ମେଡ଼ିକାଲ୍‌ ଯାଉଥିଲେ ଧକ୍କା ଦେଲା କାର୍‌: ବୋହୂ ମୃତ, ଜେଜେ ଓ ନାତୁଣୀ ଗୁରୁତର

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ବୋହୂ ଓ ରୋଗୀଣା ନାତୁଣୀଙ୍କୁ ଧରି ମେଡ଼ିକାଲ୍‌ ଯାଉଥିଲେ ଜେଜେବାପା। ହେଲେ ଅଧା ରାସ୍ତାରେ ପିଟିଦେଲା କାର୍‌। ବିଚ୍‌ ରାସ୍ତାରେ ଚାଲିଗଲା ବୋହୂର ଜୀବନ। ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି ଜେଜେ ଓ ନାତୁଣୀ। ଆଜି ମଧ୍ୟାହ୍ନ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ରମ୍ଭା ଟିକରପଡା ଗାଁର ସୁବାସ ସେଠୀଙ୍କ ନାତୁଣୀ ମାମାଲି ଅସୁସ୍ଥ ଥିଲେ। ତେଣୁ ନାତୁଣୀ […]

Child

Child

Manoranjan Sial
  • Published: Saturday, 19 November 2022
  • Updated: 19 November 2022, 08:54 PM IST

Sports

Latest News

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ବୋହୂ ଓ ରୋଗୀଣା ନାତୁଣୀଙ୍କୁ ଧରି ମେଡ଼ିକାଲ୍‌ ଯାଉଥିଲେ ଜେଜେବାପା। ହେଲେ ଅଧା ରାସ୍ତାରେ ପିଟିଦେଲା କାର୍‌। ବିଚ୍‌ ରାସ୍ତାରେ ଚାଲିଗଲା ବୋହୂର ଜୀବନ। ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି ଜେଜେ ଓ ନାତୁଣୀ। ଆଜି ମଧ୍ୟାହ୍ନ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।

ରମ୍ଭା ଟିକରପଡା ଗାଁର ସୁବାସ ସେଠୀଙ୍କ ନାତୁଣୀ ମାମାଲି ଅସୁସ୍ଥ ଥିଲେ। ତେଣୁ ନାତୁଣୀ ଓ ବୋହୂ ବେବୀ ସେଠୀଙ୍କୁ ସ୍କୁଟିରେ ଧରି ଗଞ୍ଜାମ ପ୍ରାଥମିକ ମେଡ଼ିକାଲ୍‌ ଯାଉଥିଲେ ସୁବାସ। ତେବେ ୧୬ ନମ୍ୱର ଜାତୀୟ ରାଜପଥର ସଦାଢ଼ାବା ନିକଟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତିନି ଜଣ ଯାକ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ଘଟଣା ସ୍ଥଳରେ ସ୍କୁଟ୍‌ ପଛରେ ବସିଥିବା ବୋହୂ ବେବୀଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିଲେ ଜେଜେ ଓ ନାତୁଣୀ।

ସ୍ଥାନୀୟ ଲୋକ ଉଭୟ ଜେଜେ ଓ ନାତୁଣୀଙ୍କୁ ଉଦ୍ଧାର କରି ଛାତ୍ରପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କାର୍‌ ଚାଳକ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ମାତ୍ର ସ୍ଥାନୀୟ ଲୋକେ ତାକୁ ମାଡ଼ି ବସିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ କାର୍‌ ଚାଳକକୁ ଗିରଫ କରିଛି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କାର୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story