ଏସସିବିରେ ଡେଣ୍ଟାଲ ୱାର୍ଡରେ ମାଓନେତା ସବ୍ୟସାଚୀ

କଟକ: କଟକ ବଡ଼ ମେଡିକାଲ ଡେଣ୍ଟାଲ ୱାର୍ଡରେ ମାଓନେତା ସବ୍ୟସାଚୀ ଭର୍ତ୍ତି ହୋଇଛନ୍ତି। ସବ୍ୟସାଚୀଙ୍କ ଦାନ୍ତରେ ଦେଖାଦେଇଥିବା ଅସୁବିଧା ଯୋଗୁଁ ତାଙ୍କୁ କଟକ ବଡ଼ ମେଡିକାଲର ଡେଣ୍ଟାଲ କଲେଜକୁ ଅଣାଯାଇଥିଲା। ବ୍ରହ୍ମପୁର ଜେଲରେ ଥିବାବେଳେ ସବ୍ୟସାଚୀଙ୍କ ଦାନ୍ତରେ ଯନ୍ତ୍ରଣା ହେବାରୁ ଗତ ଶନିବାର ବ୍ରହ୍ମପୁରରୁ କଟକ ଚୌଦ୍ୱାରା ସ୍ଥାନାନ୍ତର କରାଯାଇଥିଲା। ପରେ ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ବଡ଼ ମେଡିକାଲକୁ ଅଣାଯାଇଥିଲା। ଦୀର୍ଘ ୨ଘଣ୍ଟାର ଚିକିତ୍ସା ପରେ ତାଙ୍କୁ ଚୌଦ୍ୱାରା ପଠାଯାଇଥିଲା। ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯିବ।