୬ ବିଧାୟକଙ୍କ ସଂପତ୍ତି କମିଛି, ନବୀନଙ୍କ ବଢ଼ିଛି ୪୨୯%

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ମାତ୍ର ୬୦ ଜଣ ବିଧାୟକ ପୁନଃ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୪ ଜଣ ବିଧାୟକଙ୍କ ସମ୍ପତ୍ତିରେ ଆଖିଦୃଶିଆ ବୃଦ୍ଧି ହୋଇଛି। ୨୦୧୪ ମସିହା ତୁଳନାରେ ଏଥର ବିଧାନସଭାକୁ ପୁନଃ ନିର୍ବାଚିତ ହୋଇଥିବା ୬ ଜଣ ବିଧାୟକଙ୍କ ସମ୍ପତ୍ତି ପରିମାଣ ୪ରୁ ୮୭% ହ୍ରାସ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିରେ ୪୨୯% ବୃଦ୍ଧି ହୋଇଥିବାବେଳେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ […]

694033-naveen-patnaik-dna

694033-naveen-patnaik-dna

Manoranjan Sial
  • Published: Saturday, 24 August 2019
  • Updated: 24 August 2019, 07:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ମାତ୍ର ୬୦ ଜଣ ବିଧାୟକ ପୁନଃ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୪ ଜଣ ବିଧାୟକଙ୍କ ସମ୍ପତ୍ତିରେ ଆଖିଦୃଶିଆ ବୃଦ୍ଧି ହୋଇଛି। ୨୦୧୪ ମସିହା ତୁଳନାରେ ଏଥର ବିଧାନସଭାକୁ ପୁନଃ ନିର୍ବାଚିତ ହୋଇଥିବା ୬ ଜଣ ବିଧାୟକଙ୍କ ସମ୍ପତ୍ତି ପରିମାଣ ୪ରୁ ୮୭% ହ୍ରାସ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିରେ ୪୨୯% ବୃଦ୍ଧି ହୋଇଥିବାବେଳେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତି ସର୍ବାଧିକ ୧୨୪୪% ଓ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ସର୍ବନିମ୍ନ ୬% ବୃଦ୍ଧି ପାଇଛି। ୨୦୧୪ ମସିହା ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ସମ୍ପୃକ୍ତ ବିଧାୟକମାନେ ନିଜେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ଏହି ତଥ୍ୟ ପ୍ରକାଶ କରିଛି।

ଏଡିଆର ରିପୋର୍ଟ ଅନୁସାରେ, ଏଥର ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ମୋଟ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୬୦ ଜଣ ବିଧାୟକ ପୁନଃନିର୍ବାଚିତ ହୋଇଛନ୍ତି। ଏହି ୬୦ ବିଧାୟକଙ୍କ ସମ୍ପତ୍ତିର ପରିମାଣର ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପତ୍ତି ୪% କମିଥିବାବେଳେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କର ସମ୍ପତ୍ତି ପରିମାଣ ୮୭% କମିଛି। ଶ୍ରୀ ପ୍ରଧାନଙ୍କ ସମ୍ପତ୍ତି ୨୦୧୪ ମସିହାରେ ୧ କୋଟି ୪୯ ଲକ୍ଷ ୬୦ ହଜାର ଟଙ୍କା ଥିବାବେଳେ ୨୦୧୯ରେ ଏହା ମାତ୍ର ୨୦ ଲକ୍ଷ ଟଙ୍କାକୁ ଖସିଆସିଛି। ସେହିପରି ଉଷା ଦେବୀଙ୍କର ୮%, ସୁବ୍ରତ ତରାଇଙ୍କ ୧୨% ସୀମାରାଣୀ ନାୟକଙ୍କ ୨୫% ଓ ପର୍ଶୁରାମ ଧଡ଼ାଙ୍କ ସମ୍ପତ୍ତି ପରିମାଣ ୨୬% ହ୍ରାସ ପାଇଛି ।

ତେବେ ଅନ୍ୟ ୫୪ ଜଣ ବିଧାୟକଙ୍କ ସମ୍ପତ୍ତିରେ ଆଖିଦୃଶିଆ ବୃଦ୍ଧି ହୋଇଛି। ଏହି ୫୪ ଜଣ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି ଓ ସିପିଏମର ଲକ୍ଷ୍ମଣ ମୁଣ୍ଡାଙ୍କୁ ଛାଡ଼ିଲେ ଅନ୍ୟମାନେ ବିଜେଡି ବିଧାୟକ। ନରସିଂହଙ୍କ ସମ୍ପତ୍ତି ପରିମାଣ ୨୦୧୪ ମସିହା ତୁଳନାରେ ଯଥାକ୍ରମେ ୬୦% ବୃଦ୍ଧି ପାଇ ୫.୧୨ କୋଟି ଟଙ୍କା ହୋଇଥିବାବେଳେ ତାରାଙ୍କ ସମ୍ପତ୍ତି ୧୭୬% ବଢ଼ି ୨.୭୨ କୋଟି ଟଙ୍କାରେ ପହଂଚିଛି । ସେହିପରି ଶ୍ରୀ ମୁଣ୍ଡାଙ୍କ ସମ୍ପତ୍ତି ୧୩୯ % ବଢ଼ି ୩୦.୧୭ ଲକ୍ଷ ଟଙ୍କା ହୋଇଛି ।

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତି ପରିମାଣ ୨୦୧୪ ନିର୍ବାଚନବେଳେ ୧୨.୦୬ କୋଟି ଟଙ୍କା ଥିବାବେଳେ ୨୦୧୯ ନିର୍ବାଚନ ବେଳକୁ ତାହା ୪୨୯% ବୃଦ୍ଧି ପାଇ ୬୩.୮୭ କୋଟି ଟଙ୍କାରେ ପହଂଚିଛି। ଗତ ୫ ବର୍ଷ ମଧ୍ୟରେ ନବୀନଙ୍କ ସମ୍ପତ୍ତି ପ୍ରାୟ ୫୧.୮୧ କୋଟି ଟଙ୍କା ବୃଦ୍ଧି ପାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମ୍ପତ୍ତି ୨୪୬% ବୃଦ୍ଧି ପାଇ ୧୬.୬୮ କୋଟି ଟଙ୍କା ହୋଇଛି। ୨୦୧୪ ନିର୍ବାଚନବେଳେ ତାଙ୍କ ସମ୍ପତ୍ତିର ପରିମାଣ ୪.୮୧ କୋଟି ଟଙ୍କା ଥିଲା। ସେହିପରି ମନ୍ତ୍ରୀ ନବ ଦାସଙ୍କ ସମ୍ପତ୍ତି ୨୦୧୪ରେ ୧୦.୨୧ କୋଟି ଟଙ୍କା ଥିବାବେଳେ ୨୦୧୯ରେ ଏହା ୨୨୯% ବଢ଼ି ୩୩.୬୨ କୋଟି ଟଙ୍କା ହୋଇଛି । ୫ ବର୍ଷରେ ତାଙ୍କ ସଂପତ୍ତି ପରିମାଣ ପ୍ରାୟ ୨୩.୪୧ କୋଟି ଟଙ୍କା ବଢ଼ିଛି ।

ସେହିପରି ଗତ ୫ ବର୍ଷ ମଧ୍ୟରେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସମ୍ପତ୍ତିରେ ୬.୧୭ କୋଟି ଟଙ୍କା, ସୁଶାନ୍ତ ବେହେରାଙ୍କ ସମ୍ପତ୍ତିରେ ୬.୦୬ କୋଟି ଟଙ୍କା, ପ୍ରଣବ ବଳବନ୍ତରାୟଙ୍କର ୫.୭୫ କୋଟି ଟଙ୍କା, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ୨.୧୦କୋଟି ଟଙ୍କା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ୫.୭୩ କୋଟି ଟଙ୍କା, ମନ୍ତ୍ରୀ ପ୍ରତାପ ଜେନାଙ୍କର ସମ୍ପତ୍ତିରେ ୪.୬୭ କୋଟି ଟଙ୍କା, ଅଶୋକ ପଣ୍ଡାଙ୍କର ୩.୩୪ କୋଟି ଟଙ୍କା, ପ୍ରମୋଦ ମଲ୍ଲିକଙ୍କର ୨.୬୭ କୋଟି ଟଙ୍କା, ପ୍ରଦୀପ ମହାରଥୀଙ୍କର ୨.୩୬ କୋଟି ଟଙ୍କା, ପ୍ରମିଳା ମଲ୍ଲିକଙ୍କର ୨.୩୫ କୋଟି ଟଙ୍କା, ମନ୍ତ୍ରୀ ଟୁକୁନି ସାହୁଙ୍କର ୧.୮୪ କୋଟି ଟଙ୍କା, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କର ୧.୫୨ କୋଟି ଟଙ୍କା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ୧.୩୭ କୋଟି ଟଙ୍କା, ସୁଦାମ ମାର୍ଣ୍ଡିଙ୍କର ୧.୧୬ କୋଟି ଟଙ୍କା, ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ୧.୪୩ କୋଟି ଟଙ୍କା, ନୃସିଂହ ସାହୁଙ୍କର ୧.୪୯ କୋଟି ଟଙ୍କା, ଚନ୍ଦ୍ରସାରଥୀ ବେହେରାଙ୍କର ୧.୨୮ କୋଟି ଟଙ୍କା, ଦେବେଶ ଆଚାର୍ଯ୍ୟଙ୍କର ୧.୧୩ କୋଟି ଟଙ୍କା ବୃଦ୍ଧି ପାଇଛି। ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କର ୧.୦୨ କୋଟି ଟଙ୍କା, ପ୍ରଣବ ପ୍ରକାଶ ଦାସଙ୍କର ୪୩.୧୩ ଲକ୍ଷ ଟଙ୍କା, ଅତନୁ ସବ୍ୟସାଚୀ ନାୟକଙ୍କର ୪୨.୩୧ ଲକ୍ଷ ଟଙ୍କା ଓ ଅରୁଣ ସାହୁଙ୍କର ୪୦.୨୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ଏହି ୬୦ ବିଧାୟକଙ୍କ ମଧ୍ୟରୁ ୪୮ ଜଣ କୋଟିପତି ହୋଇଥିବାବେଳେ ବିଧାୟକ ଉମା ସାମନ୍ତରାୟଙ୍କ ସମ୍ପତ୍ତି ୧୨୪୪% ବୃଦ୍ଧି ପାଇ ୧.୮୩ କୋଟି ଟଙ୍କା ହୋଇଛି। ୨୦୧୪ରେ ଶ୍ରୀ ସାମନ୍ତରାୟଙ୍କ ସମ୍ପତ୍ତି ମାତ୍ର ୧୩.୬୪ଲକ୍ଷ ଟଙ୍କା ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story