ଜାଲ ବିଛାଇ ଥିଲେ, ଜେଲ୍ ଗଲେ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଜଂଘିରା ସେକ୍ସନ ନଳପଙ୍ଗା ଅଞ୍ଚଳରୁ ୬ ଜଣ ଆନ୍ତଃରାଜ୍ୟ ହାତୀ ଶିକାରଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ଜଣ ଅରୁଣାଚଳ ପ୍ରଦେଶର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଧକ ତଦନ୍ତ ପାଇଁ ବନବିଭାଗ ପଚରାଉଚରା ଜାରି ରଖିଛି।

ହାତୀ ଶିକାର ପାଇଁ ଶିକାରୀମାନେ ଜାଲ ବିଛାଇ ଥିବା ନେଇ ବନ ବିଭାଗ କୌଣସି ସୂତ୍ରରୁ  ଖବର ପାଇ ନଳପଙ୍ଗା ଜଙ୍ଗଲରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୪ଜଣ ଶିକାରୀକୁ ବନ ବିଭାଗ ଅଧିକାରୀମାନେ ଗିରଫ କରିଥିଲେ। ୨ଜଣ ଚକମା ଦେଇ ଏକ ଅଟୋରେ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ଧରାପଡ଼ି ଥିଲେ।