କେମିତି ‘କଣ୍ଟ୍ରୋଲ୍‌’ କଲେ?

ଦେବେନ୍ଦ୍ର ପୃଷ୍ଟି ୧. ସିଏ ମଦ ପିଅନ୍ତି ବୋଲି ଇଏ କ’ଣ ଜାଣି ନଥିଲେ? ତାଙ୍କର ତ ଖୋଜାଲୋଡ଼ା ବାହାଘର ନୁହେଁ, ପସନ୍ଦ ବା ପ୍ରେମର କଥା। ଯଦି ସେତେବେଳେ ପିଉ ନଥିଲେ ବାହାଘର ପରେ କାହିଁକି ପିଇଲେ? ଯଦି ବାହାଘର ପୂର୍ବରୁ ତାଙ୍କର ମଦ ପିଇବା ୟାଙ୍କ ପାଇଁ ସମସ୍ୟା ନଥିଲା ବାହାଘର ପରେ କାହିଁକି ହେଲା? ୨. ଠିକ ସେମିତି, ବାବୁ ତମେ କ’ଣ ଜାଣି ନଥିଲ କି ସେ ଜଣେ ଆଗଧାଡ଼ିର ନାୟିକା […]

varsa-and-anubhav

varsa-and-anubhav

Debendra Prusty
  • Published: Tuesday, 08 September 2020
  • Updated: 08 September 2020, 04:56 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

୧. ସିଏ ମଦ ପିଅନ୍ତି ବୋଲି ଇଏ କ’ଣ ଜାଣି ନଥିଲେ? ତାଙ୍କର ତ ଖୋଜାଲୋଡ଼ା ବାହାଘର ନୁହେଁ, ପସନ୍ଦ ବା ପ୍ରେମର କଥା। ଯଦି ସେତେବେଳେ ପିଉ ନଥିଲେ ବାହାଘର ପରେ କାହିଁକି ପିଇଲେ? ଯଦି ବାହାଘର ପୂର୍ବରୁ ତାଙ୍କର ମଦ ପିଇବା ୟାଙ୍କ ପାଇଁ ସମସ୍ୟା ନଥିଲା ବାହାଘର ପରେ କାହିଁକି ହେଲା?

୨. ଠିକ ସେମିତି, ବାବୁ ତମେ କ’ଣ ଜାଣି ନଥିଲ କି ସେ ଜଣେ ଆଗଧାଡ଼ିର ନାୟିକା ବୋଲି? ଜାଣିଥିଲଟି! ସେତେବେଳେ କ’ଣ ଜାଣିନଥିଲ ଓଲିଉଡ଼୍‌ର ଏଇ ଆଗଧାଡ଼ିର ନାୟିକା ଜଣଙ୍କୁ ବାହା ହେଲେ ସେ ଶାଶୁଶ୍ୱଶୁର ସେବା କରିବେ ନାହିଁ ବୋଲି? ତମେ ନିଜ ପାଇଁ ସ୍ତ୍ରୀ ଓ ବାପାଙ୍କ ପାଇଁ ବୋହୂ ଖୋଜୁଥିଲ ନା ସୁନ୍ଦରୀ ହିରୋଇନ୍‌? ଏବେ ବାଡ଼େଇଛାଟି ହେଉଛ କିଆଁ?

୩. ଦି’ ଜଣ ଯାକଙ୍କ ଦି’ଟା କଥା ପ୍ରାୟ ସମାନ। ବର୍ଷା କୋର୍ଟଙ୍କୁ କହିଛନ୍ତି, ଅନୁଭବ ତାଙ୍କୁ ବାହା ହେବାକୁ ଜିଦ୍‌ ଧରିଥିଲେ। ହାତ କାଟୁଥିଲେ। ଛାତି ଚିରିଦେବେ ବୋଲି କହୁଥିଲେ। ଆତ୍ମହତ୍ୟା ଧମକ୍‌ ବି ଦେଇଥିଲେ। ଶେଷରେ ବର୍ଷାଙ୍କ ମା’ ରାଜି ହେଲେ। ଅନୁଭବ ବି ସେଇ ସମାନ କଥା କହିଛନ୍ତି। ସେ ହାତକଟା, ଛାତିଚିରା ଆଦି କଥା କହି ନଥିଲେ ମଧ୍ୟ କୋର୍ଟ ଏବଂ ଗଣମାଧ୍ୟମକୁ କହିଛନ୍ତି, ବର୍ଷାଙ୍କୁ ସେ ଅତ୍ୟଧିକ ଭଲ ପାଉଥିଲେ, ତେଣୁ ବାହା ହୋଇଥିଲେ।

ଏତେ ଭଲ ପାଇବା ବାହାଘର ପରେ କମିଗଲା କେମିତି? ଆଜିକାଲିର ଭଲ ପାଇବାରେ ବାହାଘର ପୂର୍ବରୁ ଚଉଠିରାତି ସରି ଯାଉଛି। ଏ ଫିଲ୍ମି ଯୋଡ଼ିଙ୍କ ଚଉଠିରାତି ବାହାଘର ପରେ ବି ହେଲାନି! ସାତ ବର୍ଷ ବିତିଗଲା! ବର୍ଷା କହୁଛନ୍ତି, ସେ ମା’ ହେବାକୁ ଚାହିଁ ଚାହିଁ ରାତି ଅନିଦ୍ରା, ଅନୁଭବ ବେଡ଼୍‌ ରୁମ୍‌କୁ ବାର୍‌ରେ ପରିଣତ କରିଦେଲେ। ଅନୁଭବ କହୁଛନ୍ତି, ବର୍ଷା ବିଲ୍‌କୁଲ୍‌ ସେକ୍ସ ପାଇଁ ରାଜି ହେଉ ନଥିଲେ। ତାଙ୍କ ଓକିଲ ଅଶ୍ୱିନୀବାବୁ ତ ଗଣମାଧ୍ୟମକୁ କହିଦେଇଛନ୍ତି, ଏ ବାହାଘର ଆଇନ ଅନୁସାରେ ସଂପନ୍ନ ହୋଇନି। ଅର୍ଥାତ ଚଉଠିରାତି ହୋଇନି ମାନେ ବାହାଘର ଅସିଦ୍ଧ। ଏ କାହାଣୀ ତ ରାମାୟଣର ଲକ୍ଷ୍ମଣ ଓ ଉର୍ମିଳାଙ୍କଠାରୁ ବି ଅଧିକ ରୋମାଞ୍ଚକର। ବନବାସ ସମୟରେ ଲକ୍ଷ୍ମଣ ତ ଉର୍ମିଳାଙ୍କଠାରୁ ଢେର ଦୂରରେ ଥିଲେ, ତେଣୁ ସଂଯମ ରକ୍ଷା କରିବା ପରିସ୍ଥିତିଗତ ବାଧ୍ୟତାମୂଳକ ଥିଲା। କିନ୍ତୁ, ଏ କାହାଣୀରେ ତ ନାୟକନାୟିକା ଗୋଟିଏ ବେଡ୍‌ ରୁମ୍‌ରେ ରହୁଥିଲେ ବି ‘କଣ୍ଟ୍ରୋଲ’ କରିଛନ୍ତି! ସୂର୍ଯ୍ୟବଂଶୀ ଫିଲ୍ମରେ ଅମିତାଭ ବଚ୍ଚନ ଓ ସୌନ୍ଦର୍ଯ୍ୟା ବି ଏମିତି ‘କଣ୍ଟ୍ରୋଲ’ କରିପାରି ନଥିଲେ!

୪. ଓକିଲ ଗଣମାଧ୍ୟମକୁ କହିଛନ୍ତି, ଫିଲ୍ମ କ୍ୟାରିଅର୍‌ ପାଇଁ ପିଲାପିଲି ନକରିବାକୁ ଦି’ ଜଣ ଯାକ ନିଷ୍ପତ୍ତି ନେଇଥିଲେ। ପିଲାଜନ୍ମ ନକରିବା ଓ ସେକ୍ସ ନକରିବା ପରସ୍ପର ବିରୋଧୀ ନୁହେଁ। ଆଜିକାଲି ହଜାରେ ପ୍ରକାର ଗର୍ଭନିରୋଧକ ଉପାୟ ମିଳୁଛି। ନିରୋଧଠୁଁ ଆରମ୍ଭ କରି ପିଲ୍‌ ଯାଏଁ। ଏସବୁ ସୁବିଧା ବିଷୟରେ ସେ ଦି’ହେଁ ଅବଗତ ନଥିଲେ କି? ତେବେ ବାହାଘର କନ୍‌ଜ୍ୟୁମେଟ୍‌ ହେଲାନି କେମିତି? ଅନୁଭବ କ’ଣ ବେଟା ଫିଲ୍ମର ଅନୀଲ କପୁର? ହେଲେ ବି ତ ବର୍ଷା ସେହି ଫିଲ୍ମର ମାଧୁରୀ ଦୀକ୍ଷିତ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଥାନ୍ତେ! ନା ସେ କାହାଣୀ ତାଙ୍କୁ ଜଣାନଥିଲା?

୫. ଅଗଷ୍ଟ ୭, ୨୦୨୦ ତାରିଖରେ କଟକର ଏସଡିଜେଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ ବର୍ଷା। କଟକରେ ସାମ୍ବାଦିକ ପଣ ପଣ। କଟକ ଓଡ଼ିଶାର ପୁରାତନ ରାଜଧାନୀ। କଟକରେ ହାଇକୋର୍ଟ। କଟକରେ ପୁଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ। କଟକରେ ରହନ୍ତି ଓଡ଼ିଆ ଫିଲ୍ମ ଶିଳ୍ପର ବହୁ କଳାକାର ଓ ଟେକ୍‌ନିସିଆନ୍‌। କଟକ ଗୋଟେ ଭାଇଚାରାର ସହର। କଟକରେ ବାଉନ ବଜାର ତେପନ ଗଳି। ସେଠି ଜଣକ ଘରେ ଫୁଟଣ ଫୁଟିଲେ ଆର ଘରକୁ ବାସେ। କିନ୍ତୁ ବର୍ଷାଙ୍କ ପିଟିସନ କଥା କେହି ଜାଣିପାରିଲେନି! ଜଣାପଡ଼ିଲା ଠିକ ସେପ୍ଟେମ୍ବର ୫ ତାରିଖରେ, ସେପ୍ଟେମ୍ବର ୭ ତାରିଖ ମାମଲାର ପ୍ରଥମ ଶୁଣାଣୀର ଦି’ ଦିନ ପୂର୍ବରୁ। ଗୋଟେ ଛୋଟ ଖବରକାଗଜରେ କଥା ଫୁଟିଆରା ହେଲା। ସମାଜ, ସମ୍ବାଦ, ଧରିତ୍ରୀ, ପ୍ରମେୟ, ଓଟିଭି, କନକ ପରି ବଡ଼ବଡ଼ ଗଣମାଧ୍ୟମକୁ ପିଟିସନ ବାବଦରେ କେହି କିଛି ଜଣେଇଲେ ନାହିଁ, ନା ବର୍ଷା ନା ତାଙ୍କ ଓକିଲ? କଥା ଫୁଟିଲା ପରେ ବି ବର୍ଷାଙ୍କ ଓକିଲ ପିଟିସନ କପି ଦେବାକୁ ଅନେକ ସାମ୍ବାଦିକଙ୍କୁ ମନା କଲେ। ଅଥଚ ସବୁ ଗଣମାଧ୍ୟମରେ ଚାଞ୍ଚଲ୍ୟ ହେବା ପରେ ସେହି ଓକିଲ ସବୁଦିନ ବାଇଟ୍‌ ଦେଉଛନ୍ତି। ଅସ୍ୱାଭାବିକ ଲାଗୁନି!

୬. ଅନୁଭବଙ୍କ ବିଚାରଧାରା ବି ସମାନ ଅନୁଭବର କଥା। ବର୍ଷାଙ୍କ ପିଟିସନ କଥା ଶୁଣି ପ୍ରଥମେ ସେ କହିଲେ, ଅଦାଲତ ନୋଟିସ ପାଇନି, ପାଇଲେ ଜଣେଇବି। ରାତି ପାହିଲା ବେଳକୁ ଦୁନିଆ ଗୋଲ୍‌! ଦୁନିଆ ଜାଣି ସାରିଥିଲା ଯେ ଅନୁଭବ ଜୁଲାଇ ୧୯ ତାରିଖ ୨୦୨୦ରେ ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ପିଟିସନ ଦାଏର କରିସାରିଛନ୍ତି! ପୂର୍ବ ସନ୍ଧ୍ୟାରେ ସେ ଏ କଥା ଲୁଚେଇଥିଲେ। କାହିଁକି? ବର୍ଷାଙ୍କ ପିଟିସନ ଅନୁଭବଙ୍କ ପିଟିସନ୍‌ର ପ୍ରତିକ୍ରିୟା ଭଳି ଲାଗୁନି? ସେ ୟାଙ୍କୁ ଛାଡ଼ପତ୍ର ଦେବାକୁ ମକଦ୍ଦମା କରିବେ ଆଉ ଇଏ କ’ଣ ଚୁପ୍‌ ବସିଥାନ୍ତେ? ସେ ଛାଡ଼ପତ୍ର ମକଦ୍ଦମା କଲେ ତ ଇଏ ଭରଣପୋଷଣ ଦାବି କଲେ। ସ୍ୱାଭାବିକ କଥା। ସେ ଯେମିତି ବନେଇଚୁନେଇ ଗୁଡ଼େ କଥା ଲେଖିଛନ୍ତି, ଇଏ ବି ସେମିତି ବନେଇଚୁନେଇ କିଛି କଥା ଲେଖିଛନ୍ତି।

୭. ନହେଲେ ନାରୀ ନିର୍ଯାତନା ବିରୋଧରେ ଆରମ୍ଭରୁ କାହିଁକି ଏତଲା ଦେଲେନି? ବର୍ଷା ପରା ଅନେକ ଝିଅଙ୍କର ଆଦର୍ଶ ହୋଇଥିବେ! ସେ କେବେ ଭାବିଥିବେ କି ସେ ଯଦି ନିର୍ଯାତନା ବିରୋଧରେ ମୁହଁ ଖୋଲିବେନି ତେବେ ସମାଜର ଅନ୍ୟ ସାଧାରଣ ଘରର ଝିଅବୋହୂ କ’ଣ କରିବେ ବୋଲି? ଯଦି ସେ ସତରେ ସାତ ବର୍ଷ ଧରି ସମସ୍ତ ପ୍ରକାର ନିର୍ଯାତନା ସହ୍ୟ କରିଥିବେ ତେବେ ତାଙ୍କ ଧୈର୍ଯ୍ୟ ଓ ସାହସକୁ ଧନ୍ୟବାଦ। ମାତ୍ର, ପୂର୍ବରୁ ସେ ଆଇନର ଆଶ୍ରୟ ନେଇ ଉତ୍ତମ ନାଗରିକର କର୍ତ୍ତବ୍ୟ ପାଳନ କରିପାରିଥାନ୍ତେ। ଛାଡ଼ପତ୍ର ମକଦ୍ଦମା ବିଷୟରେ ଜାଣିବା ପରେ ଯଦି ସେ ଭରଣପୋଷଣ ମକଦ୍ଦମା ଦାଏର କରିଥିବେ ତେବେ ତାହା ଜଣେ ଅସହାୟ ନାରୀର ବାଧ୍ୟବାଧକତାର ବାଟ ହିସାବରେ ଗଣାଯାଇ ପାରେ, କଟକର ପାଣିପାଗରେ ବଢ଼ିଥିବା ବର୍ଷା ପ୍ରିୟଦର୍ଶନୀଙ୍କ ପରି ଓଲିଉଡ଼୍‌ର ଜଣେ ଆଗଧାଡ଼ିର ନାୟିକା ଏହାର ବହୁ ପୂର୍ବରୁ ଅନୁଭବଙ୍କର ପର୍ଦ୍ଦାଫାସ କରିପାରିଥାନ୍ତେ। ମାତ୍ର, ସେ ତାହା କରିନଥିଲେ। ବରଂ ଅନୁଭବଙ୍କର ନିର୍ବାଚନ ପ୍ରଚାର କରିଥିଲେ।

୮. ବାବୁ ଅନୁଭବ ଯାହା ଦେଖି ବର୍ଷାଙ୍କୁ ଏତେ ଭଲ ପାଉଥିଲେ ଏବଂ ସାତ ଜନ୍ମର ସାଥୀ ହେବାକୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ, ବୟସ ବୃଦ୍ଧି ସଂଗେସଂଗେ ତାହା କ’ଣ ମିଳାଇ ଗଲା କି? ଫୁଲ ବାସୀ ହେଲା ପରେ ଭଅଁର ସଜ ଫୁଲ ଖୋଜେ। ତମେ କ’ଣ ସେଇଆ? କେନ୍ଦ୍ରାପଡ଼ାର ପୁଅପିଲାମାନେ ତମକୁ ଆଦର୍ଶ କଲେ ଏଇଗୁଣ ଶିଖିବେ? ଭଲ ପାଇ ବାହା ହେଇ ପୁଣି ଅନ୍ୟ ଫୁଲ ଖୋଜିବେ! ଏହା ବାଳୁଙ୍ଗା ଟୋକାଙ୍କ କାମ ହୋଇପାରେ, ଜଣେ ସାଂସଦଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ।

୯. ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଏବେ ଗତ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକ ଅନେକ ବିବାଦୀୟ ପ୍ରସଙ୍ଗରେ ସମାନ କଥା କହି ଆସିଛନ୍ତି, ଆଇନ ତା’ ବାଟରେ ଯିବ। ଅନୁଭବ ଓ ବର୍ଷାଙ୍କ ମାମଲାରେ ମଧ୍ୟ ଆଇନ ତା’ ବାଟରେ ଯାଇପାରେ। ଅଥବା ଉଭୟ ପକ୍ଷଙ୍କ ମଧ୍ୟରେ କୋର୍ଟ ବାହାରେ ସଲାସୁତୁରା ଘଟି କିଛି ନିଷ୍ପତ୍ତି ଛିଡ଼ିପାରେ। ସେ ସଂକେତ ବି ମିଳିଲାଣି। ଅନୁଭବ କହୁଛନ୍ତି, ଛୋଟ ଗୋଟେ ଭୁଲ୍‌ ପାଇଁ ଏମିତି ହେଲା। ଆମ ବ୍ୟକ୍ତିଗତ ପ୍ରସଙ୍ଗ, ଗଣମାଧ୍ୟମ ଆମ ବ୍ୟକ୍ତିଗତ ଜୀବନ ଭିତରେ ନପଶୁ। ବର୍ଷାଙ୍କ ଓକିଲ ମଧ୍ୟ କହିସାରିଲେଣି ଯେ ବର୍ଷା ସବୁଦିନ ଶାଶୁଘରେ ରହିବାକୁ ଚାହାନ୍ତି, ବୈବାହିକ ଜୀବନ ସ୍ଥାୟୀ କରିବାକୁ ଚାହାନ୍ତି। ଶେଷରେ ତାହା ହୋଇପାରେ। ଯଦି ସେମିତି ହୁଏ ତେବେ ଦିଲ୍ଲୀର ଗୋଟେ ଫୁଲ ବାସୀ ହେଇଗଲା ବୋଲି ବି କେହି କେହି କହିପାରନ୍ତି।

୧୦. ଏ ସମୁଦାୟ ଘଟଣାରେ ଗୋଟେ କଥା କିନ୍ତୁ ଅଧିକ ଅସ୍ୱାଭାବିକ ଓ ଅମାନବିକ ଲାଗୁଛି। ତାହା ହେଉଛି ଅନୁଭବଙ୍କୁ ବିଜେଡି ଟିକେଟରେ ଦୁଇ ଦୁଇ ଥର ସାଂସଦ କରିଥିବା ଦଳର ନେତାଙ୍କ ଭୂମିକା। ସେ କାହା ସହିତ ଟେଲିଫୋନ୍‌ରେ କ’ଣ କଥା ହେଇଥିବେ କି ନାହିଁ ଅଲଗା କଥା। ମାତ୍ର, ରାଜ୍ୟବାସୀ ଜାଣିଲେ ଯେ ଜଣେ ନାରୀର ମାନମର୍ଯ୍ୟାଦାର ସୁରକ୍ଷା ପାଇଁ ସେ ଏଯାଏଁ ମୁହଁ ଖୋଲିନାହାନ୍ତି। ସେ ନାରୀ ପୁଣି ‘ନିମ୍‌କୀ‘ ନାଁରେ ଫିଲ୍ମଟିଏ କରି ନବୀନବାବୁଙ୍କର ଏକରକମ ପ୍ରଚାର କରିଥିଲେ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story