ବିଧାନସଭାରେ ପିଇଓ ସ୍ମିତାରାଣୀ ଝଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରରେ ଆଜି ଉଠିଛି ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଝଡ଼। ଶୀତ ଅଧିବେଶନର ପ୍ରଥମ ଦିନରେ ଆକ୍ରମକ ମୁଦ୍ରାରେ ଥିଲେ ବିରୋଧୀ। ପ୍ରଶ୍ନକାଳ ବାତିଲ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଥମେ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହେଲେ ବାଚସ୍ପତି ଅନୁମତି ନଦେବାରୁ ଆରମ୍ଭ ହୋଇଯାଇଥିଲା ହୋହାଲ୍ଲା। ଗୃହର ମଧ୍ୟଭାଗକୁ ମାଡ଼ି ଯାଇଥିଲେ କଂଗ୍ରେସ ବିଧାୟକ। ସେହିପରି ପିଇଓ ସ୍ମିତାରାଣୀ […]

assamble

assamble

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 09:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରରେ ଆଜି ଉଠିଛି ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଝଡ଼। ଶୀତ ଅଧିବେଶନର ପ୍ରଥମ ଦିନରେ ଆକ୍ରମକ ମୁଦ୍ରାରେ ଥିଲେ ବିରୋଧୀ। ପ୍ରଶ୍ନକାଳ ବାତିଲ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଥମେ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହେଲେ ବାଚସ୍ପତି ଅନୁମତି ନଦେବାରୁ ଆରମ୍ଭ ହୋଇଯାଇଥିଲା ହୋହାଲ୍ଲା। ଗୃହର ମଧ୍ୟଭାଗକୁ ମାଡ଼ି ଯାଇଥିଲେ କଂଗ୍ରେସ ବିଧାୟକ।

ସେହିପରି ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରଥମେ ଆଲୋଚନା ହେଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଥିଲେ। ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜିରେ କମ୍ପିଥିଲା ବିଧାନସଭା। ହୋହାଲ୍ଲା ଯୋଗୁ ମାତ୍ର ୨ ମିନିଟ୍ ମଧ୍ୟରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ ଗୃହର ମଧ୍ୟଭାଗକୁ ନଆସିବାକୁ ଚିଠି ମାଧ୍ୟମରେ ବାଚସ୍ପତି ତାଗିଦ କରିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ଭୃକ୍ଷେପ କରିନଥିଲେ ବିରୋଧୀ ବିଧାୟକ।

ତେବେ ଅପରାହ୍ଣରେ କିଛି ସମୟ ପାଇଁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ସଂପର୍କରେ କାହିଁକି ମୋସନ ମାଧ୍ୟମରେ ଆଲୋଚନା ନହେବ ବୋଲି ଜାଣିବାକୁ ଚାହିଁଥିଲେ କଂଗ୍ରେସ ଓ ବିଜେପି ବିଧାୟକ। ପରେ ଗୃହ ପରିଚାଳନା ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ତାହା ବିଫଳ ହେବାରୁ ହଟ୍ଟଗୋଳ ଭିତରେ ଗୃହକୁ କାଲିଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି।

ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ସମୟାନୁବର୍ତ୍ତିତାର ପାଠ ପଢାଇଛନ୍ତି। ନବୀନଙ୍କ ନିର୍ଦ୍ଦେଶ ତାଗିଦ୍ ଅନୁଯାୟୀ ଗୃହରେ ବିଧାୟକମାନେ ନିୟମିତ ଉପସ୍ଥିତ ରହିବେ, ଦୁଇ ଦିନରୁ ଅଧିକ ଛୁଟି ନେଲେ ତାଙ୍କଠୁ ଅନୁମୋଦନ ନେବେ। ଏପରିକି ନୂଆ ବିଧାୟକଙ୍କ ପ୍ରଦର୍ଶନ ଉପରେ ସେ ନିଜେ ନଜର ରଖିବେ ବୋଲି କହିଛନ୍ତି ନବୀନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos