ନକ୍ସଲଙ୍କ ନାଁରେ କବାଟ ବାଡ଼େଇଲେ, ଖୋଲିବା ମାତ୍ରେ ମାଡ଼ିବସିଲେ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ନକ୍ସଲମାନେ ସଂହାରଲୀଳା ଚଳାଇଥାଆନ୍ତି। ଆଉ ନିଜର ଉପସ୍ଥିତି ଜାହିର କରିବା ପାଇଁ ହତ୍ୟା କରିଥାଆନ୍ତି। ଯେଉଁଥିପାଇଁ ନିରୀହ ଆସିବାସୀମାନେ ସବୁବେଳେ ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରିଥାଆନ୍ତି। ଆଉ ଏହାର ସୁଯୋଗ ନେଉଛନ୍ତି ଡକାୟତ। ନକ୍ସଲ ନାଁରେ କବାଟ ବାଡ଼ାଉଛନ୍ତି। କବାଟ ଖୋଲିବା ମାତ୍ରେ ମାଡ଼ି ବସୁଛନ୍ତି। ଗତକାଲି ରାତିରେ ଏପରି ଘଟଣା କାକିରିଗୁମ୍ମା ଥାନା ଅନ୍ତର୍ଗତ କଣ୍ଟାମାଳିଗୁଡ଼ା ଗାଁରେ […]

eee0000

eee0000

Tapaswini Nayak
  • Published: Friday, 30 August 2019
  • Updated: 30 August 2019, 06:06 PM IST

Sports

Latest News

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ନକ୍ସଲମାନେ ସଂହାରଲୀଳା ଚଳାଇଥାଆନ୍ତି। ଆଉ ନିଜର ଉପସ୍ଥିତି ଜାହିର କରିବା ପାଇଁ ହତ୍ୟା କରିଥାଆନ୍ତି। ଯେଉଁଥିପାଇଁ ନିରୀହ ଆସିବାସୀମାନେ ସବୁବେଳେ ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରିଥାଆନ୍ତି। ଆଉ ଏହାର ସୁଯୋଗ ନେଉଛନ୍ତି ଡକାୟତ। ନକ୍ସଲ ନାଁରେ କବାଟ ବାଡ଼ାଉଛନ୍ତି। କବାଟ ଖୋଲିବା ମାତ୍ରେ ମାଡ଼ି ବସୁଛନ୍ତି। ଗତକାଲି ରାତିରେ ଏପରି ଘଟଣା କାକିରିଗୁମ୍ମା ଥାନା ଅନ୍ତର୍ଗତ କଣ୍ଟାମାଳିଗୁଡ଼ା ଗାଁରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ରାତି ପ୍ରାୟ ସାଢ଼େ ବାରଟା ହେବ। ୧୫ ରୁ ୨୦ ଜଣ ସଶସ୍ତ୍ର ଡକାୟତ କଣ୍ଟାମାଳିଗୁଡ଼ା ଗାଁରେ ପଶିଥିଲେ। ସେମାନେ ପ୍ରଥମେ କର୍ଣ୍ଣ ମାଳିଙ୍କ କବାଟ ବାଡ଼େଇ ଥିଲେ। ମାତ୍ର କର୍ଣ୍ଣ କବାଟ ନ ଖୋଲିବାରୁ ଡକାୟତମାନେ କହିଲେ, “ବାବୁ କବାଟ ଖୋଲ। ଆମେ ଚୋର ନୁହେଁ, ନକ୍ସଲ। ଗାଁରେ ବୈଠକ କରିବୁ, ଶୀଘ୍ର କବାଟ ଖୋଲ।” ନକ୍ସଲଙ୍କ ନାଁ ଶୁଣି ତରତର ହୋଇ କର୍ଣ୍ଣ କବାଟ ଖୋଲି ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ସଶସ୍ତ୍ର ଡକାୟତମାନେ ତାଙ୍କ ମୁହଁରେ କପଡ଼ା ପକାଇ ମାଡ଼ି ବସିଥିଲେ। ଆଉ ଘର ଭିତରକୁ ଯାଇ କର୍ଣ୍ଣଙ୍କ ପତ୍ନୀ ଓ ପରିବାରର ଅନ୍ୟ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଏବଂ ସୁନା-ରୁପା ଅଳଙ୍କାର ଲୁଟି ନେଇଥିଲେ।

ତା’ପରେ ଡକାୟତମାନେ କର୍ଣ୍ଣଙ୍କ ଘରଠାରୁ ଦୁଇଟି ଘର ଛାଡ଼ି ମଙ୍ଗୁଳୁ ନାଏକଙ୍କ କବାଟ ବାଡ଼େଇ ଥିଲେ। ସମାନ ଢଙ୍ଗରେ ତାଙ୍କ ଘରୁ ଲୁଟିଥିଲେ। ଗୋଟିଏ ରାତିରେ ଡକାୟତମାନେ ସମାନ ଢଙ୍ଗରେ କଣ୍ଟାମାଳିଗୁଡ଼ା ଗାଁ ଲକ୍ଷ୍ମଣ ନାଏକ, ହରିବନ୍ଧୁ ନାଏକ ଓ ଡମ୍ୱରୁ ନାଏକଙ୍କ ଘରୁ ପର୍ଯ୍ୟାୟକ୍ରମେ ଲୁଟିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଅଧିକ ଟଙ୍କା ହେବ।

ଆଜି ଗାଁ ଲୋକେ ଏନେଇ ଥାନାରେ ଖବର ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଡକାୟତମାନଙ୍କ ନିକଟରେ ଖଣ୍ଡା, କାତି ଓ ବନ୍ଧୁକ ଥିବା ଗ୍ରାମବାସୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story