ଭୁବନେଶ୍ୱରରେ କଂଗ୍ରେସର ଭାରତ ବଞ୍ଚାଅ ସମାବେଶ, ଶକ୍ତି ପ୍ରଦର୍ଶନ କଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଜନମାରଣ ନୀତି ପ୍ରତିବାଦରେ ଭୁବନେଶ୍ୱରରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶ ମାଧ୍ୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଦଳର ପ୍ରାୟ ୧୦ ହଜାରରୁ ଅଧିକ କର୍ମୀ ଓ ନେତା ଏଥିରେ ସାମିଲ ହୋଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ଲୋଏର ପିଏମଜି ଛକଠାରେ କେନ୍ଦ୍ରର ବିଜେପି ଓ ରାଜ୍ୟର […]

congress

congress

Manoranjan Sial
  • Published: Saturday, 23 November 2019
  • Updated: 23 November 2019, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଜନମାରଣ ନୀତି ପ୍ରତିବାଦରେ ଭୁବନେଶ୍ୱରରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶ ମାଧ୍ୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଦଳର ପ୍ରାୟ ୧୦ ହଜାରରୁ ଅଧିକ କର୍ମୀ ଓ ନେତା ଏଥିରେ ସାମିଲ ହୋଇଥିଲେ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ଲୋଏର ପିଏମଜି ଛକଠାରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ଦଳୀୟ ନେତାମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ କଡ଼ା ସମାଲୋଚନା କରିବା ସହ କ୍ଷମତା ହାସଲ ପାଇଁ ଏମାନେ କିଛି ବି କରିପାରନ୍ତି ବୋଲି ମତ ଦେଇଥିଲେ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଜନ ଓ କୃଷକ ମାରଣ ନୀତି ଯଥା ଉତ୍କଟ ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡ଼ିକର ବାଟମାରଣା, ନାରୀ ଓ ଶିଶୁ ନିର୍ଯାତନା ବିରୁଦ୍ଧରେ ଏହି ସମାବେଶରେ ଦଳୀୟ ନେତାମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ଏହି ସମାବେଶ ପାଇଁ ଏଆଇସିସି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସ ମୁନ୍‌ସି ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କହିଥିଲେ ଯେ, କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କର ଦିନକୁ ଦିନ ନିକଟତର ହେଉଥିବା ସମ୍ପର୍କ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେଡ଼ି ଦଳକୁ ପ୍ରଶଂସାରୁ ସ୍ପଷ୍ଟ ଅନୁମେୟ। ଉଭୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି।

ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜିର ବିଶାଳ ସମାବେଶରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଗାମୀ ଦିନରେ ଏକ ହୋଇ ଦଳର ନେତୃମଣ୍ଡଳୀମାନେ ଲୋକଙ୍କ ସମସ୍ୟାକୁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଇଂ ମହମ୍ମଦ ମୋକିମ୍, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉଭୟ ସରକାରଙ୍କର ଜନ ଓ କୃଷକମାରଣ ନୀତି ବିରୋଧରେ ବିଷୋଦଗାର କରିଥିଲେ। ପ୍ରାୟ ୧୦ହଜାରରୁ ଅଧିକ କଂଗ୍ରେସ କର୍ମୀ ଏହି ସମାବେଶରେ ସାମିଲ ହୋଇଥିଲେ । ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୩୩ଜଣିଆ ପ୍ରତିନିଧିମଣ୍ଡଳୀ ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମାବେଶରେ ଆଳୁ, ପିଆଜ, ଟମାଟୋ, କାକୁଡ଼ି, ଭେଣ୍ଡିର ମାଳ ବେକରେ ପକାଇ ଅଭିନବ ଉପାୟରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story