ମହିଳାଙ୍କ ଉପରେ ଚଢ଼ିଗଲା ସ୍କର୍ପିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାକା ଗେଟ୍‌-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଜଣେ ମହିଳାଙ୍କ ଉପରେ ସ୍କର୍ପିଓ ଚଢ଼ିଯାଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲାବଣ୍ୟ ସ୍ୱାଇଁ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ଧରି ରାସ୍ତାରୋକ କରିଥିଲେ। ଫଳରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଖଣ୍ଡଗିରି […]

scorpio

scorpio

Jitendra Garnayak
  • Published: Wednesday, 26 December 2018
  • Updated: 26 December 2018, 02:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାକା ଗେଟ୍‌-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଜଣେ ମହିଳାଙ୍କ ଉପରେ ସ୍କର୍ପିଓ ଚଢ଼ିଯାଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲାବଣ୍ୟ ସ୍ୱାଇଁ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।

[caption id="attachment_317100" align="aligncenter" width="750"]deadbody ମୃତ ମହିଳା[/caption]

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ଧରି ରାସ୍ତାରୋକ କରିଥିଲେ। ଫଳରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଖଣ୍ଡଗିରି ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ମୁଖ୍ୟ ରାସ୍ତାକଡ଼ରେ ଏକ ବସ୍ତି ରହିଛି। ଲାବଣ୍ୟ ଏହି ବସ୍ତିରେ ରୁହନ୍ତି। ଆଜି ସକାଳେ ସେ ରାସ୍ତାକଡ଼ରେ ଗାଧୋଉଥିବା ବେଳେ ସ୍କର୍ପିଓଟି ତାଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

https://youtu.be/hLQ7b8HZ77g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos