ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପହିଲି ରଜରେ କଲବଲ କଲା ଅସହ୍ୟ ତାତି। ଆଜି ୪୦ ଡିଗ୍ରୀ ଉପରେ ୧୩ଟି ସହର ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରେ ଏନେଇ ସୂଚନା ଦିଆଯାଇଛି। ଅସହ୍ୟ ଗରମ ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୮ ଡିଗ୍ରୀ, କଟକରେ ୩୮.୪ ଡିଗ୍ରୀ, ପାରାଦୀପରେ ୩୩.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୦ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଅନୁଗୋଳରେ ୪୩.୦ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୫ ଡିଗ୍ରୀ ଓ କେନ୍ଦୁଝରର ତାପମାତ୍ର ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଠିକ୍ ସେହିପରି ସମ୍ୱଲପୁରରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ,ହୀରାକୁଦରେ ୪୩.୦ ଡିଗ୍ରୀ, ଭବାନୀପାଟଣାରେ ୩୯.୦ ଡିଗ୍ରୀ, ବଲାଙ୍ଗିରରେ ୪୩.୬ ଡିଗ୍ରୀ, କୋରାପୁଟରେ ୩୪.୫ ଡିଗ୍ରୀ, ଫୁଲବାଣୀରେ ୩.୭ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୪ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ରାୟଗଡ଼ାରେ ୩୭.୯ ଡିଗ୍ରୀ, ଭଦ୍ରକରେ ୩୯.୦ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ଢେଙ୍କାନାଳରେ ୩୬.୦ ଡିଗ୍ରୀ, ଦେବଗଡ଼ରେ ୩୮.୮ ଡିଗ୍ରୀ, ବରଗଡ଼ରେ ୪୧.୬ ଡିଗ୍ରୀ, ନବରଙ୍ଗପୁରରେ ୩୬.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୭.୫ ଡିଗ୍ରୀ, ଜଗତସିଂହପୁରରେ ୩୮.୦ ଡିଗ୍ରୀ, ସୋନପୁରରେ ୪୪.୨ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ଓ ମାଲକାନଗିରିରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ ଗରାଯାଇଛି।
https://twitter.com/mcbbsr/status/1536697365209690113?s=20&t=fqCCUEtundtC_uOD0ch2CQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।