ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି। କିଛି ଦିନ ତଳେ ଫୁଡ୍‌ କମିଶନ ଏପରି ଆପତ୍ତି ଉଠାଇ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ଏବେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଫୁଡ୍ କମିଶନ ଓ ଗଣଶିକ୍ଷା ବିଭାଗ। ନିମ୍ନମାନର ମଧ୍ୟାହ୍ନ ଭୋଜନ ନେଇ ଫୁଡ୍ କମିଶନଙ୍କ ଚିଠି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।</p> <p>ସେ କହିଛନ୍ତି-“ଖାଦ୍ୟ ଆୟୋଗଙ୍କୁ ସବିଶେଷ ରିପୋର୍ଟ ମାଗାଯାଇଛି। କେଉଁ ଆଧାରରେ ନିମ୍ନମାନର କହାଯାଉଛି, ଫୁଡ୍‌ କମିଶନ୍‌ ତାହାର ତଥ୍ୟ ଦିଅନ୍ତୁ।”</p> <p>ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଫୁଡ୍‌ କମିଶନ। ଫୁଡ କମିଶନ ସଦସ୍ୟା ସିପ୍ରା ମଲ୍ଲିକ କହିଛନ୍ତି-“ଫୁଡ ଆନାଲିଷ୍ଟଙ୍କ ତଥ୍ୟ ଆଧାରରେ ଚିଠି ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଯୋଗାଇ ଦିଆଯିବ।”</p> <p>ମଧ୍ୟାହ୍ନ ଭୋଜନ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ କିଛିଦିନ ତଳେ ରାଜ୍ୟ ଫୁଡ କମିଶନ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଚିଠି ଦେଇଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।