ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଲିଠାରୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହେବ। RMRCର ଟେକ୍ନିକାଲ ଓ ଭୁବନେଶ୍ୱର ମହାନଗର ନିଗମ(BMC)ର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ। BMCର ୨୫ଟି ୱାର୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ସେରୋ ସର୍ଭେ କରାଯିବ। ୨ଟି ଗ୍ରୁପ୍- କମ୍ୟୁନିଟି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୮୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧୨୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୪୭୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।
Miscellaneous
କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ
ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି।
Entertainment
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।
Miscellaneous
ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର
ପ୍ରତ୍ୟେକ ଗାଁରେ ସର୍ଭେ କରିବେ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀ। ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।
Miscellaneous
ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ
ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ।