ବିଜେପିକୁ କଟାକ୍ଷ କଲେ ନରସିଂହ, କହିଲେ ଚୋର୍‌ ମଚାଏ ଶୋର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ବିଜେପି ଅଭିଯୋଗ କରିଥିଲା ଯେ, ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ସଂପର୍କ ଅଛି। କୃଷ୍ଣ ସଗରିଆଙ୍କ ଚିଠିକୁ ଆଧାର କରି ନାରାବାଜି ଦେଇଥିଲେ ବିଜେପି ସଦସ୍ୟ। ଭୂପିନ୍ଦରଙ୍କ ପରି ନରସିଂହ ମିଶ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ଡିଲ୍‌ କରିଛନ୍ତି। ଏପରିକି ନବୀନ-କଂଗ୍ରେସ ଏକ, ବିଜେଡି-କଂଗ୍ରେସ ଭାଇଭାଇ ସ୍ଲୋଗାନ ଦେଇଥିଲେ। ସେପଟେ ବିଜେପିର ଅଭିଯୋଗକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରି କହିଛନ୍ତି-“ଚୋର୍ ମଚାଏ […]

narasingha

narasingha

Manoranjan Sial
  • Published: Tuesday, 20 November 2018
  • Updated: 20 November 2018, 05:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ବିଜେପି ଅଭିଯୋଗ କରିଥିଲା ଯେ, ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ସଂପର୍କ ଅଛି। କୃଷ୍ଣ ସଗରିଆଙ୍କ ଚିଠିକୁ ଆଧାର କରି ନାରାବାଜି ଦେଇଥିଲେ ବିଜେପି ସଦସ୍ୟ। ଭୂପିନ୍ଦରଙ୍କ ପରି ନରସିଂହ ମିଶ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ଡିଲ୍‌ କରିଛନ୍ତି। ଏପରିକି ନବୀନ-କଂଗ୍ରେସ ଏକ, ବିଜେଡି-କଂଗ୍ରେସ ଭାଇଭାଇ ସ୍ଲୋଗାନ ଦେଇଥିଲେ।

[caption id="attachment_303716" align="alignnone" width="760"] ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ଦର୍ଶାଇ ବିଜେପି ବିଧାୟକଙ୍କର ଧାରଣା[/caption]

ସେପଟେ ବିଜେପିର ଅଭିଯୋଗକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରି କହିଛନ୍ତି-“ଚୋର୍ ମଚାଏ ଶୋର୍। ବିଜେଡି-ବିଜେପି ଭାଇଭାଇ ବୋଲି ଆମେ ବିଭିନ୍ନ ସମୟରେ କହିଆସିଛୁ। ବିଜେପି ସଫଳତା ନେଇ ଦେଖୁଥିବା ସ୍ୱପ୍ନ ଦୂରେଇଯିବାରୁ ଏପରି ଆଚରଣ ଦେଖାଉଛି। ବିଧାନସଭାର ପ୍ରୋସିଡିଂ ଓଲଟାଇଲେ ଜାଣିପାରିବେ କଣ କରିଛୁ। ଚିଟଫଣ୍ଡ୍ ପ୍ରସଙ୍ଗ ଉଠାଇଲା ବେଳେ ମୋର ଇସ୍ତଫା ଦାବି ହୋଇଥିଲା। ମୋତେ କୁହାଇ ନ ଦେବାକୁ ଶାସକ ଦଳ କାର୍ଯ୍ୟ କରିଥିଲା। ଯେତେବେଳେ ବିଜେପି ବିଧାୟିକାଙ୍କୁ ଅଶାଳୀନ ମନ୍ତବ୍ୟ ଦିଆଯାଉଥିଲା, ଆମେ ସେତେବେଳେ ତାଙ୍କୁ ସୁରକ୍ଷା ଦେଇଥିଲୁ। ଚାଷୀ ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଣ ଦିଶିଲା ନାହିଁ? ଜଣ୍ଡିସ୍ ହେଲେ ଯେମିତି ସବୁ ହଳଦିଆ ଦିଶେ, ଠିକ୍‌ ସେମାନଙ୍କ ଅବସ୍ଥା ସେମିତି ହୋଇଛି।”

ବିଜେଡି-ବିଜେପି ଓ ବିଜେଡି-କଂଗ୍ରେସ ଭିତିରି ସମ୍ପର୍କ ନେଇ ବିଜେଡି ମୁଖପାତ୍ର ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି-“ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ, ଆମେ ସମଦୂରତା ବଜାୟ ରଖିଛୁ। କେନ୍ଦ୍ରର ଅବହେଳା ସମ୍ପର୍କରେ ଆମେ ଅନେକ ଥର ସ୍ୱର ଉଠାଇଛୁ। ଆମ ଆଭିମୁଖ୍ୟ ସମ୍ପର୍କରେ ସେମାନେ ଜାଣନ୍ତିନି, ତେଣୁ କହୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos