ସୋଶାଲ ମିଡିଆରେ ପୂର୍ବତନ ବିଜେଡି ବିଧାୟକଙ୍କ ବ୍ଲୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୁ ମତେ କାଇଁ ଭଲ ପାଇବୁନି ଯେ ?’
ସେ କୁଆଡେ ଏମିତି ପ୍ରଶ୍ନ କରୁଥିଲେ ରୁଷି ଥିବା ପ୍ରେମିକାଙ୍କୁ। ଆଉ ବାରମ୍ବାର ଜିଦ୍ କରୁଥିଲେ ବାହା ହେବାକୁ। ହେଲେ ପ୍ରେମିକାଙ୍କ ପରିବାର ଲୋକେ ଏଥିରେ ରାଜି ନଥିଲେ। ଏପରି ପ୍ରଶ୍ନ କରିଥିବା ବାବୁ ଜଣକ କୁଆଡେ ଖାଲି ତାଙ୍କ ଘରର ଝିଅ ନୁହେଁ, ଏମିତି ଅନେକ ଝିଅଙ୍କୁ ପ୍ରେମ କରୁଥିବା ଜାଣିବା ପରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିଲେ।
ଏତେ କଥା ପଢିଲା ପରେ, ଆପଣଙ୍କ ମନକୁ ପ୍ରଶ୍ନଟିଏ ଆସୁଥିବ। ହେଲେ ଏଇ ପ୍ରେମୀ କଳାକାର ଜଣକ କିଏ?
(image) 
ବାସ୍ତବରେ କଳାକାର ଜଣକ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ। ବାବୁ ଜଣକ ପ୍ରେମିକାଙ୍କ ବିରହରେ ଭାରି ଡହଳ ବିକଳ ହେବା ପରେ ଏବେ ହରଡ଼ ଘଣାରେ ପଡିଥିବାରୁ କଥାଟା ପଦାକୁ ଆସିଛି।
ଆମେ କହୁଛୁ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ କଥା। ବାବୁଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ କିଏ ଗୋଟାଏ ଭାଇରାଲ କରିଦେଇଛି। ଚୁମ୍ବନ ଆଉ ଆଲିଙ୍ଗନରେ ମସଗୁଲ୍ ଥିବା  ଦେବେନ୍ଦ୍ର ବାବୁଙ୍କ ଏହି ନୀଳ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।
ଯୌନ ବ୍ୟଭିଚାରର ଏହି ଭିଡିଓ କେଉଁଠୁ ଆସିଲା ଓ ଏହାକୁ କିଏ ଶୁଟ୍ କଲା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଜଣେ ଶାସକ ଦଳର ରାଜନେତାଙ୍କ ଏଭଳି କାରନାମା ପଦାକୁ ଆସିବା ପରେ ଆରମ୍ଭ ହୋଇଛି ତମ୍ବିତୋଫାନ।
(image) 
ରାଜ୍ୟବ୍ୟାପୀ ମହିଳା ସଙ୍ଗଠନ ଏ ନେଇ ସ୍ୱର ଉତ୍ତୋଳନ କରୁଛନ୍ତି।
 https://www.youtube.com/watch?v=YJoh0HqPsFQ
Ordigital Desk
  • Published: Friday, 07 September 2018
  • Updated: 07 September 2018, 02:47 PM IST
Sports
Latest News
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୁ ମତେ କାଇଁ ଭଲ ପାଇବୁନି ଯେ ?’
(image) 
(image) 
ରାଜ୍ୟବ୍ୟାପୀ ମହିଳା ସଙ୍ଗଠନ ଏ ନେଇ ସ୍ୱର ଉତ୍ତୋଳନ କରୁଛନ୍ତି।
https://www.youtube.com/watch?v=YJoh0HqPsFQ
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos