ସପ୍ତମ ଶ୍ରେଣୀ ପିଲାଙ୍କୁ ଜଣାନାହିଁ ଛାତ୍ରବୃତ୍ତି କଣ? ରାଗିଗଲେ ମନ୍ତ୍ରୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି କଣ ଜଣାନାହିଁ। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ପ୍ରଧାନଶିକ୍ଷକଙ୍କ ଉପରେ ବର୍ଷିବା ସହ କଣ ପାଠ ପଢାଉଛ ବୋଲି ପ୍ରଶ୍ନ କରିଛନ୍ତି। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ସ୍ଥାନୀୟ ଏସ୍ଏସ୍‌ଡି ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଭାଷଣ ଦେଇଥିଲେ। ପରେ ବିଭିନ୍ନ […]

samir

samir

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 05:37 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି କଣ ଜଣାନାହିଁ। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ପ୍ରଧାନଶିକ୍ଷକଙ୍କ ଉପରେ ବର୍ଷିବା ସହ କଣ ପାଠ ପଢାଉଛ ବୋଲି ପ୍ରଶ୍ନ କରିଛନ୍ତି।

ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ସ୍ଥାନୀୟ ଏସ୍ଏସ୍‌ଡି ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଭାଷଣ ଦେଇଥିଲେ। ପରେ ବିଭିନ୍ନ ଶ୍ରେଣୀକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ।

ଅଷ୍ଟମ ଶ୍ରେଣୀର କିଛି ଛାତ୍ରଛାତ୍ରୀଙ୍କୁ ବହି ମିଳିନଥିବାରୁ ମନ୍ତ୍ରୀ DEOଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସପ୍ତମ ଶ୍ରେଣୀକୁ ଯାଇ ପିଲାଙ୍କ ପାଠପଢା ବିଷୟରେ ପଚାରିଥିଲେ। ଚଳିତବର୍ଷ କେତେ ଜଣ ପିଲା ଛାତ୍ରବୃତ୍ତି ବା ସ୍କଲାରସିପ ପାଇବ ବୋଲି ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ସ୍କଲାରସିପ୍ ଉପରେ ପିଲାମାନେ କିଛି ଜାଣିନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ଶିକ୍ଷା ବିଶେଷଜ୍ଞ ମତବ୍ୟକ୍ତ କରୁଥିଲେ। ତେବେ ମାଲକାନଗିରି ଘଟଣା ପରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ପ୍ରଶ୍ନବାଚୀ ସତରେ ପରିଣତ ହୋଇଛି! ଏହାର ନମୂନା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା। ଗତ କିଛି ଦିନ ତଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ସରକାରୀ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପରେ ସେ ଏକ ଚକାଚକ୍‌ କମ୍ପ୍ୟୁଟର ଲ୍ୟାବ୍‌ ଭିତରେ ପଶି ପିଲାମାନଙ୍କୁ କମ୍ପ୍ୟୁଟର ବିଷୟରେ ପଚାରିଥିଲେ। ମାତ୍ର ପିଲାମାନେ ଜାଣିନଥିବା ମୁଣ୍ଡ ହଲାଇ ସଙ୍କେତ ଦେଇଥିଲେ। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ଶିକ୍ଷାର ଅବସ୍ଥା କେମିତି ଅଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos