ନବୀନଙ୍କ ‘କେନ୍ଦ୍ର’ ପ୍ରୀତି: ହକରୁ ବଞ୍ଚିତ ହେଉଛି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡି ମଧ୍ୟରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଏବେ ଓଡ଼ିଶାକୁ ନିଜର ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ କରିବାରେ ଲାଗିଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା କହି ରାଜନୀତିକ ସଫଳତା ହାସଲ କରିଥିବା ବିଜେଡି ଏବେ ହରଡ଼ଘଣାରେ ପଡ଼ିଯାଇଛି। ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସହ ନବୀନଙ୍କ ଅଘୋଷିତ ମେଣ୍ଟ ଓଡ଼ିଶା ନିମନ୍ତେ […]

SILENCE-OF-NAVEEN--AND-BJD-OVER-ISSUES-AFFECTING-ODISHAS-INTEREST-TRIGGERS-SPECULATIONS

Manoranjan Sial
  • Published: Friday, 05 July 2019
  • Updated: 05 July 2019, 10:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡି ମଧ୍ୟରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଏବେ ଓଡ଼ିଶାକୁ ନିଜର ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ କରିବାରେ ଲାଗିଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା କହି ରାଜନୀତିକ ସଫଳତା ହାସଲ କରିଥିବା ବିଜେଡି ଏବେ ହରଡ଼ଘଣାରେ ପଡ଼ିଯାଇଛି। ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସହ ନବୀନଙ୍କ ଅଘୋଷିତ ମେଣ୍ଟ ଓଡ଼ିଶା ନିମନ୍ତେ କାଳ ହେବାକୁ ଯାଉଛି। ବିଶେଷକରି ପୋଲାଭରମ୍, ଧାନର ଏମଏସପି ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ଓଡ଼ିଶା ସ୍ୱାର୍ଥଜଡ଼ିତ ପ୍ରସଙ୍ଗକୁ ଏବେ ଶୀତଳଭଣ୍ଡାରରେ ପକାଇବା ବିଜେଡି ପାଇଁ ବାଧ୍ୟବାଧକତା ପାଲଟିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ବିଜେଡି ଯେଉଁ ସବୁ ପ୍ରସଙ୍ଗକୁ ନେଇ ଅତୀତରେ ରାଜରାସ୍ତାକୁ ଓହ୍ଲାଇବା ସହ ଦିଲ୍ଲୀରେ ଯାଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଥିଲା, ଏବେ ସେହି ପ୍ରସଙ୍ଗଗୁଡ଼ିକ ଓଡ଼ିଶା ହାତରୁ ଖସି ଯାଉଥିଲେ ବି ନବୀନ ନିରବ ରହିଛନ୍ତି। ନବୀନଙ୍କ ଏଭଳି ‘କେନ୍ଦ୍ର ସରକାର’ ପ୍ରୀତି ଯୋଗୁ ପୋଲାଭରମ୍ ପ୍ରକଳ୍ପକୁ ନେଇ ୨୦୧୪ ମସିହାରୁ ପ୍ରତିବର୍ଷ ରାଜରାସ୍ତାରେ ବିଜେଡି ଚଳାଇଥିବା ଲଢ଼େଇ ଦୁର୍ବଳ ହୋଇଛି। ପୋଲାଭରମ ମାମଲାକୁ ନେଇ ୨୦୧୮ ଜାନୁୟାରୀ ମାସରେ ନିଜର ୪ଜଣ ବରିଷ୍ଠ ନେତାଙ୍କୁ ନେଇ ନବୀନ ଏକ ଷ୍ଟିୟରିଂ କମିଟି ଗଠନ କରିଥିଲେ। ପୋଲାଭରମ ପ୍ରକଳ୍ପ ବିରୋଧରେ ଆନ୍ଦୋଳନକୁ ଅଧିକ ଶାଣିତ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବିଜେଡି ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲା। କିନ୍ତୁ ତାହା ଏବେ ନବୀନଙ୍କ କେନ୍ଦ୍ର ସହ 'ସୁବିଧାବାଦୀ' ସମ୍ପର୍କ ଯୋଗୁ ବାଟବଣା ହୋଇଛି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ଏହି ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ ଆଉ ଦୁଇବର୍ଷ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଜେଡି ଚୁପ୍ ବସିଥିଲା। ଏହା ବିରୋଧରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ କେବଳ ଚିଠି ଲେଖି ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି।

ସେହିପରି ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ଓଡ଼ିଶା ଦାବି କରିଆସୁଛି। କେନ୍ଦ୍ର ସରକାର ଚାଷୀର ଖର୍ଚ୍ଚର ଦେଢ଼ଗୁଣା ଅର୍ଥ ଏମଏସପି ଭାବେ ଧାର୍ଯ୍ୟ କରିଛନ୍ତି ବୋଲି ଦାବି କରିବା ସତ୍ତେ୍ୱ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିଲା। ଧାନର କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଏମଏସପି ହେବା ଦାବିରେ ମଧ୍ୟ ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଥିଲା। କିନ୍ତୁ ଗୃହ କମିଟି ଆଜି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରିଲା ନାହିଁ। ଏପଟେ ଏମଏସପି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହ ଚଳିତବର୍ଷ ଜାନୁୟାରୀ ୮ତାରିଖରେ ଦିଲ୍ଲୀରେ ଚାଷୀଙ୍କୁ ନେଇ ବିକ୍ଷୋଭ କରିଥିଲା। କିନ୍ତୁ ଚଳିତବର୍ଷ ଧାନର ଏମଏସପି କ୍ୱିଣ୍ଟାଲ ପିଛା ମାତ୍ର ୬୫ଟଙ୍କା ବଢ଼ିଲା। ତା' ସତ୍ତ୍ୱେ ନବୀନ ଓ ବିଜେଡି ନିରବ ରହିଛନ୍ତି। ପ୍ରତିବାଦ କରିବାର ଜୁ’ ବି ନାହିଁ।

ସେହିପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେଡି ୨୦୧୩ ମସିହା ଜୁନ୍ ୧୨ ତାରିଖରେ ଦିଲ୍ଲୀରେ ସ୍ୱାଭିମାନ ର‌୍ୟାଲି, ୨୦୧୨ରୁ ୨୦୧୮ ମସିହା ମଧ୍ୟରେ ଡଜନରୁ ଅଧିକ ଥର ରାଜ୍ୟବ୍ୟାପୀ ବିକ୍ଷୋଭ ଓ ସମାବେଶ କରିଥିବା ବିଜେଡି କିନ୍ତୁ ଏଥର ନିରବ। ୨୦୧୭ ମସିହାରେ କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଅଗ୍ରାହ୍ୟ କରିବା ପରେ ଏହା ବିରୋଧରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଥିଲା। ବିଜେଡି ଏହି ପ୍ରସଙ୍ଗକୁ ୨୦୧୯ ସାଧାରଣ ନିର୍ବାଚନରେ ନିଜ ଇସ୍ତାହାରରେ ସାମିଲ କରିଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫୋରମରେ ନବୀନ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ନବୀନଙ୍କ ଉଭୟ ଦାବି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ ନୂଆ ମାନଦଣ୍ଡକୁ ସାମିଲ ଓ ସ୍ପେଶାଲ ଫୋକସ ଷ୍ଟେଟ୍ ଦାବିକୁ କେନ୍ଦ୍ର ସରକାର ସିଧାସଳଖ ଅଗ୍ରାହ୍ୟ କରିଥିଲେ ମଧ୍ୟ ନବୀନଙ୍କ ବିଜେଡି ଚୁପ୍ ବସିଛି।

ରାଜ୍ୟ ସ୍ୱାର୍ଥଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କ୍ଷମତାସୀନ ବିଜେଡିର ନିରବତା ହିଁ କେନ୍ଦ୍ର ସରକାର ପ୍ରତି ଗଠନମୂଳକ ସହଯୋଗର ନୂଆ ପରିମାପକକୁ ଇଙ୍ଗିତ କରୁଛି। ଏକାଧିକ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଜାରି ରହିଥିବାବେଳେ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ ନବୀନଙ୍କ ନିରବତା ଓ ପରିବର୍ତ୍ତିତ ଆଭିମୁଖ୍ୟ ହିଁ ପ୍ରତ୍ୟକ୍ଷ ଭାବେ ଓଡ଼ିଶାର ଦାବି ଓ ପକ୍ଷକୁ ଦୁର୍ବଳ କରାଇଛି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story