ଶିମିଳିପାଳରେ ହାତୀଙ୍କୁ ଆନ୍ଥ୍ରାକ୍ସ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଆନ୍ଥ୍ରାସ ବ୍ୟାପିବାରେ ଲାଗିଛି । ବିଶେଷ କରି ଅଭୟାରଣ୍ୟରେ ହାତୀମାନେ ଆନ୍ଥ୍ରାକ୍ସ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ହାତୀ ମୃତ୍ୟୁ ଆନ୍ଥ୍ରାକ୍ସରେ ହୋଇଥିବା ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ହେବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। କଟକ ଫୁଲଖନରାସ୍ଥିତ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଯୁଗ୍ମ ନିଦ୍ଦେର୍ଶକଙ୍କ ଅଫିସରୁ ଏହି ଟେଷ୍ଟ ରିପୋର୍ଟ ଆସିଛି। ଏଥିରେ ଦର୍ଶାଯାଇଛି, ଶିମିଳିପାଳ ଟାଇଗର୍ ରିଜର୍ଭରୁ ଯାଇଥିବା ମୃତ ହାତୀର ରକ୍ତ ନମୁନାରେ ଆନ୍ଥ୍ରାକ୍ସ ଭୂତାଣୁ ରହିଛି। […]

hati

hati

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 03:09 PM IST

Sports

Latest News

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଆନ୍ଥ୍ରାସ ବ୍ୟାପିବାରେ ଲାଗିଛି । ବିଶେଷ କରି ଅଭୟାରଣ୍ୟରେ ହାତୀମାନେ ଆନ୍ଥ୍ରାକ୍ସ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ହାତୀ ମୃତ୍ୟୁ ଆନ୍ଥ୍ରାକ୍ସରେ ହୋଇଥିବା ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ହେବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। କଟକ ଫୁଲଖନରାସ୍ଥିତ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଯୁଗ୍ମ ନିଦ୍ଦେର୍ଶକଙ୍କ ଅଫିସରୁ ଏହି ଟେଷ୍ଟ ରିପୋର୍ଟ ଆସିଛି। ଏଥିରେ ଦର୍ଶାଯାଇଛି, ଶିମିଳିପାଳ ଟାଇଗର୍ ରିଜର୍ଭରୁ ଯାଇଥିବା ମୃତ ହାତୀର ରକ୍ତ ନମୁନାରେ ଆନ୍ଥ୍ରାକ୍ସ ଭୂତାଣୁ ରହିଛି। ଶିମିଳିପାଳ କୋର୍ ଅଞ୍ଚଳରେ ୨୦୧୪-୧୫ରେ ୩ଟି ଓ ୨୦୧୫-୧୬ରେ ବର୍ତ୍ତମାନ ସୁଦ୍ଧା ୩ଟି, ଏହିପରି ମୋଟ୍ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଟି ହାତୀଙ୍କ ମୃତ୍ୟୁ ଆନ୍ଥ୍ରାକ୍ସ ଯୋଗୁଁ ହୋଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପ ନିର୍ଦ୍ଦେଶକ କହିଛନ୍ତି। ଶିମିଳିପାଳ ଅଭୟାରଣ୍ୟ ପରିସର ଓ ଆଖପାଖରେ ଥିବା ଗାଞ ନିକଟରେ ହାତୀପଲ ଚଳପ୍ରଚଳ କରୁଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଗୃହପାଳିତ ପଶୁ ଆନ୍ଥ୍ରାକ୍ସ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କ। ରହିଛି। ସେଥିପାଇଁ ଅଭୟାରଣ୍ୟକୁ ଲାଗି ରହିଥିବା ୬୭ଟି ଗାଁରେ ଗୃହପାଳିତ ପଶୁଙ୍କର ଟୀକାକରଣ ଲାଗି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos