ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା

ବାରିପଦା(ଓଡ଼ିଶା ରିପୋର୍ଟର):ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌। ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ […]

similipal gate

similipal gate

Niharika Rout
  • Published: Monday, 01 November 2021
  • Updated: 01 November 2021, 10:47 AM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର):ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।

ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।  ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକମାନେ ନିଜ ଗାଡ଼ି ଓ ନାଁ ଠିକଣା ଗେଟ୍‌ରେ ଦାଖଲ କରିବେ । ଅଭୟାରଣ୍ୟ ଭିତରେ ବୁଲିବା ସମୟରେ ସେମାନେ କୋଭିଡ ଗାଇଡ୍ ଲାଇନ ମାନିବାକୁ ବାଧ୍ୟ । ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି । ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

୨, ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନେ ବରେହିପାଣି, ଯରୋନ୍ଦା ପରି ଜଳପ୍ରପାତ ଦେଖିପାରିବେ । ତା ସହିତ ନଅଣା, ଗୁଡୁଗୁଡିଆରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ରାତ୍ରୀଯାପନ ପାଇଁ ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା  ରହିଛି ।

ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନ୍‌ରେ ଅଗ୍ରିମ ବୁକିଂ କରିପାରିବେ । WWW. SIMILIPAL.COM ବା ODISHA TOURISM   ୱେବସାଇଟରେ ମଧ୍ୟ ବୁକିଂ କରିହେବ । ଏ ବର୍ଷ ସାଇକଲରେ ମଧ୍ୟ ବୁଲିବାର ଅନୁମତି ଅଛି । ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos