୀ ଫାମିଲି କୋର୍ଟରେ ଆବେଦନ କରିଥିଲେ। ସେହିକ୍ରମରେ ଆଜି କୋର୍ଟ ଦୁଇ ଜଣଙ୍କୁ ଆପୋଷ ବୁଝାମଣା ପାଇଁ ଡାକିଥିଲେ। ଏକ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କୁ କାଉନସେଲିଂ କରାଯାଇଥିଲା। ତେବେ ଏହି ଆଲୋଚନା ବିଫଳ ରହିଥିଲା। ଛାଡ଼ପତ୍ର ନେଇ ଆଉ ଥରେ ବିଚାର କରିବାକୁ ରାଜାଶ୍ରୀ ଅମଙ୍ଗ ହେଉଥିବାରୁ ଏହି କାଉନସେଲିଂ ବିଫଳ ରହିଥିଲା ବୋଲି କୁହାଯାଉଛି। ତେବେ କୋର୍ଟ ପୁଣି ଥରେ ଏଦୁହିଁଙ୍କୁ କାଉନସେଲିଂ କରିବାକୁ କହିଛନ୍ତି। କିନ୍ତୁ ଏନେଇ ଦିନ ସ୍ଥିର କରି ନାହାନ୍ତି।

bashasoni

କୋର୍ଟ ବାହାରେ ବର୍ଷାସୋନି କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଉଛି। ଏହା ସହିତ ସେ ମିଡିଆରେ ଏହି ଘଟଣା ସଂପର୍କରେ ବହୁତ କହୁଥିବା ନେଇ ରାଜାଶ୍ରୀ କରୁଥିବା ଅଭିଯୋଗ ସଂପର୍କରେ ମଧ୍ୟ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ ରାଜାଶ୍ରୀ ବି ମିଡିଆକୁ ଆସି ଯାହା କହିବା କଥା କୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos