ଖୋଲାମେଲା ଶ୍ରୀମନ୍ଦିର ! ଯିଏ ଯାହା ଚାହିଁଲା କଲା !

ପୁରୀ (ଓଡ଼ିଶା ରିପୋର୍ଟର):  ତାଙ୍କର ଅଛି ବଡ଼ ଦାଣ୍ଡ। ରହୁଛନ୍ତି ବଡ଼ ଦେଉଳରେ। ସେବାୟତଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ରହିଛନ୍ତି ତାଙ୍କ ସୁରକ୍ଷାରେ। ହେଲେ ଏହା କେବଳ ଚାଲିଛି ଲୋକ ଦେଖାଣିଆ। ବାହାରୁ ଦେଖିଲେ ଲାଗୁଛି ସୁରକ୍ଷା ବଳୟ ମଧ୍ୟରେ ରହିଛି ଶ୍ରୀମନ୍ଦିର। ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ସବୁଠି ପ୍ରହରା, ତଥାପି ସବୁଠି ଖୋଲାମେଲା। ମେଟାଲ ଡିଟେକ୍ଟର ଲାଗିଛି, ହେଲେ ଆସୁନି କାମରେ। ଭକ୍ତ ଭ୍ୟାନିଟଠାରୁ ଆରମ୍ଭ କରି ପର୍ସ […]

puri

puri

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 08:34 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର):  ତାଙ୍କର ଅଛି ବଡ଼ ଦାଣ୍ଡ। ରହୁଛନ୍ତି ବଡ଼ ଦେଉଳରେ। ସେବାୟତଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ରହିଛନ୍ତି ତାଙ୍କ ସୁରକ୍ଷାରେ। ହେଲେ ଏହା କେବଳ ଚାଲିଛି ଲୋକ ଦେଖାଣିଆ। ବାହାରୁ ଦେଖିଲେ ଲାଗୁଛି ସୁରକ୍ଷା ବଳୟ ମଧ୍ୟରେ ରହିଛି ଶ୍ରୀମନ୍ଦିର। ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ସବୁଠି ପ୍ରହରା, ତଥାପି ସବୁଠି ଖୋଲାମେଲା। ମେଟାଲ ଡିଟେକ୍ଟର ଲାଗିଛି, ହେଲେ ଆସୁନି କାମରେ। ଭକ୍ତ ଭ୍ୟାନିଟଠାରୁ ଆରମ୍ଭ କରି ପର୍ସ ମଧ୍ୟ ଧରି ଅବାଧରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। କେହି କେହି ମୋବାଇଲ ବି ନେଇ ମନ୍ଦିରରେ ପ୍ରବେଶ କରୁଛନ୍ତି। ଯିଏ ଯାହା ପାଇଲା ଧରିକି ଚାଲିଲା ଓ ଯାହା ଚାହିଁଲା ତା’ହା କଲା। ଏପରି ଲାଗୁଛି ଅଟକାଇବାକୁ କେହି ନାହିଁ। ଏମିତି ଚାଲିଛି ଆମ ବଡ଼ ଦେଉଳର ସୁରକ୍ଷା ବ୍ୟବସ୍ଥା। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଓଡ଼ିଶା ରିପୋର୍ଟରର ବିଶେଷ ଉପସ୍ଥାପନା।

ଶ୍ରୀମନ୍ଦିର ଭିତରକୁ ମୋବାଇନ ନେବା ନିଷିଦ୍ଧ। ହେଲେ ଶ୍ରୀମନ୍ଦିର ଭିତର ଫଟୋ କେବେ ଭାଇରାଲ୍ ହେଲାଣି ତ ଆଉ କେବେ ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଲାଣି। ଯାହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇବା ସହ ଚିନ୍ତା ବଢ଼ାଇ ଦେଇଛି। ପ୍ରବେଶ ଦ୍ୱାରଠୁ ବାହାରକାଠ ପର୍ଯ୍ୟନ୍ତ ସବୁଠି ଢ଼ିଲା। ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଏକମୁହାଁ ହୋଇ ଧାଉଁଛନ୍ତି ଭକ୍ତ। ପ୍ରବେଶ ପଥରେ ଜଗିଛନ୍ତି ସୁରକ୍ଷା କର୍ମୀ। ହେଲେ ଏହା ନାମକୁ ମାତ୍ର। ଯିଏ ଯାହା ବାଟରେ ନିଜ ଜିନିଷ ଧରି ଅବାଧରେ ପସୁଛନ୍ତି।

ନିଷିଦ୍ଧ ସାମଗ୍ରୀ ଚେକ୍ ପାଇଁ ମେଟାଲ୍ ଡିଟେକ୍ଟର ବି ଲାଗିଛି। ହେଲେ କୌଣସି କାମକୁ ଆସୁନି। କେବଳ ଏପରି ଫୁଙ୍ଗୁଳା ସୁରକ୍ଷା ବ୍ୟବସ୍ଥା ସିଂହଦ୍ୱାରରେ ଦେଖିବାକୁ ମିଳୁନାହିଁ। ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ୱାରରେ ବି ସମାନ ଅବସ୍ଥା। ଏଠାରେ ନା ଅଛି ମେଟାଲ୍ ଡିଟେକ୍ଟର ନା ସୁରକ୍ଷା ଯାଞ୍ଚ ପାଇଁ ଅଛନ୍ତି ଆବଶ୍ୟକ ପୋଲିସ କର୍ମଚାରୀ।

ଏଭଳି ଢ଼ିଲା ସୁରକ୍ଷା ଯୋଗୁ ଶ୍ରୀମନ୍ଦିର ଭିତର ଏବଂ ଗର୍ଭଗୃହର ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ୍ ହେବାରେ ଲାଗିଛି। କେବେ ଭକ୍ତ ତ ଆଉ କେବେ ଜଗମୋହନ ମରାମତି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦ୍ୱାରା ଭାଇରାଲ୍ ହୋଇଛି ଫଟୋ। ହେଲେ ଏଯାଏଁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନି। କେବଳ କ୍ଷମା ମାଗିବା ପରେ ଫଟୋ ଭାଇରାଲକାରୀଙ୍କୁ ତାଗିଦ୍ କରି ସମସ୍ତେ ଚୁପ୍ ହୋଇ ବସିଯାଉଛନ୍ତି। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ।

ଅନ୍ୟପକ୍ଷରେ ସବୁ ଥାଇ ବି କିଛି ନଥିବା ପରି ସ୍ଥିତିରେ ଚାଲୁଥିବା ଶ୍ରୀମନ୍ଦିର ପ୍ରଶାସନ ଏବେ ଭକ୍ତଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ପୁରୀ-ଭୁବନେଶ୍ୱର ରାସ୍ତା ଓ ଶ୍ରୀମନ୍ଦିରର ଚାରିଦ୍ୱାରରେ ହୋଡ଼ିଂ ଲଗାଯିବ। ମନ୍ଦିର ଭିତରକୁ ମୋବାଇଲ୍ ପ୍ରବେଶ କଟକଣା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହୁଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ମଧ୍ୟ ତାଙ୍କ ରିପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଥା ଉଠାଇଥିଲେ। ସୁରକ୍ଷା ଦୃଷ୍ଟିରୁ କେବଳ ସିଂହଦ୍ୱାରକୁ ପ୍ରବେଶ ପଥ ଏବଂ ଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରିବାକୁ ରିପୋର୍ଟରେ ପ୍ରସ୍ତାବ ଦେଇଛନ୍ତି କମିଶନ।

https://www.youtube.com/watch?v=o-PIwQRZbkY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story