ଏସ୍‌ପି (କମ୍ପ୍ୟୁଟର) ଭାବେ ନିଯୁକ୍ତି ପାଇଲେ ସତୀଶ ଗଜଭିୟେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରପଡ଼ା ବାବା ସାରଥୀଙ୍କ ମାମଲାରେ ନିଲମ୍ୱିତ ହୋଇଥିବା ଆଇପିଏସ୍‌ ସତୀଶ ଗଜଭିୟେଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଆଜି ଏସ୍‌ପି କମ୍ପ୍ୟୁଟର ଭାବେ ନିଯୁକ୍ତି ଦିଆଯାଇଛି।

ସେହିଭଳି ଆଇପିଏସ ସ୍ତରରେ ହୋଇଥିବା ଅଦଳବଦଳରେ କୃଷ୍ଣଚନ୍ଦ୍ର ସାମଲ ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି। ବଣାଇ ଏଏସ୍‌ପି ପ୍ରଶାନ୍ତ କୁମାର ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ଗୋପବନ୍ଧୁ ପତିଙ୍କୁ କ୍ରାଇମବ୍ରାଞ୍ଚ EOW ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।