ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ: ରାତି ଗୋଟାଏରୁ ପହଣ୍ଡି

ପୁରୀ (ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା। ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି। ‘କରୋନା’ କଟକଣା ଯୋଗୁଁ ସାମାଜିକ ଦୂରତ୍ୱ ନିୟମ ପାଳନ ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ। ଆଜି ରାତି ଗୋଟାଏରୁ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଥିବା ବେଳେ କାଲି ସକାଳ ସାଢ଼େ ୭ଟାରୁ ସ୍ନାନ ବିଧି ଓ ମଧ୍ୟାହ୍ନ ୧୧ଟାରେ ହେବ ହାତୀବେଶ। ଶ୍ରୀଜିଉଙ୍କ […]

lord

lord

Manoranjan Sial
  • Published: Thursday, 04 June 2020
  • Updated: 04 June 2020, 08:22 PM IST

Sports

Latest News

ପୁରୀ (ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା। ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି। ‘କରୋନା’ କଟକଣା ଯୋଗୁଁ ସାମାଜିକ ଦୂରତ୍ୱ ନିୟମ ପାଳନ ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ। ଆଜି ରାତି ଗୋଟାଏରୁ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଥିବା ବେଳେ କାଲି ସକାଳ ସାଢ଼େ ୭ଟାରୁ ସ୍ନାନ ବିଧି ଓ ମଧ୍ୟାହ୍ନ ୧୧ଟାରେ ହେବ ହାତୀବେଶ।

ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନ ବେଦି। ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ଆଜି ରାତି ଗୋଟାଏରୁ ଭୋର ୪ଟା ମଧ୍ୟରେ ସମ୍ପନ୍ନ ହେବ ପହଣ୍ଡି। ସାଢ଼େ ୪ଟାରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ସହ କାଲି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ଓ ସ୍ନାନ ବିଧି ସଂପନ୍ନ ହେବ। ସାଢ଼େ ୧୦ଟାରେ ଛେରା ପହଁରା ନୀତି ଧାର୍ଯ୍ୟ ହୋଇଛି। ମଧ୍ୟାହ୍ନ ୧୧ଟାରୁ ୧୨ ଭିତରେ ହେବ ହାତୀବେଶ। ଯେହେତୁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ମନା, ତେଣୁ ସାହାଣମେଲା ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ।

ତେଣେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଦଇତାପତି ସେବାୟତ ବାହୁଟ କଣ୍ଟ ଓ ସେନାପଟା ଲାଗି କରି ସାରିଲେଣି। ସ୍ନାନ ପାଇଁ ସୁନାକୂଅରୁ ୧୦୮ ଗରା ଜଳ ଆସି ଅଧିବାସ ଗୃହରେ ରହିଛନ୍ତି। ପହଣ୍ଡି ବେଳର ଆକର୍ଷଣ ଟାହିଆ ଓ ହାତୀ ବେଶ ଲାଗି ମଧ୍ୟ ସବୁ ସାମଗ୍ରୀ ପ୍ରସ୍ତୁତ ରହିଛି। ତେବେ ଏସବୁ ବେଶ ଓ ଲୀଳା କିନ୍ତୁ ଚକ୍ଷୁରେ ଦେଖିପାରିବେନି ଭକ୍ତ। କେବଳ ସୂଚନା ଓ ପ୍ରସାରଣ ବିଭାଗ ଦ୍ୱାରା ଆୟୋଜନ କରାଯାଇଥିବା ସିଧାପ୍ରସାରଣକୁ ବିଭିନ୍ନ ଚାନେଲ୍‌ରେ ଦେଖି ସାନିଧ୍ୟ ଲାଭ କରିବେ। ତା’ ସହିତ ଏଥର ସ୍ନାନ ବେଦିକୁ ଶ୍ରୀଜିଉଙ୍କ ପହଣ୍ଡି ବେଳର ଲାଇଭ ଦୃଶ୍ୟ ମଧ୍ୟ ଟିଭିରେ ଦେଖିବାକୁ ମିଳିନପାରେ।

ସେପଟେ ସ୍ନାନଯାତ୍ରାରେ ସାମାଜିକ ଦୂରତ୍ୱ କଟକଣା ପାଳନ ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି। ଆଜି ରାତି ୧୦ଟା ପରଠୁ ୧୪୪ ଧାରା ବଳୟରେ ରହିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ବଡ଼ଦାଣ୍ଡ ସୁରକ୍ଷାରେ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ। ୨ଜଣ କମାଣ୍ଡାଣ୍ଟ, ୬ଜଣ ଏଏସ୍‌ପି, ୧୬ ଡିଏସ୍‌ପି ଓ ୪୪ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି କରାଯିବ। ୨୪ ଘଣ୍ଟିଆ ଡ୍ୟୁଟି ଥିବାରୁ ପୁଲିସକୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି।

ସ୍ନାନ ଯାତ୍ରା ସରିଲେ ଆରମ୍ଭ ହେବ ଶ୍ରୀଜିଉଙ୍କ ୧୫ ଦିନର ଅନବସର ନୀତି। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ। ସେଥିପାଇଁ ପଟିଦିଅଁ ପ୍ରସ୍ତୁତ କରି ସାରିଲେଣି କାରିଗର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story