‘ପୁଲିସ୍‌ ଏମିତି  ଦଫା ଲଗାଇଲା ଯେ, ରାତି ଅଧିଆ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୁଲିସ୍‌ ଏମିତି  ଦଫା ଲଗାଇଲା ଯେ, ରାତି ଅଧିଆ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା । ପୁଲିସ୍‌ ସାମ୍ନାରେ ମାଡ଼ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗି ନାହିଁ । ଅଭିଯୁକ୍ତଙ୍କୁ ଜାମିନ ମିଳିଥିବାରୁ ପୁଲିସ୍‌ ଉପରେ ଭରସା ପାଉନଥିବା ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି ଶିଖ୍ ଯୁବକ ପରବିନ୍ଦର ପାଲ ସିଂହ । ଗତ ୧୪ ତାରିଖରେ କାର୍‌ ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ […]

staff-pcr--21

staff-pcr--21

Niharika Rout
  • Published: Thursday, 16 January 2020
  • Updated: 16 January 2020, 12:48 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୁଲିସ୍‌ ଏମିତି  ଦଫା ଲଗାଇଲା ଯେ, ରାତି ଅଧିଆ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା । ପୁଲିସ୍‌ ସାମ୍ନାରେ ମାଡ଼ ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗି ନାହିଁ । ଅଭିଯୁକ୍ତଙ୍କୁ ଜାମିନ ମିଳିଥିବାରୁ ପୁଲିସ୍‌ ଉପରେ ଭରସା ପାଉନଥିବା ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି ଶିଖ୍ ଯୁବକ ପରବିନ୍ଦର ପାଲ ସିଂହ ।

ଗତ ୧୪ ତାରିଖରେ କାର୍‌ ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାଟମେଣ୍ଟ ନିକଟରେ ପରବିନ୍ଦରଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଗତ ରାତିରେ  ଭୁବନେଶ୍ୱର ଏସ୍‌ଡିଜେମ୍ କୋର୍ଟ ଜାମିନ ଦେଇଛନ୍ତି। ଏଥିଯୋଗୁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ପରବିନ୍ଦର । ଏପରିକି ଗତ ରାତିରେ କେହି ତାଙ୍କ କବାଟ ବାଡ଼େଇ ଥିବା ସେ କହିଛନ୍ତି।

ପରବିନ୍ଦର ପାଲ ସିଂହଙ୍କୁ  ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ୍‌ ଉପସ୍ଥିତିରେ ଏଭଳି ମରଣାତ୍ମକ ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ କମିଶନରେଟ ପୁଲିସ୍‌ ଦାୟିତ୍ୱରେ ଅବହେଳା ହୋଇଥିବା ମାନିବା ସହ ପିସିଆର ଇନଚାର୍ଜଙ୍କୁ ସସପେଣ୍ଡ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos