ଝିଅଙ୍କ ଇଜ୍ଜତ ଲୁଟିଲେ 'ଆଶ୍ରୟ ଗୃହ' ମୁଖ୍ୟ, ବଡ଼ ମମ୍ମି କରୁଥିଲେ ସହଯୋଗ!

ବଲାଙ୍ଗିର/ଧର୍ମଗଡ଼ (ମନୋରଞ୍ଜନ/ଇଙ୍ଗିତ): ମହଙ୍ଗା ପଡ଼ିଲା ଆଶ୍ରା ପାଇଁ ଆଶ୍ରୟ ଗୃହରେ ମୁଣ୍ଡ ଗୁଞ୍ଜିବା। କାଳ ହେଲା ମାତ୍ରାଧିକ ବିଶ୍ୱାସ ଓ ଭରସା। ଯାହାଙ୍କୁ ଅନ୍ତେବାସିନୀ ବାପା ଭଳି ସମ୍ମାନ, ଆଦର ଓ ବିଶ୍ୱାସ କରୁଥିଲେ, ସେ ହିଁ ସାଜିଲା ଯୌନ ରାକ୍ଷସ। ଏଚ୍‌ଆଇଭିରେ ପୀଡ଼ିତ କୁନି ଝିଅଙ୍କ ଇଜ୍ଜତ ଲୁଟିଲେ। ଏପରି ସଙ୍ଗୀନ ଅଭିଯୋଗ କଳାହାଣ୍ଡି ଜିଲ୍ଲାର ‘ପ୍ରୟାସ’ ଅନୁଷ୍ଠାନର ମୁଖ୍ୟଙ୍କ ବିରୋଧରେ ଆସିଛି। ଆଉ ଏସବୁ କାମରେ ଅନୁଷ୍ଠାନର ‘ବଡ଼ ମମ୍ମି’ ତାଙ୍କୁ ସହଯୋଗ କରୁଥିବା […]

SERIOUS-ALLEGATION-OF-SEXUAL-EXPLOITATION-AT-SHELTER-HOME-FOR-HIV-AFFECTED-YOUNG-GIRLS

Manoranjan Sial
  • Published: Saturday, 20 July 2019
  • , Updated: 20 July 2019, 08:10 PM IST

ବଲାଙ୍ଗିର/ଧର୍ମଗଡ଼ (ମନୋରଞ୍ଜନ/ଇଙ୍ଗିତ): ମହଙ୍ଗା ପଡ଼ିଲା ଆଶ୍ରା ପାଇଁ ଆଶ୍ରୟ ଗୃହରେ ମୁଣ୍ଡ ଗୁଞ୍ଜିବା। କାଳ ହେଲା ମାତ୍ରାଧିକ ବିଶ୍ୱାସ ଓ ଭରସା। ଯାହାଙ୍କୁ ଅନ୍ତେବାସିନୀ ବାପା ଭଳି ସମ୍ମାନ, ଆଦର ଓ ବିଶ୍ୱାସ କରୁଥିଲେ, ସେ ହିଁ ସାଜିଲା ଯୌନ ରାକ୍ଷସ। ଏଚ୍‌ଆଇଭିରେ ପୀଡ଼ିତ କୁନି ଝିଅଙ୍କ ଇଜ୍ଜତ ଲୁଟିଲେ। ଏପରି ସଙ୍ଗୀନ ଅଭିଯୋଗ କଳାହାଣ୍ଡି ଜିଲ୍ଲାର ‘ପ୍ରୟାସ’ ଅନୁଷ୍ଠାନର ମୁଖ୍ୟଙ୍କ ବିରୋଧରେ ଆସିଛି। ଆଉ ଏସବୁ କାମରେ ଅନୁଷ୍ଠାନର ‘ବଡ଼ ମମ୍ମି’ ତାଙ୍କୁ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି 'ଭିଜନ୍' ସଂସ୍ଥାର ମୁଖ୍ୟ ସରୋଜ କୁମାର ଦାସ।

ଭବାନୀପାଟଣା ଶମ୍ଭୁନଗର ଭୋଇଗୁଡ଼ା ରୋଡରେ ରହିଛି ‘ଭିଜନ୍’ ଅନୁଷ୍ଠାନ ଦ୍ୱାରା ପରିଚାଳିତ ‘ପ୍ରୟାସ’ ସଂସ୍ଥା। ଏଠାରେ ଏଚ୍ଆଇଭି ସଂକ୍ରମିତ ନାବାଳିକାମାନେ ଆଶ୍ରୟ ନେଇଥା’ନ୍ତି। ଆଉ ଏହି ସଂସ୍ଥାରେ ଆଶ୍ରୟ ନେଇଥିଲେ ଜନ୍ମରୁ ଏଚ୍ଆଇଭି ଆକ୍ରାନ୍ତ ହୋଇଥିବା ବଲାଙ୍ଗିରର ଦୁଇ ଭଉଣୀ ଯିଏ ୨୦୧୬ରେ ସେମାନଙ୍କ ସମ୍ପର୍କୀୟ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ସେହି ଅଭିଯୋଗରେ ସଂପୃକ୍ତ ଯୁବକ ଏବେ ମଧ୍ୟ ଜେଲ୍‌ରେ ଅଛନ୍ତି। ଏହି ଘଟଣା ପରେ ଦୁଇ ଭଉଣୀଙ୍କୁ ସିଡବ୍ଲୁସି ଜରିଆରେ ଭବାନୀପାଟଣାର ‘ପ୍ରୟାସ’ ଅନୁଷ୍ଠାନରେ ରଖିଥିଲା ପୁଲିସ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ସେଠାରେ ରହଣି ସମୟରେ ସାନ ଭଉଣୀଙ୍କ ଉପରେ ପଡ଼ିଲା ଅନୁଷ୍ଠାନର ମୁଖ୍ୟ ସରୋଜ କୁମାର ଦାସଙ୍କ ଲୋଲୁପ ଦୃଷ୍ଟି! ଆଉ ତାଙ୍କ ଇଜ୍ଜତ ସହିତ ସରୋଜ ଖେଳୁଥିଲେ ବୋଲି ଅଭିଯୋଗ ହୋଇଛି। କେବଳ ସେହି ଗୋଟିଏ ଝିଅ ନୁହେଁ, ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ସରୋଜ ଯୋୖନ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଛି। ଆଉ ଏଭଳି କୁକର୍ମରେ ତାଙ୍କୁ କୁଆଡ଼େ ସହଯୋଗ କରୁଥିଲେ ଆଶ୍ରୟ ଗୃହର ଜଣେ ବରିଷ୍ଠ ମହିଳା କର୍ମଚାରୀ। ଯାହାଙ୍କୁ ପିଲାମାନେ ଡାକନ୍ତି ‘ବଡ଼ ମମ୍ମି’। ପୀଡ଼ିତାଙ୍କ ମାଆ ଏନେଇ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏପରିକି ନିଜ ଏଚ୍‌ଆଇଭି ସଂକ୍ରମିତ ଝିଅକୁ ଆଶ୍ରୟ ଗୃହରୁ ଫେରାଇ ଆଣିଛନ୍ତି।

ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧିକାରୀ ବିନୋଦିନୀ ପ୍ରଧାନ ଏହା ଏକ ଘୃଣ୍ୟ କାମ ବୋଲି କହିବା ସହ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

Related story