ଶ୍ରୀମନ୍ଦିର ଚୌହଦୀ ଉଚ୍ଛେଦ ମାମଲା, ସୁପ୍ରିମକୋର୍ଟରୁ ନିରାଶ ହେଲେ ଆବେଦନକାରୀ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ଯାଏଁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଏର ମାମଲା ଆଜି ଖାରଜ ହୋଇଯାଇଛି। ଶ୍ରୀମନ୍ଦିର ସଂଲଗ୍ନ ଐତିହ୍ୟରାଜିକୁ ସୁରକ୍ଷିତ ରଖିବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ଆବେଦନକାରୀ ଚେନ୍ନାଇର ଜଣେ ବ୍ୟକ୍ତି ଓ ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌। ହେଲେ ଆଲୋଚନା ମାଧ୍ୟମରେ ସବୁ ନିଷ୍ପତ୍ତି ନିଆଯାଇଛି, ଆଇନ ଅନୁସାରେ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପକ୍ଷ ରଖିଥିଲେ। ଏଥିସହ ସ୍ଥିତି […]

puri

puri

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 08:08 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ଯାଏଁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଏର ମାମଲା ଆଜି ଖାରଜ ହୋଇଯାଇଛି। ଶ୍ରୀମନ୍ଦିର ସଂଲଗ୍ନ ଐତିହ୍ୟରାଜିକୁ ସୁରକ୍ଷିତ ରଖିବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ଆବେଦନକାରୀ ଚେନ୍ନାଇର ଜଣେ ବ୍ୟକ୍ତି ଓ ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌। ହେଲେ ଆଲୋଚନା ମାଧ୍ୟମରେ ସବୁ ନିଷ୍ପତ୍ତି ନିଆଯାଇଛି, ଆଇନ ଅନୁସାରେ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପକ୍ଷ ରଖିଥିଲେ। ଏଥିସହ ସ୍ଥିତି ଅନୁଧ୍ୟାନ ଲାଗି ଆମିକସକ୍ୟୁରୀ ଓ ସଲିସିଟର ଜେନେରାଲଙ୍କୁ ପୁରୀ ଆସିବାକୁ କରାଯାଇଥିବା ନିବେଦନ ଅନୁସାରେ ଆସନ୍ତା ୯ ଓ ୧୦ ତାରିଖରେ ଉଭୟେ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। କେଇ ଘଣ୍ଟାରେ ଇତିହାସ ପାଲଟିଗଲା ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରା ସହ ଶତାଧିକ ବର୍ଷ ଧରି ଗଭୀର ସମ୍ପର୍କ ରଖି ଆସିଥିବା ଲଙ୍ଗୁଳି ମଠ। ସୁରକ୍ଷା ଦୃଷ୍ଟିରୁ ମେଘନାଦ ପାଚେରିକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରିବା ପରେ ଏହାର ୭୫ ମିଟର ସଂଲଗ୍ନ ସମସ୍ତ ନିର୍ମାଣ ହଟାଇବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଆଜି ପ୍ରଥମେ ପାଳି ପଡିଥିଲା ସ୍ନାନ ମଣ୍ଡପ ସମ୍ମୁଖରେ ଥିବା ଏହି ପୁରାତନ ମଠ। ମାଟିରେ ମିଶି ଯାଇଛି ମଠର ଐତିହ୍ୟ। ଆଉ ଛଡ଼ାଇ ନେଇଛି, ଏଇଠି ବର୍ଷ ବର୍ଷ ଧରି ଦାନା ଯୋଗାଡ଼ କରୁଥିବା ବ୍ୟବସାୟୀଙ୍କ ଜୀବୀକା। ତେବେ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ ଦାବିରେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବି କରିଛି ପୁରୀ ନଗର କଂଗ୍ରେସ। ତେବେ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଥଇଥାନ କରାଯିବାର ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ।

ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ କରିବା ପରେ ଆଜିଠୁ ଆରମ୍ଭ ହୋଇଛି ୭୫ ମିଟର ଉଚ୍ଛେଦ ଅଭିଯାନ। ସର୍ବପ୍ରଥମେ ଧରାଶାୟୀ ହୋଇଛି ସ୍ନାନବେଦୀ ସମ୍ମୁଖସ୍ଥ ପୁରାତନ ଲଙ୍ଗୁଳି ମଠ। ଆଗକୁ ପାଳି ଏମ୍‌ଆର ମଠ, ବଡ଼ ଆଖଡ଼ା, ରାଘବ ଦାସ, ପଞ୍ଜାବୀ ଓ ଉତ୍ତରପାର୍ଶ୍ୱ ଭଳି ଅନେକ ପୁରାତନ ମଠ ରହିଛି। ଯାହାକୁ ନେଇ ଚିନ୍ତିତ ହୋଇଛନ୍ତି ଏହାର ମହନ୍ତ ଓ ମଠାଧୀଶ। ଏମିତିକି ଏହା ଶ୍ରୀମନ୍ଦିର ସେବା ପୂଜା ଉପରେ ପ୍ରଭାବ ପକାଇବା ଆଶଙ୍କା କରୁଛନ୍ତି ସଂସ୍କୃତି ଗବେଷକ। ତେବେ ଏହାକୁ ନେଇ ଯେପରି ବିରୋଧାଭାଷ ନଉଠେ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମଠାଧିଶଙ୍କ ସହ ଭିତିରିଆ ଆଲୋଚନା ଚଳାଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos