କାଲିଠାରୁ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ ଦେଇଛନ୍ତି। ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ କାଲିଠାରୁ ଏହି ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି। ଏ ନେଇ ଏସସିବି ଡାକ୍ତର ଦୀପକ କୁମାର ସାମଲ କହିଛନ୍ତି, ୨୦୧୭ରେ ଆମେ ଯେତେବେଳେ ଆନ୍ଦୋଳନ କରିଥିଲୁ, ସେତେବେଳେ ସରକାର ଆମର ଷ୍ଟାଇପେଣ୍ଡ ବୃଦ୍ଧି କରି ତିନିବର୍ଷ ପରେ ଏହାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାର ଅବଧି ୨୦୨୦, ଏପ୍ରିଲ ମାସରେ ଶେଷ ହୋଇଛି। ଏହାରି ଭିତରେ […]

scb

scb

Ranjit Kumar Jena
  • Published: Wednesday, 27 January 2021
  • Updated: 27 January 2021, 06:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ ଦେଇଛନ୍ତି। ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ କାଲିଠାରୁ ଏହି ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି। ଏ ନେଇ ଏସସିବି ଡାକ୍ତର ଦୀପକ କୁମାର ସାମଲ କହିଛନ୍ତି, ୨୦୧୭ରେ ଆମେ ଯେତେବେଳେ ଆନ୍ଦୋଳନ କରିଥିଲୁ, ସେତେବେଳେ ସରକାର ଆମର ଷ୍ଟାଇପେଣ୍ଡ ବୃଦ୍ଧି କରି ତିନିବର୍ଷ ପରେ ଏହାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାର ଅବଧି ୨୦୨୦, ଏପ୍ରିଲ ମାସରେ ଶେଷ ହୋଇଛି। ଏହାରି ଭିତରେ ୧୦ମାସ ବିତିଗଲାଣି।

ଗତ ୪ ମାସ ହେବ ଆମେ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଏ ସମ୍ବନ୍ଧରେ ଜଣାଉଛୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ନଆସିବାରୁ ଆମେ ଗତ ୧୫ ତାରିଖରେ ସରକାରଙ୍କୁ ଶେଷ ଚିଠି ଲେଖିଥିଲୁ। ଏଥିରେ ଆମେ ସରକାରଙ୍କୁ ଜଣାଇଥିଲୁ ଯେ ୨୨ ତାରିଖ ସୁଦ୍ଧା ସରକାର ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି, ତାହେଲେ ଆମେ କଳା ବ୍ୟାଜ ପିନ୍ଧି ଡ୍ୟୁଟି କରିବୁ। ଏହାଛଡ଼ା ୨୮ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ନନେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ କହିଥିଲୁ। ଯେହେତୁ ଆଜି କଳାବ୍ୟାଚର ଅବଧି ପୁରୁଛି। କିନ୍ତୁ ଏଯାଏ କୌଣସି ସରକାରୀ ଅଧିକାରୀ ଓ କର୍ତ୍ତୃପକ୍ଷ ଆମ ସହ ଆଲୋଚନା କରିନାହାନ୍ତି। ତେଣୁ ବାଧ୍ୟ ହୋଇ ଆମେ ଆସନ୍ତାକାଲିଠାରୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ପ୍ରତିମୂର୍ତ୍ତି ଆଗରେ ସକାଳ ୯ଟାରୁ ଆମେ ସମସ୍ତେ ଆନ୍ଦୋଳନ କରିବୁ।

ଆନ୍ଦୋଳନ ସତ୍ତ୍ୱେ ଜରୁରୀ ସେବା ଓ କୋଭିଡ୍ ଡ୍ୟୁଟି ବନ୍ଦ ନକରିବାକୁ ଏମାନେ ନିଷ୍ପତ୍ତି ନେଇଛନ୍ତି। ଯଦି ସରକାର ୪୮ ଘଣ୍ଟା ଭିତରେ ଆମ ଦାବି ନଶୁଣନ୍ତି, ତାହେଲେ ଏହା ପରେ ଜରୁରୀ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଉସ ସର୍ଜନ। ଏହି ଆନ୍ଦୋଳନରେ ଏସସିବିର ୨୫୦ ଜଣ ଏବଂ ବୁର୍ଲା ଓ ବ୍ରହ୍ମପୁରର ୫୫୦ ଜଣ ଏହି ଆନ୍ଦୋଳନରେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story