ରାଜଧାନୀରେ ସିରିଜ୍‌ ଲୁଟ୍‌, ଲୁଟେରାଙ୍କ ଟେର୍‌ ପାଉନି ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଲୁଟେରାଙ୍କ ରାଜଧାନୀ ପାଲଟି ଗଲାଣି । ଏଠାରେ ଲଗାତାର ଭାବେ ସିରିଜ୍‌ ଲୁଟ୍‌ ଘଟଣା ଘଟି ଚାଲିଥିବା ବେଳେ ଲୁଟେରାଙ୍କ ଟେର୍‌ ପାଉନି ପୁଲିସ୍‌। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ଓ ପୁଲିସ୍‌ ଉପରୁ ଭରସା ତୁଟୁଛି। ଗତକାଲି ଅପରାହ୍ଣରେ ପୁରୀ ବାଇପାସ୍ ରୋଡରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋରୁମ୍‌ ମାଲିକଙ୍କ ଚେନ୍ ଝାମ୍ପି  ନେଇଥିଲେ। ସେଠାରୁ ଫେରୁଥିବା ବେଳେ ଉକ୍ତ ଶୋ’ ରୁମ୍‌କୁ […]

loot-i

loot-i

Tapaswini Nayak
  • Published: Wednesday, 31 July 2019
  • Updated: 31 July 2019, 08:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଲୁଟେରାଙ୍କ ରାଜଧାନୀ ପାଲଟି ଗଲାଣି । ଏଠାରେ ଲଗାତାର ଭାବେ ସିରିଜ୍‌ ଲୁଟ୍‌ ଘଟଣା ଘଟି ଚାଲିଥିବା ବେଳେ ଲୁଟେରାଙ୍କ ଟେର୍‌ ପାଉନି ପୁଲିସ୍‌। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ଓ ପୁଲିସ୍‌ ଉପରୁ ଭରସା ତୁଟୁଛି।

ଗତକାଲି ଅପରାହ୍ଣରେ ପୁରୀ ବାଇପାସ୍ ରୋଡରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋରୁମ୍‌ ମାଲିକଙ୍କ ଚେନ୍ ଝାମ୍ପି  ନେଇଥିଲେ। ସେଠାରୁ ଫେରୁଥିବା ବେଳେ ଉକ୍ତ ଶୋ’ ରୁମ୍‌କୁ ଆସୁଥିବା ୨ ଗ୍ରାହକଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟି ନେଲେ।  ଡକାୟତଙ୍କ ମାଡ଼ରେ ଶୋ’ରୁମ୍‌ ମାଲିକ ଓ ଦୁଇ ଗ୍ରାହକ ଗୁରୁତର ହୋଇଛନ୍ତି। ୫ ଜଣ ସଶସ୍ତ୍ର ଡକାୟତ ଏହି ଲୁଟ୍‌ପାଟ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପୂର୍ବରୁ ଗତକାଲି ସକାଳେ ଗନ୍‌ ପଏଣ୍ଟରେ ଗାଡ଼କଣ ଅଞ୍ଚଳରେ ଏକ ଦମ୍ପତ୍ତିଙ୍କଠାରୁ ଲୁଟ୍ ହୋଇଥିଲା। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଥିଲେ ଲୁଟେରା। ଏହାପରେ ରସୁଲଗଡ଼ ଅଞ୍ଚଳର ଆଦିମାତା କଲୋନୀରୁ ମଧ୍ୟ ଏକ ଲୁଟ୍‌ ହୋଇଥିଲା। ମର୍ଣ୍ଣିୱାକରୁ ଫେରୁଥିବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ସୁନା ମୁଦି ଲୁଟି ନେଇଥିଲେ ଲୁଟେରା।

ସେହିପରି ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱରସ୍ଥିତ ଘରକୁ ଫେରୁଥିବା ଜଣେ ହୋଟେଲ ମାଲିକଙ୍କୁ  ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦିନ ଦ୍ୱିପ୍ରହରରେ ଆକ୍ରମଣ କରାଯାଇ ଲୁଟ୍‌ କରାଯାଉଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କ ଟେର ପାଉନି। ତେଣୁ ପୁଲିସ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story