ସରକାର ଦେଲେ ମାଗଣା, ଆମ ଠାରୁ ସାର ନେଲେ ୧୦ ଟଙ୍କା

ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରି ଅଞ୍ଚଳରେ ଦଶମ ଶ୍ରେଣୀର ଏସ୍‌ସିଏସ୍‌ଟି  ପିଲା ବହି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛି । ଅନେକ ସ୍କୁଲରେ ପିଲା ସମସ୍ତ ବହି ପାଇନଥିବା ବେଳେ ଔପଦା ବ୍ଲକ ଅଧିନ ପଞ୍ଚଲିଙ୍ଗେଶ୍ୱର ଉଚ୍ଚ ନୋଡାଲ ଉପ୍ରା ବିଦ୍ୟାଳୟରେ ଆସିଛି  ସଙ୍ଗିନ ଅଭିଯୋଗ। ବହି ପାଇଁ ପିଳାଙ୍କଠାରୁ ୧୦ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ସ୍କୁଲରେ ବହି ବିଳମ୍ବରେ ମିଳିଲା।  ତା’ପରେ ବି ବହି ପିଛା ୧୦ ଟଙ୍କା ଲେଖାଏଁ ନେଇଥିବା […]

tiop0

tiop0

Tapas Behera
  • Published: Tuesday, 18 February 2020
  • Updated: 18 February 2020, 04:24 PM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରି ଅଞ୍ଚଳରେ ଦଶମ ଶ୍ରେଣୀର ଏସ୍‌ସିଏସ୍‌ଟି  ପିଲା ବହି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛି । ଅନେକ ସ୍କୁଲରେ ପିଲା ସମସ୍ତ ବହି ପାଇନଥିବା ବେଳେ ଔପଦା ବ୍ଲକ ଅଧିନ ପଞ୍ଚଲିଙ୍ଗେଶ୍ୱର ଉଚ୍ଚ ନୋଡାଲ ଉପ୍ରା ବିଦ୍ୟାଳୟରେ ଆସିଛି  ସଙ୍ଗିନ ଅଭିଯୋଗ। ବହି ପାଇଁ ପିଳାଙ୍କଠାରୁ ୧୦ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି।

ପ୍ରଥମେ ସ୍କୁଲରେ ବହି ବିଳମ୍ବରେ ମିଳିଲା।  ତା’ପରେ ବି ବହି ପିଛା ୧୦ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହେଉଛି। ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ନିହାରିକା ମଲ୍ଲିକ,ମମତା ମଲ୍ଲିକ ପ୍ରମୁଖ ଏମିତି ଅଭିଯୋଗ ଆଣିଛନ୍ତି।

ତେବେ ଗରିବ ଲୋକ ଧାର କରଜ କରି ପିଲାଙ୍କୁ ପଢ଼ାଉଥିବା ବେଳେ ସରକାରଙ୍କ ମାଗଣା ବହିକୁ ପିଲାଙ୍କଠାରୁ ଟଙ୍କା ନେବା ଘଟଣାକୁ ଅଭିବାବକ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ପିଇଟି ଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ଔପଦାରୁ ଅଟୋ ଭଡ଼ା କରି ବହି ଅଣାଯାଉଥିବାରୁ  ପିଲାଙ୍କ ଠାରୁ ୧୦ ଟଙ୍କା ଲେଖାଁଏ  ନେବାକୁ ପଡ଼ୁଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos